ଗାଡ଼ି ସାଇଡ ମରାକୁ ନେଇ ସହିଦ ନଗରରେ ଛୁରାମାଡ, ଆହତ ଯୁବକ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର : ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ଛୁରା ମାଡ଼। ସହିଦ ନଗର ମହର୍ଷି କଲେଜ ରୋଡ଼ରେ ଘଟିଛି ଘଟଣା। ବାଇକ୍ ଚାଳକଙ୍କୁ ଛୁରା ମାରିଛନ୍ତି ଦୁଇ ଯୁବକ। ଛୁରାମାଡରେ ଆହତ ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ୟୁନିଟ- ୬ ସୂର୍ଯ୍ୟନଗରର ଏନ୍ କାର୍ତ୍ତିକ। ଆହତ ଯୁବକଙ୍କୁ ସହିଦ ନଗର ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ମିଳିଥିବା ସୂଚନାଅନୁସାରେ ସୂର୍ଯ୍ୟନଗରର ଏନ୍ କାର୍ତ୍ତିକ ମହର୍ଷି କଲେଜ ଅଞ୍ଚଳରେ ଯିବା ସମୟରେ କାରରେ ଯାଉଥିବା ଦୁଇ […]

ଭୁବନେଶ୍ବର : ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ଛୁରା ମାଡ଼। ସହିଦ ନଗର ମହର୍ଷି କଲେଜ ରୋଡ଼ରେ ଘଟିଛି ଘଟଣା। ବାଇକ୍ ଚାଳକଙ୍କୁ ଛୁରା ମାରିଛନ୍ତି ଦୁଇ ଯୁବକ। ଛୁରାମାଡରେ ଆହତ ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ୟୁନିଟ- ୬ ସୂର୍ଯ୍ୟନଗରର ଏନ୍ କାର୍ତ୍ତିକ। ଆହତ ଯୁବକଙ୍କୁ ସହିଦ ନଗର ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।
ମିଳିଥିବା ସୂଚନାଅନୁସାରେ ସୂର୍ଯ୍ୟନଗରର ଏନ୍ କାର୍ତ୍ତିକ ମହର୍ଷି କଲେଜ ଅଞ୍ଚଳରେ ଯିବା ସମୟରେ କାରରେ ଯାଉଥିବା ଦୁଇ ଯୁବକଙ୍କ ସହ ଗାଡ଼ି ସାଇଡ ମରାକୁ ନେଇ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ କାରରେ ଥିବା ଦୁଇ ଯୁବକ କାର୍ତ୍ତିକଙ୍କୁ ଛୁରା ମାଡ କରିଥିଲେ। ଛାତିକୁ ଆକ୍ରମଣ କରିବା ବେଳେ ହାତ ଦେଖାଇ ଦେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ତ୍ତିକ। ହେଲେ କାର୍ତ୍ତିକ ଦୁଇ ହାତରେ ଗଭୀର କ୍ଷତ ହୋଇଛି। ଘଟଣା ନେଇ ସୂଚନା ପାଇବା ପରେ ଘଟଣା ସ୍ଥଳରେ ସହିଦ ନଗର ଥାନା ପୁଲିସ ପହଞ୍ଚି ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ଆକ୍ରମଣ କରିଥିବା ଯୁବକ ପୁରୀ ଅଞ୍ଚଳର ହୋଇଥିବା ସୂଚନା। ସହିଦ ନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଆହତ ଯୁବକ କାର୍ତ୍ତିକ। ଘଟଣାସ୍ଥଳରେ ଛୁରୀ ଫୋଫାଡ଼ି ଫେରାର ଅଛନ୍ତି ଆକ୍ରମଣ କରିଥିବା ଯୁବକ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।