୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ,ବିଲ୍ଡରଙ୍କୁ ବାନ୍ଧିଲା EOW
ଭୁବନେଶ୍ୱର : ୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡରଙ୍କୁ ବାନ୍ଧିଲା EOW । GLF ଇନଫ୍ରାଟେକ୍ ଲିମିଟେଡର ଏମଡି ଦୀପକ କୁମାର ଛୋଟରାୟଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକ କୁମାର ଚୌଧୁରୀଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି EOW I କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ପ୍ଲଟ ଓ ଫ୍ଲାଟ ଦେବା ନାଁରେ ଦୀପକ […]

ଭୁବନେଶ୍ୱର : ୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡରଙ୍କୁ ବାନ୍ଧିଲା EOW । GLF ଇନଫ୍ରାଟେକ୍ ଲିମିଟେଡର ଏମଡି ଦୀପକ କୁମାର ଛୋଟରାୟଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକ କୁମାର ଚୌଧୁରୀଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି EOW I କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ପ୍ଲଟ ଓ ଫ୍ଲାଟ ଦେବା ନାଁରେ ଦୀପକ ୩୫ ଜଣଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା I ଏନେଇ ଅଭିଯୋଗକାରୀ ଅନୀଲ ପଣ୍ଡା EOW ର ଦ୍ୱାରସ୍ଥ ହୋଇଥିଲେ ।
GLF ଇନଫ୍ରାଟେକ୍ ଲିମିଟେଡ ପକ୍ଷରୁ ପାତ୍ରପଡ଼ା ଠାରେ ପ୍ରେଜେକ୍ଟ ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଗାଡ଼କଣ ମୌଜାରେ ଫ୍ଲାଟ ଦେବାକୁ କୁହାଯାଇଥିଲା। ୨୦୧୬ ମସିହାରେ ୩୫ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରିଥିଲେ ବିଲ୍ଡର। ପରେ କିନ୍ତୁ ଜମି ଓ ଘର ଦେବାରେ ବିଫଳ ହୋଇଥିଲା ସଂସ୍ଥା। ଏହାପରେ ସେ ଟଙ୍କା ମଧ୍ୟ ଫେରାଉ ନଥିଲେ I ଶେଷରେ ଠକେଇ ନେଇ EOW ରେ ଦ୍ୱାରସ୍ଥ ହୋଇଥିଲେ କ୍ଷତିଗସ୍ତ। ଅଭିଯୋଗ ଆଧାରରେ ଠକ ବିଲ୍ଡରଙ୍କୁ ଗିରଫ କରାଯାଇଛି EOW ।