କମୁନି ଆଳୁଦର: ୩୦ ରୁ ଯାଇ ୫୦ ଛୁଇଁଲାଣି, ଖାଉଟି ଓ ବ୍ୟବସାୟୀ ହନ୍ତସନ୍ତ

ଭୁବନେଶ୍ୱର:ଆଳୁ ପାଇଁ ଅସନ୍ତୋଷ ଖାଉଟି ଏବଂ ବ୍ୟବସାୟୀ। କମୁନି ଆଲୁଦର। ଆଳୁ ପାଇଁ ପଡିଛି ଭାଲେଣି। ରୋଷେଇ ଘରକୁ ଏବେ ଆଳୁ ଚିନ୍ତା। ଆଳୁ କିଲୋ ଏବେ ପଚାଶ। ପାଞ୍ଚ ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବାବେଳେଏବେ ରହିଛି ୫୦ ଟଙ୍କା।ପାଞ୍ଚ ଦିନ ଭିତରେ କିଲୋ ପିଛା ୨୦ ଟଙ୍କା ବୃଦ୍ଧି। ଆଗକୁ ମଧ୍ୟ ଆହୁରି ବଢ଼ିପାରେ। ଯାହା ଫଳରେ ସାଧାରଣ ଲୋକଟିଏ ଆଳୁ କିଣି ଖାଇବାକୁ ନେଇ ଏବେ ଚିନ୍ତାରେ। ପଶ୍ଚିମବଙ୍ଗ ସରକାର […]

କମୁନି ଆଳୁଦର: ୩୦ ରୁ ଯାଇ ୫୦ ଛୁଇଁଲାଣି, ଖାଉଟି ଓ ବ୍ୟବସାୟୀ ହନ୍ତସନ୍ତ

ଭୁବନେଶ୍ୱର:ଆଳୁ ପାଇଁ ଅସନ୍ତୋଷ ଖାଉଟି ଏବଂ ବ୍ୟବସାୟୀ। କମୁନି ଆଲୁଦର। ଆଳୁ ପାଇଁ ପଡିଛି ଭାଲେଣି। ରୋଷେଇ ଘରକୁ ଏବେ ଆଳୁ ଚିନ୍ତା। ଆଳୁ କିଲୋ ଏବେ ପଚାଶ। ପାଞ୍ଚ ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବାବେଳେଏବେ ରହିଛି ୫୦ ଟଙ୍କା।ପାଞ୍ଚ ଦିନ ଭିତରେ କିଲୋ ପିଛା ୨୦ ଟଙ୍କା ବୃଦ୍ଧି। ଆଗକୁ ମଧ୍ୟ ଆହୁରି ବଢ଼ିପାରେ। ଯାହା ଫଳରେ ସାଧାରଣ ଲୋକଟିଏ ଆଳୁ କିଣି ଖାଇବାକୁ ନେଇ ଏବେ ଚିନ୍ତାରେ। ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଆଳୁ ଚିନ୍ତା ଘାରିଛି। ଗୋଟିଏ ପଟେ ଦୁଇ ରାଜ୍ୟ ମଧ୍ୟରେ ବୁଝାବଣା ଅଭାବର ଦୃଶ୍ୟ ଦେଖିବାକୁ ମିଳୁଥିବାରୁ ବର୍ତ୍ତମାନ ଚିନ୍ତାରେ ଉଭୟ ଖାଉଟି ଓ ବ୍ୟବସାୟୀ।
ପଶ୍ଚିମବଙ୍ଗରୁ ଆଳୁ ଆସୁନାହିଁ। ଦିଦି କହିଛନ୍ତି ପଶ୍ଚିମବଙ୍ଗରେ ଆଳୁ ଦର ନ କମିବା ପର୍ଯ୍ୟନ୍ତ ଏଠି ଅନ୍ୟ କୌଣସି ରାଜ୍ୟକୁ ଆଳୁ ରପ୍ତାନି କରାଯିବନି। ଯଦିଓ ଉତ୍ତର ପ୍ରଦେଶରୁ ଏଵେ ଆଳୁ ଓଡିଶାକୁ ଆସୁଛି ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ରାଜ୍ୟରେଆଳୁ ଦର ବଢୁଛି। ଆଗକୁ ଦର ଆହୁରି ବଢିବା ନେଇ ଆଶଙ୍କା ରହିଛି।