ବାତିଲ ହେଲା ଇସ୍କନ ଅଦିନିଆ ରଥଯାତ୍ରା
ଭୁବନେଶ୍ୱର : ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା […]

ଭୁବନେଶ୍ୱର : ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ ।
ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧାର୍ଯ୍ୟ ତିଥି ବ୍ୟତୀତ ଅନ୍ୟ ଦିନରେ ନ କରିବାକୁ କୁହାଯାଇଥିଲା । ଏଭଳି ଅଦିନିଆ ରଥଯାତ୍ରା ଆୟୋଜନରୁ ନିବୃତ୍ତ ରହିବାକୁ ଇସ୍କନକୁ ଅନୁରୋଧ କରାଯାଇଥିଲା । ଏହାପରେ ଇସ୍କନ ପକ୍ଷରୁ ହଷ୍ଟନରେ ହେବାକୁ ଥିବା ଅଦିନିଆ ସ୍ନାନଯାତ୍ରାକୁ ବାତିଲ କରାଯାଇଛି । ପରଂପରା ଅନୁସାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ ।
ଅନ୍ୟପଟେ,ଅଦିନିଆ ରଥଯାତ୍ରାକୁ ନେଇ ଚେତାବନୀ ଦେଇଛି କଳିଙ୍ଗ ସେନା । ଓଡ଼ିଆ ପରମ୍ପରା ସଂସ୍କୃତିକୁ ବଦଳାଇଲେ ବନ୍ଦ ହେବ ଇସ୍କନ ମନ୍ଦିର । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଲା ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଳିଙ୍ଗ ସେନା । ଇସ୍କନ ମନ୍ଦିର ସମ୍ମୁଖରେ ସମ୍ମିଳନୀ କରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଚେତାବନୀ ଦେଇଛି । ବାରମ୍ବାର ଚେତାବନୀ ପରେ ବି ପ୍ରତିବର୍ଷ ଏହି ଭଳି କରୁଛି ଇସ୍କନ । ଯଦି ଚଳିତ ବର୍ଷ ଏଭଳି କାର୍ଯ୍ୟ କରାଯାଏ କେବଳ ତାଲା ନୁହେଁ ଇସ୍କନ ମନ୍ଦିର ଭଙ୍ଗାରୁଜା କରିବାକୁ ପଛାଇବା ନାହିଁ ସାମ୍ବାଦିକ ସମ୍ମିଳନୀରେ କହିଛି କଳିଙ୍ଗ ସେନା ।