ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ/କୋଟଗଡ଼/ବାଲିଗୁଡ଼ା,୨୭ା୫(ରାକେଶ କୁମାର ରାଉତ/ସରୋଜ ବଳିୟାର ସିଂ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ କିଛିଦିନର ନିରବତା ପରେ ଲାଲବାହିନୀ ରକ୍ତମୁଖା ହୋଇଉଠିଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘରଠାରୁ କିଛି ଦୂରରେ ଯୁବକଙ୍କୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ିଯାଇଛନ୍ତି। ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ଯୁବକଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି କୋଟଗଡ଼ […] The post ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା appeared first on Dharitri Odia News.

ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ/କୋଟଗଡ଼/ବାଲିଗୁଡ଼ା,୨୭ା୫(ରାକେଶ କୁମାର ରାଉତ/ସରୋଜ ବଳିୟାର ସିଂ/ସଞ୍ଜୟ କୁମାର ପାଣିଗ୍ରାହୀ)
କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ କିଛିଦିନର ନିରବତା ପରେ ଲାଲବାହିନୀ ରକ୍ତମୁଖା ହୋଇଉଠିଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘରଠାରୁ କିଛି ଦୂରରେ ଯୁବକଙ୍କୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ିଯାଇଛନ୍ତି। ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ଯୁବକଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଞ୍ଚାୟତ ବାଡ଼ିପଙ୍ଗା ଗାଁର ମେଟଲା ରଇତ।

ବାଡ଼ିପଙ୍ଗା ଗାଁର ମେଟଲାଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗତ ଶନିବାର ରାତିରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇଥିଲେ। ପରେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସୋମବାର ସକାଳୁ ତାଙ୍କ ମୃତଦେହକୁ ଏକ ପଲିଥିନ ଜରିରେ ଗୁଡ଼ାଇ ଗାଁ ଅଙ୍ଗନୱାଡି କେନ୍ଦ୍ର ପାଖରେ ଫିଙ୍ଗି ଚାଲିଯାଇଥିଲେ। ଗ୍ରାମବାସୀ ସକାଳେ ଦେଖି କୋଟଗଡ ଥାନାକୁ ସୂଚନା ଦେଇଥିଲେ। ମୃତଦେହରେ ଥିବା କ୍ଷତଚିହ୍ନକୁ ଦେଖି ଜଣାପଡୁଛି ଯେ, ମାଓବାଦୀମାନେ ମେଟଲାଙ୍କୁ ବହୁ ନିର୍ଯାତନା ଦେବା ପରେ ହତ୍ୟା କରିଛନ୍ତି।

ପୋଲିସ ମୃତଦେହ ଜବତ କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ମେଟଲା କନ୍ଧମାଳ ଜିଲାର ଜଣେ କନ୍ଧ ପୁଅ ଥିଲେ। ସେ ପ୍ରାୟ ମାସେ ପୂର୍ବରୁ ବିବାହ କରିଥିଲେ। ନିଜ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମୁନ୍‌ସି ତଥା ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏଭଳି ନିର୍ଦ୍ଦୋଷ ଲୋକଙ୍କୁ ପୋଲିସ ଖବରଦାତା ନାଁରେ ନିର୍ମମ ହତ୍ୟାକୁ ପୋଲିସ ନିନ୍ଦା କରୁଛି।

କନ୍ଧମାଳ ପୋଲିସକୁ ମେଟଲା କୌଣସି ପ୍ରକାର ଖବର ଦେଇନାହାନ୍ତି। ଏହା ମାଓବାଦୀଙ୍କ ଏକ ଚକ୍ରାନ୍ତ। ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ ମାଓବାଦୀମାନେ ନିରୀହ ଲୋକଙ୍କୁ ଭୟଭୀତ କରିବାର ଉଦ୍ୟମ କରିଛନ୍ତି। ପୋଲିସ ପକ୍ଷରୁ ମାଓବାଦୀଙ୍କ ବିରୋଧରେ ଅଭିଯାନ ତଥା ସର୍ଚ୍ଚ ଅପରେଶନ ଜାରି ରହିବ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

The post ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା appeared first on Dharitri Odia News.