ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍‌ ତଳେ ପଡ଼ିଯାଇ ପ୍ରାଣ ହରାଇ ଥିଲେ। ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଯାବତ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ମୃତ କ୍ରିକେଟର […] The post ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ appeared first on Dharitri Odia News.

ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ
ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍‌ ତଳେ ପଡ଼ିଯାଇ ପ୍ରାଣ ହରାଇ ଥିଲେ। ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଯାବତ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ମୃତ କ୍ରିକେଟର ନାଲାସୋପାରା ନିବାସୀ ବିଜୟ ପଟେଲ ବୋଲି ଜଣାପଡିଛି। କୁହାଯାଉଛି ଯେ ଫ୍ରେଜର ବଏସ ଗ୍ରାଉଣ୍ଡରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତାରେ ୩୨ ବର୍ଷୀୟ ବିଜୟ ମଧ୍ୟ ଭାଗ ନେଇଥିଲେ। ଘଟଣା ସମୟରେ ସେ ବ୍ୟାଟିଂ କରୁଥିଲେ। ଏହି ସମୟରେ ଯେତେବେଳେ ଫୁଲ୍‌ ଟସ ବଲ ଆସିଥିଲା। କ୍ରିକେଟର ବିଜୟ ମଧ୍ୟ ଏହାକୁ ସମାନ ଢ଼ଙ୍ଗରେ ଖେଳିଥିଲେ। ହେଲେ ବଲ୍‌ ଛକା ପାଇ ଯାଇଥିବା ବେଳେ ହଠାତ ବିଜୟ ତଳେ ପଡ଼ିଯାଇଥିଲେ। ତାଙ୍କୁ ପଡ଼ୁଥିବା ଦେଖି ଅନ୍ୟ ଖେଳାଳିମାନେ ଦୌଡ଼ି ଆସି ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାର ଖବର ପାଇବା ମାତ୍ରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୂଚନା ପାଇବା ପରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ବିଜୟ ପଟେଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ପୋଲିସ ଘଟଣାର ତଦନ୍ତ କରୁଛି। ଏହା ହୃଦ୍‌ଘାତର ମାମଲା ହୋଇଥାଇପାରେ, ତଥାପି ପୋଷ୍ଟମର୍ଟମ ପରେ ପ୍ରକୃତ କଥା ଜଣାପଡିବ ବୋଲି ପୋଲିସ କହିଛି। ତେବେ କ୍ରିକେଟରଙ୍କ  ଏଭଳି ମୃତ୍ୟୁ କ୍ରିକେଟ ପ୍ରେମୀଙ୍କୁ ତଥା ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଯୁବକଙ୍କୁ ଚକିତ କରିଛି।

The post ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ appeared first on Dharitri Odia News.