ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି ଛାତ୍ରୀ! ଭିଡିଓ ଭାଇରାଲ୍
କଟକ,୨୫।୯: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତିରଣପଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିବା ଜଣାପଡିଛି। ଭିଡିଓରେ ଶିକ୍ଷୟିତ୍ରୀ ଜଣକ ଚଟାଣରେ ସୋଇଥିବା ନଜର ଆସିଛନ୍ତି ଏବଂ ଜଣେ ଛାତ୍ରୀ ତାଙ୍କ ପାଦ ମାଲିସ୍ କରୁଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି ଯେଉଁଥିରେ ଶିକ୍ଷୟିତ୍ରୀ ଜଣକ […] The post ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି ଛାତ୍ରୀ! ଭିଡିଓ ଭାଇରାଲ୍ appeared first on Dharitri Odia News.
କଟକ,୨୫।୯: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତିରଣପଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିବା ଜଣାପଡିଛି।
ଭିଡିଓରେ ଶିକ୍ଷୟିତ୍ରୀ ଜଣକ ଚଟାଣରେ ସୋଇଥିବା ନଜର ଆସିଛନ୍ତି ଏବଂ ଜଣେ ଛାତ୍ରୀ ତାଙ୍କ ପାଦ ମାଲିସ୍ କରୁଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି ଯେଉଁଥିରେ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଛାତ୍ରମାନଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଫଳରେ ଏହି ଭିଡିଓଗୁଡିକ ସେହି ଅଞ୍ଚଳର ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକ, ଯାହାଙ୍କର ଶିକ୍ଷୟିତ୍ରୀଙ୍କ ସହିତ ଶତ୍ରୁତା ଥିବାରୁ ଭିଡିଓକୁ ସୁଟ୍ କରି ଭାଇରାଲ କରିଛନ୍ତି। ତେବେ ଭିଡିଓରେ ଦେଖାଯାଇଥିବା ମହିଳା ଜଣେ ଭଲ ଶିକ୍ଷୟିତ୍ରୀ ଅଟନ୍ତି ଏବଂ ଅନ୍ୟ ଜଣେ ଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବରେ ଭିଡିଓ ଭାଇରାଲ କରିଛନ୍ତି ବୋଲି କିଛି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।
ଖବର ଅନୁଯାୟୀ, ଏବିଡିଓ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଏବିଡିଓଙ୍କ ଠାରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
The post ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି ଛାତ୍ରୀ! ଭିଡିଓ ଭାଇରାଲ୍ appeared first on Dharitri Odia News.