ବାରାଣସୀରେ ଓଡ଼ିଶାର ଗୌରବ ଗାଥା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ବାରାଣସେୟ ଉତ୍କଳ ସମାଜ ଅନୁକୂଲ୍ୟରେ ବାରାଣସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିଜ୍ଞାନ ସଂସ୍ଥାନ ସେମିନାର ହଲ୍‌ରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାରାଣସୀ ଲୋକୋମୋଟିଭ ୱାର୍କ ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା ଯୋଗଦେଇଥିଲେ। ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଡ. ଅମିୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ ଏବଂ ପ୍ରଫେସର ପ୍ରଦୋଷ […] The post ବାରାଣସୀରେ ଓଡ଼ିଶାର ଗୌରବ ଗାଥା appeared first on Dharitri Odia News.

ବାରାଣସୀରେ ଓଡ଼ିଶାର ଗୌରବ ଗାଥା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ବାରାଣସେୟ ଉତ୍କଳ ସମାଜ ଅନୁକୂଲ୍ୟରେ ବାରାଣସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିଜ୍ଞାନ ସଂସ୍ଥାନ ସେମିନାର ହଲ୍‌ରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାରାଣସୀ ଲୋକୋମୋଟିଭ ୱାର୍କ ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା ଯୋଗଦେଇଥିଲେ। ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଡ. ଅମିୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ ଏବଂ ପ୍ରଫେସର ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପତ୍ରିକା ‘କିଛି କଥା କିଛି ବାର୍ତ୍ତା-ଏକ ଅପୂର୍ବ ଅନୁଭୂତି’ ଉନ୍ମୋଚିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବେ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ରଚିତ କ୍ଷୁଦ୍ର ସାମାଜିକ ନାଟକ ‘ପୁରୁଣା ମାଟି ନୂଆ ସପନ’ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟକୁ ଛୁଇଁଥିବାବେଳେ ଛାତ୍ରୀଛାତ୍ରଙ୍କ ଦ୍ବାରା ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟରେ ଓଡ଼ିଆ ଝୋଟି ଚିତା ସହିତ ଦହିବରା ଆଳୁଦମ ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଯୋଗଦେଇ ମାତୃଭୂମିର ଗୌରବ ସ୍ମରଣ କରିବା ସହ ଓଡ଼ିଆ ବ୍ୟଞ୍ଜନର ମଜା ଉଠାଇଥିଲେ। ସରୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

The post ବାରାଣସୀରେ ଓଡ଼ିଶାର ଗୌରବ ଗାଥା appeared first on Dharitri Odia News.