ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ ଆତଙ୍କରାଜ ଚଲାଇଥିବା ଅଭିଯୋଗରେ ପ୍ରତାପୁର ଗ୍ରାମର ମିଟୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦିନ ହେଲା ମିଟୁ ଏଭଳି ଗ୍ରାମରେ ଆତଙ୍କରାଜ ଚଲାଇବା ସହ ଚୋରା ମଦ କାରବାର କରିବା ଓ ଋଷିକୁଲ୍ୟା ନଦୀ ଘାଟରୁ ବେଆଇନ ଭାବରେ ରାତାରାତି ବାଲି […] The post ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ appeared first on Dharitri Odia News.

ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ ଆତଙ୍କରାଜ ଚଲାଇଥିବା ଅଭିଯୋଗରେ ପ୍ରତାପୁର ଗ୍ରାମର ମିଟୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦିନ ହେଲା ମିଟୁ ଏଭଳି ଗ୍ରାମରେ ଆତଙ୍କରାଜ ଚଲାଇବା ସହ ଚୋରା ମଦ କାରବାର କରିବା ଓ ଋଷିକୁଲ୍ୟା ନଦୀ ଘାଟରୁ ବେଆଇନ ଭାବରେ ରାତାରାତି ବାଲି ଚୋରାଇବା କାର୍ଯ୍ୟ କରୁଥିଲେ। ଏହାକୁ ନେଇ ପୋଲିସ ପକ୍ଷରୁ ବାରମ୍ବାର ଚଢାଉ କରି ମିଟୁକୁ ଗିରଫ କରିବାକୁ ଉଦ୍ୟମ କରିବାବେଳେ ସେ ପୋଲିସକୁ ଚକମା ଦେଖାଇ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରୁଥିଲେ।
ଏହାକୁ ନେଇ ପୋଲିସର ମୁଣ୍ଡ ବଥା ପାଲଟିଥିବା ବେଳେ ମିଟୁକୁ ଧରିବା ଲାଗି ପୋଲିସ ଜାଲ ବିଛାଇଥିଲା। ରବିବାର ସେପରି ପ୍ରତାପୁର ଛକରେ ଆତଙ୍କରାଜ ଚଲାଇଥିବାର ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ପୋଲିସ ଫୋର୍ସ ସହ ଘଟଣାସ୍ତଳରେ ପହଁଚିଥିଲୋ ଏହି ସମୟରେ ପୋଲିସକୁ ଦେଖି ମିଟୁ ଚମ୍ପଟ ମାରିବା ବେଳେ ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ ମିଟୁ ବେହେରାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତାଙ୍କଠାରୁ ଏକ ଖଣ୍ଡାକୁ ଜବତ କରିଥିବାର ଏସଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ବୀପିନ ବିହାରୀ ହୋତା ସୁଚନା ଦେଇଛନ୍ତି। ଏଥିନେଇ ଥାନା କେସନଂ ୩୬୧/୨୪ ଦଫା ୩୪୧/୩୫୩/୨୯୪/ ଆପିସି ସହ ୨୫/୨୭ ଆର୍ମସ ଆକ୍ଟ ଦଫା ମିଟୁଙ୍କ ବିରୋଧରେ ରୁଜୁ କରାଯାଇଛି। ଏପରିକି ତାଙ୍କ ନାମରେ ପୂର୍ବରୁ ବିଭିନ୍ନ ପ୍ରକାରର ୯ଟି ସଙ୍ଗୀନ କେସ ରହିଥିବାର ଆଇଆଇସି ହୋତା କହିଛନ୍ତି।

The post ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ appeared first on Dharitri Odia News.