T20 World Cup: କେବଳ ୫ ମାସରେ କିପରି ନ୍ୟୁୟର୍କରେ ଷ୍ଟାଡିୟମ ତିଆରି କଲା ICC, ଯେଉଁଠି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ?
ନୂଆଦିଲ୍ଲୀ: ଆଇସିସି ୨୦୨୧ ନଭେମ୍ୱରରେ ଟି-୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ୍ ସହ ଆମେରିକାରେ ଆୟୋଜନ କରିବା ପାଇଁ ଘୋଷଣା କରିଥିଲା । ସେହି ସମୟରେ ଆମେରିକାରେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପର୍ଯ୍ୟାପ୍ତ ଷ୍ଟାଡିୟମ ନଥିଲା । ଆମେରିକାରେ କେବଳ ଦୁଇଟି ଭେନ୍ୟୁ ଥିଲା ଏବଂ ଆଇସିସିକୁ ତୃତୀୟ ଷ୍ଟାଡିୟମର ଆବଶ୍ୟକତା ଥିଲା, ଯେଉଁଥି ପାଇଁ ନ୍ୟୁୟର୍କକୁ ଚୟନ କରାଯାଇଥିଲା । ଏଥିରୁ ଦୁଇଟି ଷ୍ଟାଡିୟମ ଫ୍ଲୋରିଡା ଏବଂ ଟେକ୍ସାସର ଡଲାସ ଷ୍ଟାଡିୟମରେ ଅନେକ ଟି-୨୦ ମ୍ୟାଚ୍ ଖେଳାସରିଛି । କିନ୍ତୁ ନ୍ୟୁୟର୍କରେ ପ୍ରଥମ ଥର କୌଣସି ମ୍ୟାଚ୍ ଖେଳାଯିବ । ତୃତୀୟ ଭେନ୍ୟୁ ରୂପେ ନାସୋ କାଉଣ୍ଟିର ଆଇଜନହାଭର ପାର୍କରେ ନିର୍ମିତ ଏହି ଷ୍ଟାଡିୟମକୁ ତିଆରି କରିବାର ଯାତ୍ରା ଆଇସିସି ପାଇଁ ସହଜ ନଥିଲା । ଅନେକ ଆହ୍ୱାନ ସତ୍ତ୍ୱେ ଆଇସିସି ପାଞ୍ଚ ମାସ ଭିତରେ ଏହି ଷ୍ଟାଡିୟମକୁ ତିଆରି କରିଛି ।ଆଇସିସି ଯଦିଓ ନାସୋ କାଉଣ୍ଟିର ଷ୍ଟାଡିୟମକୁ ପାଞ୍ଚ ମାସରେ ତିଆରି କରିଛି କିନ୍ତୁ ଏଥିପାଇଁ ୨ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଷ୍ଟାଡିୟମ ନିର୍ମାଣ ଆରମ୍ଭ ପୂର୍ବରୁ ବଡ଼ ଆହ୍ୱାନ ଥିଲା ଭଲ ଭେନ୍ୟୁ ଚୟନ । ୨୦୨୨ରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହି କାମ ପାଇଁ ଡନ୍ ଲକରବିଙ୍କୁ ଚୟନ କରାଯାଇଥିଲା । ନ୍ୟୁୟର୍କରେ ରହୁଥିବା ଲକରବି ଟି-୨୦ ବିଶ୍ୱକପ ଭେନ୍ୟୁ ଡେଭଲପମେଣ୍ଟ ଅଫିସର ଅଟନ୍ତି । ଏହା ପୂର୍ବରୁ ସେ ୨୦୦୭ରେ ଦିନିକ
ନୂଆଦିଲ୍ଲୀ: ଆଇସିସି ୨୦୨୧ ନଭେମ୍ୱରରେ ଟି-୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ୍ ସହ ଆମେରିକାରେ ଆୟୋଜନ କରିବା ପାଇଁ ଘୋଷଣା କରିଥିଲା । ସେହି ସମୟରେ ଆମେରିକାରେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପର୍ଯ୍ୟାପ୍ତ ଷ୍ଟାଡିୟମ ନଥିଲା । ଆମେରିକାରେ କେବଳ ଦୁଇଟି ଭେନ୍ୟୁ ଥିଲା ଏବଂ ଆଇସିସିକୁ ତୃତୀୟ ଷ୍ଟାଡିୟମର ଆବଶ୍ୟକତା ଥିଲା, ଯେଉଁଥି ପାଇଁ ନ୍ୟୁୟର୍କକୁ ଚୟନ କରାଯାଇଥିଲା । ଏଥିରୁ ଦୁଇଟି ଷ୍ଟାଡିୟମ ଫ୍ଲୋରିଡା ଏବଂ ଟେକ୍ସାସର ଡଲାସ ଷ୍ଟାଡିୟମରେ ଅନେକ ଟି-୨୦ ମ୍ୟାଚ୍ ଖେଳାସରିଛି । କିନ୍ତୁ ନ୍ୟୁୟର୍କରେ ପ୍ରଥମ ଥର କୌଣସି ମ୍ୟାଚ୍ ଖେଳାଯିବ । ତୃତୀୟ ଭେନ୍ୟୁ ରୂପେ ନାସୋ କାଉଣ୍ଟିର ଆଇଜନହାଭର ପାର୍କରେ ନିର୍ମିତ ଏହି ଷ୍ଟାଡିୟମକୁ ତିଆରି କରିବାର ଯାତ୍ରା ଆଇସିସି ପାଇଁ ସହଜ ନଥିଲା । ଅନେକ ଆହ୍ୱାନ ସତ୍ତ୍ୱେ ଆଇସିସି ପାଞ୍ଚ ମାସ ଭିତରେ ଏହି ଷ୍ଟାଡିୟମକୁ ତିଆରି କରିଛି ।
ଆଇସିସି ଯଦିଓ ନାସୋ କାଉଣ୍ଟିର ଷ୍ଟାଡିୟମକୁ ପାଞ୍ଚ ମାସରେ ତିଆରି କରିଛି କିନ୍ତୁ ଏଥିପାଇଁ ୨ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଷ୍ଟାଡିୟମ ନିର୍ମାଣ ଆରମ୍ଭ ପୂର୍ବରୁ ବଡ଼ ଆହ୍ୱାନ ଥିଲା ଭଲ ଭେନ୍ୟୁ ଚୟନ । ୨୦୨୨ରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହି କାମ ପାଇଁ ଡନ୍ ଲକରବିଙ୍କୁ ଚୟନ କରାଯାଇଥିଲା । ନ୍ୟୁୟର୍କରେ ରହୁଥିବା ଲକରବି ଟି-୨୦ ବିଶ୍ୱକପ ଭେନ୍ୟୁ ଡେଭଲପମେଣ୍ଟ ଅଫିସର ଅଟନ୍ତି । ଏହା ପୂର୍ବରୁ ସେ ୨୦୦୭ରେ ଦିନିକିଆ ବିଶ୍ୱକପରେ ମଧ୍ୟ ସେ ଏହି ଭୂମିକ ନିର୍ବାହ କରିଥିଲେ ଏବଂ ୧୯୯୪ରେ ଫିଫା ୱାର୍ଲଡ୍ କପରେ କାମ କରିବାର ଅନୁଭବ ମଧ୍ୟ ରହିଛି । ତେବେ ଆଇସିସି ଲକରବିକୁ ଦୁଇଟି ଭେନ୍ୟୁ ଚୟନ ପାଇଁ କାମ ଦେଇଥିଲା କିନ୍ତୁ ସେଥିରେ ସମୟର ଅଭାବକୁ ଦେଖି ଏକ ବଡ଼ ଏବଂ ସବୁ ସୁବିଧା ଥିବା ଷ୍ଟାଡିୟମ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ । ଆଇସିସି ତାଙ୍କର ଏହି କଥାକୁ ଗ୍ରହଣ କରିଥିଲା କିନ୍ତୁ ପିଚ୍ ପ୍ରସ୍ତୁତ କରିବା ପାଇଁ ସମସ୍ୟା ରହିଥିଲା । ଶେଷରେ ୨୦୨୩ ଜୁନରେ ସମାଧାନ ରୂପେ ଡ୍ରପ୍ ଇନ୍ ପିଚ୍ ଅର୍ଥାତ ବାହାରୁ ପିଚ୍ ଅଣାଯାଇ ବ୍ୟବହାର ଉପରେ ସହମତି ହୋଇଥିଲା । ଏବଂ ୨୦୨୩ ଅଗଷ୍ଟରେ ଆଇସିସି ଲଙ୍ଗ ଆଇଲାଣ୍ଡ ସ୍ଥିତ ନାସୌ କାଉଣ୍ଟିର ଆଇଜନହାଭର ପାର୍ଟ ପାଇଁ ପ୍ରପୋଜାଲ ରଖିଥିଲା ଏବଂ ନଭେମ୍ୱରରେ ୮ ମ୍ୟାଚ୍ ଆୟୋଜନ ପାଇଁ କନଟ୍ରାକ୍ଟ ସାଇନ୍ କରିଥିଲା । ଏହାରି ଭିତରେ ଆଇସିସି ଅଷ୍ଟ୍ରେଲିଆର ଏଡିଲେଡରେ ପିଚ୍ ତିଆରି କରିବା କାମ ଆରମ୍ଭ କରିଥିଲା, ଯାହାକୁ ତିଆରି କରିବା ପାଇଁ ପ୍ରାୟ ୪ ମାସ ଲାଗିଥିଲା ।
ଚୁକ୍ତି ସ୍ୱାକ୍ଷର ପରେ ଆଇଜନହାଭର ପାର୍କର ଖାଲି ସ୍ଥାନରେ ପ୍ରାୟ ୩୪ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମକୁ ତିଆରି କରିବା ପାଇଁ କେବଳ ୬ ମାସ ସମୟ ଥିଲା । ଏହା ପରେ କାମ ଆରମ୍ଭ ହେବାରେ ଏକ ମାସ ସମୟ ଲାଗିଥିଲା । ଆଇସିସି ୨୦୨୪ ଜାନୁଆରୀ ୮ରୁ କାମ ଆରମ୍ଭ କରିଥିଲା, ପରେ ଜାନୁଆରୀ ୧୮ରୁ ନିର୍ମାଣ ଆରମ୍ଭ ହୋଇଥିଲା । ଏବେ ୫ ମାସ ଭିତରେ ମେ ଶେଷ ସପ୍ତାହରେ ୱାର୍ମ ଅଫ୍ ମ୍ୟାଚ୍ ଆରମ୍ଭ କରିବା ପୂର୍ବରୁ ଏହାକୁ ନିର୍ମାଣ କରିବାର ଥିଲା । ଏହାରି ଭିତରେ ଷ୍ଟାଡିୟମ କାମ ଜାରି ରହିଥିଲା । ଷ୍ଟାଡିୟମ ତିଆରି ହେବା ପରେ ଏଡିଲେଡରୁ ୧୦ ଫିଚ୍ ଆଇଜନହାଭର ପାର୍କ ଷ୍ଟାଡିୟମ ପହଞ୍ଚିଥିଲା । ଏହି ୧୦ ପିଚ୍ ମଧ୍ୟରୁ ୪ଟିକୁ ମୁଖ୍ୟ ପିଚ୍ ପାଇଁ ଫିଟ୍ କରାଯାଇଛି । ବଳକା ୬ ପିଚକୁ ପ୍ରାକ୍ଟିସ ଏରିଆରେ ଫିଟ୍ କରାଯାଇଛି । ଏହିପରି ଲକରବିଙ୍କ ନିରୀକ୍ଷଣରେ ଆଇସିସି ଦିନ-ରାତି ଏକ କରି ଏହି କାମକୁ ୫ ମାସ ଭିତରେ ଶେଷ କରାଯାଇଛି ।