ବାଟବାଟୀ ମ୍ୟାଚ୍‌ ବେଳେ ବିଭ୍ରାଟ, ଫ୍ଲଡ୍‌ଲାଇଟ୍ସ ବନ୍ଦ ହେବାରୁ ଖେଳ ବାଧାପ୍ରାପ୍ତ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଛି । ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍‌ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଫଳରେ ମ୍ୟାଚ୍‌କୁ ବନ୍ଦ କରାଯାଇଛି । ଫ୍ଲଡ୍‌ଲାଇଟ୍ସ ଅନ୍-ଅଫ୍ ହେବା ଯୋଗୁଁ ଭାରତର ଦୁଇ ଓପନର ଶୁଭମନ୍ ଗିଲ୍ ଓ ରୋହିତ୍ ଶର୍ମା ଗଡ୍‌ଆଉଟକୁ ଫେରିଛନ୍ତି । ଅନ୍ୟପଟେ ଇଂଲଣ୍ଡ ଖେଳାଳି ବି ମୈଦାନ ଛାଡ଼ିଛନ୍ତି ।"If anyone knows an electrician?" ????@Swannyg66 seeing the funny side of a dodgy floodlight stopping play ❌ pic.twitter.com/duJu4kywi7— Cricket on TNT Sports (@cricketontnt) February 9, 2025୩୦୫ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଖେଳ ବନ୍ଦ ହେବା ସୁଦ୍ଧା ୬.୧ ଓଭରରେ ଶୂନ ୱିକେଟ୍ ହରାଇ ୪୮ ରନ୍ କରିଛି । ରୋହିତ୍ ଶର୍ମା ୨୯ ଏବଂ ଶୁଭମନ ଗିଲ୍ ୧୭ ରନ୍ କରି ଅପରାଜିତ ଅଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଟିମ୍ ଇଂଲଣ୍ଡ ୧୦ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିଲେ । ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ସଫଳ ବୋଲର୍ ହୋଇଥିଲେ । ୧୦ ଓଭରରେ ୩୫

ବାଟବାଟୀ ମ୍ୟାଚ୍‌ ବେଳେ ବିଭ୍ରାଟ, ଫ୍ଲଡ୍‌ଲାଇଟ୍ସ ବନ୍ଦ ହେବାରୁ ଖେଳ ବାଧାପ୍ରାପ୍ତ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଛି । ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍‌ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଫଳରେ ମ୍ୟାଚ୍‌କୁ ବନ୍ଦ କରାଯାଇଛି । ଫ୍ଲଡ୍‌ଲାଇଟ୍ସ ଅନ୍-ଅଫ୍ ହେବା ଯୋଗୁଁ ଭାରତର ଦୁଇ ଓପନର ଶୁଭମନ୍ ଗିଲ୍ ଓ ରୋହିତ୍ ଶର୍ମା ଗଡ୍‌ଆଉଟକୁ ଫେରିଛନ୍ତି । ଅନ୍ୟପଟେ ଇଂଲଣ୍ଡ ଖେଳାଳି ବି ମୈଦାନ ଛାଡ଼ିଛନ୍ତି ।

୩୦୫ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଖେଳ ବନ୍ଦ ହେବା ସୁଦ୍ଧା ୬.୧ ଓଭରରେ ଶୂନ ୱିକେଟ୍ ହରାଇ ୪୮ ରନ୍ କରିଛି । ରୋହିତ୍ ଶର୍ମା ୨୯ ଏବଂ ଶୁଭମନ ଗିଲ୍ ୧୭ ରନ୍ କରି ଅପରାଜିତ ଅଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଟିମ୍ ଇଂଲଣ୍ଡ ୧୦ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିଲେ । ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ସଫଳ ବୋଲର୍ ହୋଇଥିଲେ । ୧୦ ଓଭରରେ ୩୫ ରନ୍ ଖର୍ଚ୍ଚ କରି ୩ ୱିକେଟ୍ ନେଇଥିଲେ ।


ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍ । ଇଂଲଣ୍ଡ ପାଇଁ ଦୁଇ ଓପନର୍ ଫିଲିପ ସଲ୍ଟ ଏବଂ ବେନ୍ ଡକେଟ୍ ଧୂଆଁଧାର ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୮୧ ରନ୍ ପାର୍ଟନରଶିପ୍ ହୋଇଥିଲା । ପିଲିପ ସଲ୍ଟ ବ୍ୟକ୍ତିଗତ ୨୬ ରନ୍‌ରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ବେନ୍ ଡକେଟ୍ (୬୫), ଜୋ ରୁଟ୍ (୬୯), ଜାମି ଓଭରଟନ୍ (୬)ଙ୍କୁ ପାଭିଲିୟନ ପଠାଇଥିଲେ ଜାଡେଜା । ହ୍ୟାରି ବ୍ରୁକ୍ ୩୧, ଜୋଶ ବଟଲର୍ ୩୪, ଲିୟାମ ଲିଭିଙ୍ଗଷ୍ଟନ ୪୧ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡର ତିନି ଖେଳାଳି ରନ୍ ଆଉଟ୍ ହୋଇଥିଲେ । ଅନ୍ୟପଟେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୩ ୱିକେଟ୍ ମିଳିଛି । ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।