ମାନବିକତାର ଶେଷ ସୀମା, ଯୁବକଙ୍କ ତଣ୍ଟି କାଟି ଦରମରା ଅବସ୍ଥାରେ ଅଖାରେ ପୂରେଇ ଫିଙ୍ଗିଦେଲେ

ବଲାଙ୍ଗୀର: ହୃଦୟ ହୀନ ମଣିଷ। ଅତି ନିର୍ଦୟ ଭାବରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପ୍ରଥମେ ମାଡ଼ ମାରିଲେ, ଦେହରେ ବିଭିନ୍ନ ସ୍ଥାନରେ ଆଘାତ କଲେ, ଆଉ ଶେଷରେ ଯୁବକଙ୍କ ତଣ୍ଟି କାଟି ଦରମରା କରି ଅଖାରେ ପୂରେଇ ନିଛାଟିଆ ଜାଗାରେ ଫିଙ୍ଗିଦେଲେ। ଏପରି ଏକ ଲୋମଟାଙ୍କୁରା ଘଟଣା କୌଣସି ବାହାର ରାଜ୍ୟରେ ଘଟିନାହିଁ, ବରଂ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କେହି ତଣ୍ଟି କାଟି ଦରମରା ଅବସ୍ଥାରେ ବସ୍ତାରେ ପୂରେଇ ଫିଙ୍ଗି ଦେଇଛି। […]

ମାନବିକତାର ଶେଷ ସୀମା, ଯୁବକଙ୍କ ତଣ୍ଟି କାଟି ଦରମରା ଅବସ୍ଥାରେ ଅଖାରେ ପୂରେଇ ଫିଙ୍ଗିଦେଲେ

ବଲାଙ୍ଗୀର: ହୃଦୟ ହୀନ ମଣିଷ। ଅତି ନିର୍ଦୟ ଭାବରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପ୍ରଥମେ ମାଡ଼ ମାରିଲେ, ଦେହରେ ବିଭିନ୍ନ ସ୍ଥାନରେ ଆଘାତ କଲେ, ଆଉ ଶେଷରେ ଯୁବକଙ୍କ ତଣ୍ଟି କାଟି ଦରମରା କରି ଅଖାରେ ପୂରେଇ ନିଛାଟିଆ ଜାଗାରେ ଫିଙ୍ଗିଦେଲେ।

ଏପରି ଏକ ଲୋମଟାଙ୍କୁରା ଘଟଣା କୌଣସି ବାହାର ରାଜ୍ୟରେ ଘଟିନାହିଁ, ବରଂ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କେହି ତଣ୍ଟି କାଟି ଦରମରା ଅବସ୍ଥାରେ ବସ୍ତାରେ ପୂରେଇ ଫିଙ୍ଗି ଦେଇଛି।

ଘଟଣା ଘଟିଛି ଷ୍ଟେସନ ରୋଡ୍ ଦେଶୀ ମଦଭାଟି ଅଞ୍ଚଳରେ। ସୁଦପଡ଼ା ଗ୍ୟାସ୍ ଗୋଦାମ ନିକଟରୁ ଗୁରୁତର ଅବସ୍ଥାରେ ଅଖା ଭିତରୁ ଯୁବକକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆକ୍ରମଣର ଶିକାର ହୋଇଥିବା ଯୁବକ ବି ସ୍ଥାନୀୟ ଅଞ୍ଚଳର ସୂଚନା।

ଯୁବକଙ୍କ ତଣ୍ଟି ଓ ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି। ଅଖା ଭିତରୁ ଉଦ୍ଧାର କରି ଯୁବକଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ହେଲେ ଯୁବକଙ୍କୁ କିଏ ଏବଂ କାହିଁକି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ତାହା କିନ୍ତୁ ଅସ୍ପଷ୍ଟ ରହିଛି।