ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ

ବାଲିଗୁଡ଼ା,୧୨ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧୀନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ଼ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି। ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ। କିନ୍ତୁ ଘାଇଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡ଼ା ସହରରେ ଥିବା ଜାପିମାସ୍କା […] The post ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ appeared first on Dharitri Odia News.

ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ

ବାଲିଗୁଡ଼ା,୧୨ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧୀନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ଼ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି। ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ। କିନ୍ତୁ ଘାଇଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡ଼ା ସହରରେ ଥିବା ଜାପିମାସ୍କା ଘାଇ ଭଗ୍ନ ଅବସ୍ଥାରେ ରହିଛି। କେନାଲ ସାହାଯ୍ୟରେ ଜଳସେଚନ ହୋଇପାରୁନି।
ସେହିଭଳି ଚାଙ୍ଗୁରବାଲି ଘାଇରେ ମଧ୍ୟ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ଯାଉଛି। ତୁମୁଡିବନ୍ଧ ବ୍ଲକ ଲାଲିଆଚଞ୍ଚୁଡ଼ ଘାଇଟିର କାମ ଅଧାପନ୍ତରିଆ ଅବସ୍ଥା ରହିଥିବା ବେଳେ କୋଟଗଡ଼ ବ୍ଲକରେ ମଧ୍ୟ ଗୋଟିଏ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। କ.ନୂଆଗାଁ ବ୍ଲକରେ ବିଲାବାଡି, ଗୁଇବନ୍ଧା, ଫୁଜିବାଡି, କଟାରୀ, ସାରଙ୍ଗଡ ଓ ସିର୍ତ୍ତିିଗୁଡା ଗ୍ରାମର ୭ଟି ଘାଇ ରହିଛି। ସମସ୍ତ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାରୁ ବିଲକୁ କେନାଲ ସାହାଯ୍ୟରେ ପାଣି ଯାଇପାରୁନାହିଁ। ଫଳରେ ଚାଷକାର୍ଯ୍ୟରେ ବାଧା ଉପୁଜୁଛି। ନିୟମିତ ପାଣି ମିଳୁ ନ ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳର ଚାଷୀମାନେ ବାଧ୍ୟ ହୋଇ କେବଳ ବର୍ଷା ଦିନିଆ ଚାଷ କରୁଛନ୍ତି। ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ ଉପବିଭାଜନ, ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସର ଲଟାବୁଦା ହୋଇ ଭୁତକୋଠି ପାଲଟି ଯାଇଛି। ଏକାଧିକ କର୍ମଚାରୀମାନଙ୍କର ବାସଭବନ ଭଗ୍ନ ଅବସ୍ଥାରେ ରହିଛି।
ଏହି ଦାୟିତ୍ୱରେ ଥିବା ବଲାଙ୍ଗୀର ସହକାରୀ ଯନ୍ତ୍ରୀ ମହେନ୍ଦ୍ର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘାଇର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରି ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇଛୁ। ତାହା ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପଟେ ଘାଇଗୁଡ଼ିକର ଶୀଘ୍ର ପୁନରୁଦ୍ଧାର କରି କେନାଲ ସାହାଯ୍ୟରେ ଜମିକୁ ଜଳଯୋଗାଣ କରିବାକୁ ଚାଷୀ ମହଲରୁ ଦୃଢ଼ ଦାବି ହେଉଛି।

The post ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ appeared first on Dharitri Odia News.