ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର

ନୂଆଦିଲ୍ଲୀ,୧୫।୧: ଚାଇନା ଏବେ ମାଲଦ୍ୱୀପର ନିକଟତର ହେବା ମଧ୍ୟରେ ଭାରତ ସହ ବିବାଦ ବଢିବାରେ ଲାଗିଛି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ଶଶି ଥରୁର କହିଛନ୍ତି ଯେ ମାଲଦ୍ୱୀପ ସହ ଚାଇନାର ଘନିଷ୍ଠତାକୁ ନେଇ ଭାରତ ନିଶ୍ଚିତ ସତର୍କ ହେବା ଉଚିତ। ରବିବାର ଶଶି ଥରୁର କହିଛନ୍ତି ଯେ ମାଲଦ୍ୱୀପ ଚାଇନା ନିକଟତର ହେବା ଦ୍ୱାରା ଭାରତ ସରକାର ସଚେତନ ହେବା ଉଚିତ। […] The post ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର appeared first on Dharitri Odia News.

ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର

ନୂଆଦିଲ୍ଲୀ,୧୫।୧: ଚାଇନା ଏବେ ମାଲଦ୍ୱୀପର ନିକଟତର ହେବା ମଧ୍ୟରେ ଭାରତ ସହ ବିବାଦ ବଢିବାରେ ଲାଗିଛି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ଶଶି ଥରୁର କହିଛନ୍ତି ଯେ ମାଲଦ୍ୱୀପ ସହ ଚାଇନାର ଘନିଷ୍ଠତାକୁ ନେଇ ଭାରତ ନିଶ୍ଚିତ ସତର୍କ ହେବା ଉଚିତ।
ରବିବାର ଶଶି ଥରୁର କହିଛନ୍ତି ଯେ ମାଲଦ୍ୱୀପ ଚାଇନା ନିକଟତର ହେବା ଦ୍ୱାରା ଭାରତ ସରକାର ସଚେତନ ହେବା ଉଚିତ। ସେ ଏଠାରେ ତୁଗଲାକ ପତ୍ରିକାର ୫୪ ତମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ।
କଂଗ୍ରେସ ଏମପି ଥରୁର କହିଛନ୍ତି ଯେ ଚାଇନା ଭାରତ ସୀମାରେ ଏହାର ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦୀପ ଗସ୍ତ ପରେ କୂଟନୈତିକ ବିବାଦ ଉପରେ ଶଶି ଥରୁର କହିଛନ୍ତି ଯେ ମାଲଦ୍ୱୀପ ସରକାରଙ୍କ ଚାଇନା ପ୍ରତି ନିକଟତର ହେବା ଉପରେ ଆମକୁ ନଜର ରଖିବାକୁ ପଡ଼ିବ। ସେ କହିଛନ୍ତି, ଏହା (ଚାଇନା) ଆମର ସମସ୍ତ ପଡୋଶୀ ଦେଶରେ ଦ୍ରୁତ ଗତିରେ ଏହାର ପ୍ରଭାବ ବୃଦ୍ଧି ପାଉଛି। ଆମେ (ଭାରତ) ନିଶ୍ଚିତ ଭାବରେ ସତର୍କ ରହିବା ଉଚିତ ଏବଂ ସେହି ବିପଦ ବିଷୟରେ ଆମ ସରକାର ସଚେତନ ହେବା ଉଚିତ।

The post ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର appeared first on Dharitri Odia News.