ଏମ୍‌ପକ୍ସ ପାଇଁ ଭାରତର ପ୍ରସ୍ତୁତି; ହସ୍ପିଟାଲ, ବିମାନବନ୍ଦରରେ ସତର୍କତା ଜାରି

ନୂଆଦିଲ୍ଲୀ,୧୯ା୮: ଏମ୍‌ପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛି। ହସ୍ପଟାଲଗୁଡ଼ିକରେ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରାଯିବା ସହ ବିମାନବନ୍ଦରଗୁଡ଼ିକରେ ସତର୍କତା ଜାରି ହୋଇଛି। ଦିଲ୍ଲୀର ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ୍‌ ମେଡିକାଲ କଲେଜ, ଏବଂ ରାମମୋନହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲ କରାଯାଇଥିବାବେଳେ ବାହାର ଯାତ୍ରୀଙ୍କଠାରୁ ଏମ୍‌ପକ୍ସ ଯେପରି ନ ବ୍ୟାପେ ସେଥିପାଇଁ ଦେଶବ୍ୟାପୀ ବିମାନବନ୍ଦରଗୁଡ଼ିକରେ ସତର୍କତା ଅବଲମ୍ବନ କରାଯାଇଛି। କୁଣ୍ଡେଇ ହେବା ଏମ୍‌ପକ୍ସର ଏକ ଲକ୍ଷଣ ହୋଇଥିବାରୁ ଏଭଳି ରୋଗୀଙ୍କୁ ଚିହ୍ନଟ କରିବା […] The post ଏମ୍‌ପକ୍ସ ପାଇଁ ଭାରତର ପ୍ରସ୍ତୁତି; ହସ୍ପିଟାଲ, ବିମାନବନ୍ଦରରେ ସତର୍କତା ଜାରି appeared first on Dharitri Odia News.

ଏମ୍‌ପକ୍ସ ପାଇଁ ଭାରତର ପ୍ରସ୍ତୁତି; ହସ୍ପିଟାଲ, ବିମାନବନ୍ଦରରେ ସତର୍କତା ଜାରି

ନୂଆଦିଲ୍ଲୀ,୧୯ା୮: ଏମ୍‌ପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛି। ହସ୍ପଟାଲଗୁଡ଼ିକରେ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରାଯିବା ସହ ବିମାନବନ୍ଦରଗୁଡ଼ିକରେ ସତର୍କତା ଜାରି ହୋଇଛି। ଦିଲ୍ଲୀର ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ୍‌ ମେଡିକାଲ କଲେଜ, ଏବଂ ରାମମୋନହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲ କରାଯାଇଥିବାବେଳେ ବାହାର ଯାତ୍ରୀଙ୍କଠାରୁ ଏମ୍‌ପକ୍ସ ଯେପରି ନ ବ୍ୟାପେ ସେଥିପାଇଁ ଦେଶବ୍ୟାପୀ ବିମାନବନ୍ଦରଗୁଡ଼ିକରେ ସତର୍କତା ଅବଲମ୍ବନ କରାଯାଇଛି।

କୁଣ୍ଡେଇ ହେବା ଏମ୍‌ପକ୍ସର ଏକ ଲକ୍ଷଣ ହୋଇଥିବାରୁ ଏଭଳି ରୋଗୀଙ୍କୁ ଚିହ୍ନଟ କରିବା ଏବଂ ସମ୍ଭାବ୍ୟ ରୋଗୀଙ୍କ ପାଇଁ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏମ୍ସପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଗଲେ ରୋଗୀଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ଏବଂ ସ୍ବାବ ପରୀକ୍ଷା କରାଯାଇ ଏହା ଚିହ୍ନଟ କରାଯିବ।

The post ଏମ୍‌ପକ୍ସ ପାଇଁ ଭାରତର ପ୍ରସ୍ତୁତି; ହସ୍ପିଟାଲ, ବିମାନବନ୍ଦରରେ ସତର୍କତା ଜାରି appeared first on Dharitri Odia News.