ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା
କଲମ୍ବୋ,୧।୮:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହାର ଠିକ ପୂର୍ବରୁ ଶ୍ରୀଲଙ୍କାକୁ ଏକ ବଡ଼ ଝଟ୍କା ଲାଗିଛି। ଆହତ କାରଣରୁ ଦଳର ଦୁଇଜଣ ଭେଟେରାନ ଖେଳାଳି ଦଳରୁ ବାଦ୍ ପଡିଛନ୍ତି। ମାଥିଶା ପାଥିରାନା ଏବଂ ଦିଲଶାନ ମଦୁଶଙ୍କା ଭାରତ ବିପକ୍ଷ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ। ଶ୍ରୀଲଙ୍କା ଏହି ଦୁଇଜଣଙ୍କ ସ୍ଥାନରେ ମହମ୍ମଦ ଶିରାଜ ଏବଂ ଇଶାନ ମାଲିଙ୍ଗାଙ୍କୁ ଦଳରେ ନେଇଛି। ଏହା ସହିତ ଦଳ ଆଉ ତିନି ଖେଳାଳିଙ୍କୁ ଷ୍ଟାଣ୍ଡବାଇ […] The post ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା appeared first on Dharitri Odia News.
କଲମ୍ବୋ,୧।୮:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହାର ଠିକ ପୂର୍ବରୁ ଶ୍ରୀଲଙ୍କାକୁ ଏକ ବଡ଼ ଝଟ୍କା ଲାଗିଛି। ଆହତ କାରଣରୁ ଦଳର ଦୁଇଜଣ ଭେଟେରାନ ଖେଳାଳି ଦଳରୁ ବାଦ୍ ପଡିଛନ୍ତି। ମାଥିଶା ପାଥିରାନା ଏବଂ ଦିଲଶାନ ମଦୁଶଙ୍କା ଭାରତ ବିପକ୍ଷ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ। ଶ୍ରୀଲଙ୍କା ଏହି ଦୁଇଜଣଙ୍କ ସ୍ଥାନରେ ମହମ୍ମଦ ଶିରାଜ ଏବଂ ଇଶାନ ମାଲିଙ୍ଗାଙ୍କୁ ଦଳରେ ନେଇଛି। ଏହା ସହିତ ଦଳ ଆଉ ତିନି ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖିଛି।
ଭାରତ ବିପକ୍ଷ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ୩-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ଶ୍ରୀଲଙ୍କା ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଅଛନ୍ତି। ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୨ରେ ଖେଳାଯିବ।
The post ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା appeared first on Dharitri Odia News.