ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୬: ଯାଜପୁର ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଜିଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲାର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ପଦକ୍ଷେପ ନିଆଯାଇଛି। ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ପଡ଼ୋଶୀ […] The post ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.

ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୬: ଯାଜପୁର ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଜିଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲାର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ପଦକ୍ଷେପ ନିଆଯାଇଛି। ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ପଡ଼ୋଶୀ ଜିଲାକୁ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଉପରେ ଏସ୍‌ସିବି ଡାକ୍ତରୀ ଦଳ ନଜର ରଖିଛନ୍ତି।

The post ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.