ଅତ୍ୟନ୍ତ ଗରିବୀରୁ ମୁକୁଳିଛନ୍ତି ୨୬କୋଟିରୁ ଅଧିକ ଭାରତୀୟ, ହ୍ରାସ ହୋଇଛି ଭାରତର ଦାରିଦ୍ର୍ୟତା: ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ ୭।୬: ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟତାରେ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହୋଇଛି। ଏ ନେଇ ୱାର୍ଲଡ ବ୍ୟାଙ୍କର ତାଜା ରିପୋର୍ଟ ଅନୁସାରେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଭାରତର ଅତ୍ୟନ୍ତ ଦରିଦ୍ରଙ୍କ ସଂଖ୍ୟା ୨୭.୧%ରୁ ହ୍ରାସ ହୋଇ ଏବେ ମାତ୍ର ୫.୩% ରହିଛି। ରିପୋର୍ଟ ଅନୁସାରେ ୨୦୧୧-୧୨ରେ ୩୪.୪୪ କୋଟି ଲୋକେ ଅତ୍ୟନ୍ତ ଦାରିଦ୍ର୍ୟତା ମଧ୍ୟରେ କାଳାତିପାତ କରୁଥିଲେ। ତେବେ ୨୦୨୨-୨୩ ବେଳକୁ ଏହି ସଂଖ୍ୟା ୭.୫୨ କୋଟିକୁ ଖସି ଆସିଛି। ଅର୍ଥାତ ଏହି ସମୟରେ ୨୬କୋଟି ଲୋକେ ନିଜକୁ ଦାରିଦ୍ର୍ୟ ଶିଙ୍କୁଳିରୁ ମୁକ୍ତ କରିଛନ୍ତି। ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୨୦୧୧-୧୨ ବର୍ଷରେ ୬୫% ଲୋକେ ଅତ୍ୟନ୍ତ ଦାରିଦ୍ର୍ୟତାରେ ଥିଲେ। ତେବେ ୨୦୨୨-୨୩ ବର୍ଷ ବେଳକୁ ଅତ୍ୟଧିକ ଦାରିଦ୍ର୍ୟତାରେ ଦେଖାଯାଇଥିବା ହ୍ରାସରେ ଏହି ସବୁ ରାଜ୍ୟମାନଙ୍କର ଦୁଇ ତୃତୀୟାଂଶ ଯୋଗଦାନ ଥିବା ଜଣାପଡିଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ଅତ୍ୟଧିକ ଗରିବୀରେ କାଳାତିପାତ କରୁଥିବା ଲୋକଙ୍କ ସଂଖ୍ୟା ୩୪୪.୪୭ ନିୟୁତରୁ ହ୍ରାସ ହୋଇ ଏବେ ୭୫.୨୪ ନିୟୁତ ହୋଇଯାଇଛି। ବିଶ୍ୱବ୍ୟାଙ୍କର ଅନ୍ତର୍ଜାତୀୟ ଗରୀବ ସୀମାରେଖା ଦୈନିକ ୩ ଡଲାର ଆକଳନ ଉପରେ ଆଧାରିତ, ଯାହା ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ବ୍ୟାପକ ଅଭାବକୁ ଦର୍ଶାଏ। ତଥ୍ୟରୁ ଏହା ମଧ୍ୟ ଜଣା ପଡିଛି ଯେ ଏହି ତୀବ୍ର ହ୍ରାସ ଉଭୟ ଗ୍ରାମୀଣ ଓ
ନୂଆଦିଲ୍ଲୀ ୭।୬: ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟତାରେ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହୋଇଛି। ଏ ନେଇ ୱାର୍ଲଡ ବ୍ୟାଙ୍କର ତାଜା ରିପୋର୍ଟ ଅନୁସାରେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଭାରତର ଅତ୍ୟନ୍ତ ଦରିଦ୍ରଙ୍କ ସଂଖ୍ୟା ୨୭.୧%ରୁ ହ୍ରାସ ହୋଇ ଏବେ ମାତ୍ର ୫.୩% ରହିଛି। ରିପୋର୍ଟ ଅନୁସାରେ ୨୦୧୧-୧୨ରେ ୩୪.୪୪ କୋଟି ଲୋକେ ଅତ୍ୟନ୍ତ ଦାରିଦ୍ର୍ୟତା ମଧ୍ୟରେ କାଳାତିପାତ କରୁଥିଲେ। ତେବେ ୨୦୨୨-୨୩ ବେଳକୁ ଏହି ସଂଖ୍ୟା ୭.୫୨ କୋଟିକୁ ଖସି ଆସିଛି। ଅର୍ଥାତ ଏହି ସମୟରେ ୨୬କୋଟି ଲୋକେ ନିଜକୁ ଦାରିଦ୍ର୍ୟ ଶିଙ୍କୁଳିରୁ ମୁକ୍ତ କରିଛନ୍ତି।
ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୨୦୧୧-୧୨ ବର୍ଷରେ ୬୫% ଲୋକେ ଅତ୍ୟନ୍ତ ଦାରିଦ୍ର୍ୟତାରେ ଥିଲେ। ତେବେ ୨୦୨୨-୨୩ ବର୍ଷ ବେଳକୁ ଅତ୍ୟଧିକ ଦାରିଦ୍ର୍ୟତାରେ ଦେଖାଯାଇଥିବା ହ୍ରାସରେ ଏହି ସବୁ ରାଜ୍ୟମାନଙ୍କର ଦୁଇ ତୃତୀୟାଂଶ ଯୋଗଦାନ ଥିବା ଜଣାପଡିଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ଅତ୍ୟଧିକ ଗରିବୀରେ କାଳାତିପାତ କରୁଥିବା ଲୋକଙ୍କ ସଂଖ୍ୟା ୩୪୪.୪୭ ନିୟୁତରୁ ହ୍ରାସ ହୋଇ ଏବେ ୭୫.୨୪ ନିୟୁତ ହୋଇଯାଇଛି।
ବିଶ୍ୱବ୍ୟାଙ୍କର ଅନ୍ତର୍ଜାତୀୟ ଗରୀବ ସୀମାରେଖା ଦୈନିକ ୩ ଡଲାର ଆକଳନ ଉପରେ ଆଧାରିତ, ଯାହା ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ବ୍ୟାପକ ଅଭାବକୁ ଦର୍ଶାଏ। ତଥ୍ୟରୁ ଏହା ମଧ୍ୟ ଜଣା ପଡିଛି ଯେ ଏହି ତୀବ୍ର ହ୍ରାସ ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ଦେଖାଯାଇଛି। ଯେଉଁଥିରେ ଗ୍ରାମାଞ୍ଚଳର ଅତ୍ୟାଧିକ ଦାରିଦ୍ର୍ୟତା ୧୮.୪%ରୁ ହ୍ରାସ ହୋଇ ଏବେ ୨.୮% ହୋଇଯାଇଛି। ସେହିପରି ସହରାଞ୍ଚଳର ଅତ୍ୟାଧିକ ଦାରିଦ୍ର୍ୟତା ୧୧ ବର୍ଷରେ ୧୦.୭%ରୁ ହ୍ରାସ ହୋଇ ୧.୧% ହୋଇଯାଇଛି।
ଏହା ଛଡା ଭାରତ ବହୁମୁଖୀ ଦାରିଦ୍ର୍ୟତା ହ୍ରାସରେ ମଧ୍ୟ ସଫଳତା ହାସଲ କରିଛି। ତଥ୍ୟ ଅନୁସାରେ ବହୁମୁଖୀ ଗରିବ ସୂଚକାଙ୍କ (ଏମପିଆଇ) ୨୦୦୫-୦୬ରେ ୫୩.୮%ରୁ ହ୍ରାସ ହୋଇ ୨୦୧୯-୨୧ ସୁଦ୍ଧା ୧୬.୪% ହୋଇଯାଇଛି ଓ ୨୦୨୨-୨୩ରେ ଏହା ଆହୁରି ଅଧିକ ହ୍ରାସ ହୋଇ ୧୫.୫% ହୋଇଯାଇଛି ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି।