ପ୍ରେମ ସମ୍ପର୍କ ବିଗିଡିବା ରେପ୍ କେସର କାରଣ ନ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩।୪: ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ପ୍ରେମ ସମ୍ପର୍କକୁ ନେଇ ବିଶେଷ ଟିପ୍ପଣୀ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏମ.ସୁନ୍ଦରେଶ ଓ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କ ବେଞ୍ଚ ପ୍ରେମ ସମ୍ପର୍କ ବିଗିଡିବା ଯୋଗୁ ଦୁଷ୍କର୍ମ ମକଦ୍ଦମା ରୁଜୁ କରାଯାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।  ଟିପ୍ପଣୀ ରେପ୍ କେସ୍ ସମ୍ପର୍କିତ ଏକ ମାମଲାରେ କରାଯାଇଛି। ଅଭିଯୁକ୍ତ ଆବେଦନ କରି ତାଙ୍କ ବିରୋଧରେ ରୁଜୁ ରେପ କେସ୍ କୁ ରଦ୍ଦ କରିବାକୁ ଦାବି କରିଥିଲେ। ଏହି ମାମଲାରେ ଟିପ୍ପଣୀ କରି ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି ଯେ ତୁଟି ଯାଇଥିବା ପ୍ରେମ ସମ୍ପର୍କ ରେପ କେସ୍ ରୁଜୁ କରିବାର ଆଧାର ହେବା ଉଚିତ ନୁହେଁ। ପ୍ରେମୀ ଯୁଗଳ କୌଣସି କାରଣରୁ ପୃଥକ ହୋଇଗଲେ ଏହାର ଅର୍ଥ ନୁହେଁ ରେପ୍ କେସ୍ ରୁଜୁ କରାଯିବ। ଖାସ କରି ବଦଳୁଥିବା ନୈତିକ ମୂଲ୍ୟ ସନ୍ଦର୍ଭରେ କେବେବି ଏଭଳି ହେବା ଉଚିତ ନୁହେଁ। ଏପରି ମାମଲା ଋଢିବାଦୀ ମାନସିକତାକୁ ଦର୍ଶାଉଛି। ଜନୈକ ଅଭିଯୁକ୍ତ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି କହିଛନ୍ତି ଯେ ମହିଳା ତାଙ୍କ ବିରୋଧରେ ରେପ କେସ୍ ରୁଜୁ କରିଛନ୍ତି। ମହିଳାଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା। ତେବେ ନିର୍ବନ୍ଧ ଭାଙ୍ଗିବା ଯୋଗୁ ମହିଳା ଅଭିଯୋଗ କରିଛନ୍ତି ଯେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନା କରାଯାଇଛି।  ଏଥିଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା। ମହିଳା

ପ୍ରେମ ସମ୍ପର୍କ ବିଗିଡିବା ରେପ୍ କେସର କାରଣ ନ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩।୪: ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ପ୍ରେମ ସମ୍ପର୍କକୁ ନେଇ ବିଶେଷ ଟିପ୍ପଣୀ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏମ.ସୁନ୍ଦରେଶ ଓ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କ ବେଞ୍ଚ ପ୍ରେମ ସମ୍ପର୍କ ବିଗିଡିବା ଯୋଗୁ ଦୁଷ୍କର୍ମ ମକଦ୍ଦମା ରୁଜୁ କରାଯାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।  ଟିପ୍ପଣୀ ରେପ୍ କେସ୍ ସମ୍ପର୍କିତ ଏକ ମାମଲାରେ କରାଯାଇଛି। ଅଭିଯୁକ୍ତ ଆବେଦନ କରି ତାଙ୍କ ବିରୋଧରେ ରୁଜୁ ରେପ କେସ୍ କୁ ରଦ୍ଦ କରିବାକୁ ଦାବି କରିଥିଲେ। 

ଏହି ମାମଲାରେ ଟିପ୍ପଣୀ କରି ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି ଯେ ତୁଟି ଯାଇଥିବା ପ୍ରେମ ସମ୍ପର୍କ ରେପ କେସ୍ ରୁଜୁ କରିବାର ଆଧାର ହେବା ଉଚିତ ନୁହେଁ। ପ୍ରେମୀ ଯୁଗଳ କୌଣସି କାରଣରୁ ପୃଥକ ହୋଇଗଲେ ଏହାର ଅର୍ଥ ନୁହେଁ ରେପ୍ କେସ୍ ରୁଜୁ କରାଯିବ। ଖାସ କରି ବଦଳୁଥିବା ନୈତିକ ମୂଲ୍ୟ ସନ୍ଦର୍ଭରେ କେବେବି ଏଭଳି ହେବା ଉଚିତ ନୁହେଁ। ଏପରି ମାମଲା ଋଢିବାଦୀ ମାନସିକତାକୁ ଦର୍ଶାଉଛି। 

ଜନୈକ ଅଭିଯୁକ୍ତ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି କହିଛନ୍ତି ଯେ ମହିଳା ତାଙ୍କ ବିରୋଧରେ ରେପ କେସ୍ ରୁଜୁ କରିଛନ୍ତି। ମହିଳାଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା। ତେବେ ନିର୍ବନ୍ଧ ଭାଙ୍ଗିବା ଯୋଗୁ ମହିଳା ଅଭିଯୋଗ କରିଛନ୍ତି ଯେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନା କରାଯାଇଛି।  ଏଥିଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା। ମହିଳାଙ୍କ ମକଦ୍ଦମା ବରିଷ୍ଠ ଓକିଲ ମାଧବୀ ଦିବାନ ଲଢୁଛନ୍ତି। 

କୋର୍ଟରେ ଓକିଲଙ୍କୁ ଦେଖି ବେଞ୍ଚ କହିଛନ୍ତି ଯେ ଯିଏ ଏତେ ସିନିୟର ଓକିଲଙ୍କୁ ତାଙ୍କ କେସ୍ ଦେଇଛନ୍ତି ତାଙ୍କୁ କେବେ ସିଧାସାଧା ଓ ଶରଳ ବୋଲି କୁହାଯାଇ ପାରିବନି, ଏଣୁ କୋର୍ଟ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି ଯେ ପ୍ରେମ ସମ୍ପର୍କ ଖରାପ ହେବା କାରଣରୁ ରେପ କେସ୍ ରୁଜୁ କରିବା ମାମଲା ଋଢିବାଦୀ ବିଚାରଧାରାର ପରିଣାମ। ଏପରି ବିଚାର ରଖୁଥିବା ଲୋକେ ପୁରୁଷଙ୍କୁ ହିଁ ଦୋଷୀ କରିଥାନ୍ତି, ତେବେ କୋର୍ଟ ମାମଲାକୁ ଗୋଟିଏ ଦିଗରୁ ଦେଖେ ନାହିଁ। କୋର୍ଟ ପୁରୁଷ ଓ ସ୍ତ୍ରୀ ମଧ୍ୟରେ କୌଣସି ଭେଦଭାବ କରେନି। ଜଜମାନେ କହିଛନ୍ତି ଯେ ଆମ ଘରେ ବି ଝିଅ ଅଛନ୍ତି। ଯଦି ସେ ବି ଏହି ପୀଡ଼ିତାଙ୍କ ଜାଗାରେ ଥାନ୍ତି ଏପରି ମାମଲାକୁ ଆହୁରି ଗଭୀର ଦୃଷ୍ଟିରେ ଦେଖା ଯାଇଥାନ୍ତା।