ଲାଲକିଲ୍ଲା ଆକ୍ରମଣର ଦୋଷୀ ପାକ୍ ଆତଙ୍କବାଦୀର ମର୍ସି ପିଟିସନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ

ନୂଆଦିଲ୍ଲୀ ୧୨।୬: ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଅଶଫାକ୍‌ର ଦୟା ନିବେଦନ (ମର୍ସି ପିଟିସନ)କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ପାଖାପାଖି ୨୪ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ପାକିସ୍ତାନୀ ଆତଙ୍କବାଦୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀଦଣ୍ଡାଦେଶ କରିଥିଲେ। ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ମହମ୍ମଦ ଆରିଫର ରିଭ୍ୟୁ ପିଟିସନ ଖାରଜ କରିଦେଇଥିଲେ ଓ ତାକୁ ହୋଇଥିବା ମୃତ୍ୟୁ ଦଣ୍ଡାଦେଶ ପୁଷ୍ଟି କରିଥିଲେ। ୨୫ ଜୁଲାଇ ୨୦୨୨ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେବା ପରଠାରୁ ଏହାକୁ ମିସାଇ ଏପର୍ଯ୍ୟନ୍ତ ଦୁଇଟି କ୍ଷମା ନିବେଦନକୁ ଅଗ୍ରାହ୍ୟ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଦୀର୍ଘ ସମୟ ଧରି ବିଳମ୍ବ ଆଧାରରେ ନିଜର ଦଣ୍ଡ ହ୍ରାସ ପାଇଁ ନିବେଦନ କରି ଦୋଷୀ ଏବେବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ରାଷ୍ଟ୍ରପତି ସଚିବାଳୟଙ୍କ ଅଧିକାରୀଙ୍କ ଅନୁସାରେ ୧୫ ମେରେ ମିଳିଥିବା ଦୟା ନିବେଦନ ଉପରେ ରାଷ୍ଟ୍ରପତି ମେ ୨୭ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଆତଙ୍କବାଦୀର ଦଣ୍ଡ କାୟମ ରଖିଥିଲେ ଓ କହିଥିଲେ ଯେ ଅଭିଯୁକ୍ତ ଆରିଫ ସପକ୍ଷରେ କୌଣସି ପରିସ୍ଥିତି ବି ନଥିଲା। କୋର୍ଟ ସଫାସଫା କହିଥିଲେ ଯେ ଲାଲକିଲ୍ଲା ଉପରେ ଆକ୍ରମଣ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ସିଧା

ଲାଲକିଲ୍ଲା ଆକ୍ରମଣର ଦୋଷୀ ପାକ୍ ଆତଙ୍କବାଦୀର ମର୍ସି ପିଟିସନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ

ନୂଆଦିଲ୍ଲୀ ୧୨।୬: ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଅଶଫାକ୍‌ର ଦୟା ନିବେଦନ (ମର୍ସି ପିଟିସନ)କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ପାଖାପାଖି ୨୪ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ପାକିସ୍ତାନୀ ଆତଙ୍କବାଦୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀଦଣ୍ଡାଦେଶ କରିଥିଲେ। ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ମହମ୍ମଦ ଆରିଫର ରିଭ୍ୟୁ ପିଟିସନ ଖାରଜ କରିଦେଇଥିଲେ ଓ ତାକୁ ହୋଇଥିବା ମୃତ୍ୟୁ ଦଣ୍ଡାଦେଶ ପୁଷ୍ଟି କରିଥିଲେ। 

୨୫ ଜୁଲାଇ ୨୦୨୨ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେବା ପରଠାରୁ ଏହାକୁ ମିସାଇ ଏପର୍ଯ୍ୟନ୍ତ ଦୁଇଟି କ୍ଷମା ନିବେଦନକୁ ଅଗ୍ରାହ୍ୟ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଦୀର୍ଘ ସମୟ ଧରି ବିଳମ୍ବ ଆଧାରରେ ନିଜର ଦଣ୍ଡ ହ୍ରାସ ପାଇଁ ନିବେଦନ କରି ଦୋଷୀ ଏବେବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ରାଷ୍ଟ୍ରପତି ସଚିବାଳୟଙ୍କ ଅଧିକାରୀଙ୍କ ଅନୁସାରେ ୧୫ ମେରେ ମିଳିଥିବା ଦୟା ନିବେଦନ ଉପରେ ରାଷ୍ଟ୍ରପତି ମେ ୨୭ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ। 

ଏହା ପୂର୍ବରୁ ସୁପ୍ରିମକୋର୍ଟ ଆତଙ୍କବାଦୀର ଦଣ୍ଡ କାୟମ ରଖିଥିଲେ ଓ କହିଥିଲେ ଯେ ଅଭିଯୁକ୍ତ ଆରିଫ ସପକ୍ଷରେ କୌଣସି ପରିସ୍ଥିତି ବି ନଥିଲା। କୋର୍ଟ ସଫାସଫା କହିଥିଲେ ଯେ ଲାଲକିଲ୍ଲା ଉପରେ ଆକ୍ରମଣ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ସିଧା ବିପଦ ଥିଲା। ୨୨ ଡିସେମ୍ବର ୨୦୦୦ରେ ଆତଙ୍କବାଦୀମାନେ ଲାଲକିଲ୍ଲାରେ ମୁତୟନ ହୋଇଥିବା ୭ ରାଜପୁତାନା ରାଇଫଲସ ଜବାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଫଳରେ ସେଠାରେ ମୁତୟନ ୩ ସେନା ଜବାନଙ୍କ ମୃତ୍ୟୁ ହୋଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ମହମ୍ମଦ ଆରିଫ ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ନିଷିଦ୍ଧ ଲସ୍କର-ଏ-ତୌୟବା(ଏଲଇଟି)ର ସଦସ୍ୟ। ଲାଲକିଲ୍ଲା ଆକ୍ରମଣର ୪ ଦିନ ପରେ ଆରିଫ ଦିଲ୍ଲୀପୋଲିସ ହାତରେ ଧରାପଡିଥିଲା। ଏହି ମାମଲାରେ ଟ୍ରାୟଲ କୋର୍ଟ ୨୦୦୫ ମସିହାରେ ଆରିଫକୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଯାହା ୨୦୨୨ ମସିହାରେ ସୁପ୍ରିମକୋର୍ଟରେ ମଧ୍ୟ କାୟମ ରହିଥିଲା। ଆରିଫକୁ ଲାଲକିଲ୍ଲା ଆକ୍ରମଣରେ ସହାୟତା କରିଥିବା ଅବୁ ବିଲାଲ, ଅବୁ ଶାଦ ଓ ଅବୁ ହୈଦର ଅଲଗା ଅଲଗା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।