Yes She Can… କମ୍‌ଲା ହାରିସଙ୍କ ସମର୍ଥନରେ ବାହାରିଲେ ବାରାକ୍‌ ଓବାମା, ଦେଲେ ନିର୍ବାଚନୀ ନାରା

ନୂଆଦିଲ୍ଲୀ ୨୧।୦୮ : ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ଜୋରଦାର ହଲଚଲ୍‌ । ଡେମୋକ୍ରେଟିକ୍‌ ନ୍ୟାସନାଲ୍‌ କନ୍‌ଭେକ୍ସନର ୨ୟ ଦିନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । କମ୍‌ଲା ହାରିସଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି ବାରାକ ଓବାମା । ଏପିରିକି ଆଗାମୀ ଦିନରେ ହାରିସ୍‌ ଦେଶର ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି ବି କହିଛନ୍ତି । ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଖରେ ନେତା ବାଛିବାକୁ ସମୟ ଆସିଛି । ଆମେ ଏପରି ଏକ ଲୋକଙ୍କୁ ବାଛିବା ଯିଏକି ସାରା ଜୀବନ ସାଧାରଣ ଲୋକଙ୍କ ସେବାର ଦିନ କଟାଇ ଦେଇଛି । ଆମେରିକାର ଏବେ ଏପରି ସମୟ ଆସିଛି । ତେଣୁ କମ୍‌ଲା ହାରିସଙ୍କୁ ମୁଁ ଆଗାମୀ ରାଷ୍ଟ୍ରପତି ଭାବେ ସମର୍ଥନ ନିର୍ବାଚିତ କରିବାକୁ ସମର୍ଥନ କରୁଛନ୍ତି । ରାଷ୍ଟ୍ରପତି ପଦ ଲାଗି ଡେମୋକ୍ରେଟିକ୍‌ ପାର୍ଟିର ପ୍ରାର୍ଥୀ ହେବା ଲାଗି ୧୬ ବର୍ଷ ଲାଗିଥିଲା । କିନ୍ତୁ ମୋ ସାଥୀ (କମ୍‌ଲା ହାରିସ୍‌) ଏହାକୁ ଖୁବ୍‌ ସମୟରେ ହାସଲ୍‌ କରିଛନ୍ତି । ତେଣୁ ତାଙ୍କ ପାଇଁ ମୁଁ ଗର୍ବିତ । ନଭେମ୍ବର ୫ରେ ଇତିହାସ ରଚିବାକୁ ଯାଉଛନ୍ତି ହାରିସ୍‌ । ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ହାରିସ୍‌ ଏବଂ ଟିମ୍‌ ବ୍ଲଜ୍‌ ଏପରି ନେତା । ଯେଉଁମାନେ ସବୁବେଳେ ଲୋକଙ୍କ ପାଇଁ  କାମ କରିଥାନ୍ତି । ଆମକୁ ଏପରି ହିଁ ଏକ ରାଷ୍ଟ୍ରପତିଙ୍କ ଦରକାର । ଯିଏ ସବୁବେଳେ ଲୋକଙ୍କ କଥା ଚିନ୍ତା କରୁଥି

Yes She Can… କମ୍‌ଲା ହାରିସଙ୍କ ସମର୍ଥନରେ ବାହାରିଲେ ବାରାକ୍‌ ଓବାମା, ଦେଲେ ନିର୍ବାଚନୀ ନାରା

ନୂଆଦିଲ୍ଲୀ ୨୧।୦୮ : ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ଜୋରଦାର ହଲଚଲ୍‌ । ଡେମୋକ୍ରେଟିକ୍‌ ନ୍ୟାସନାଲ୍‌ କନ୍‌ଭେକ୍ସନର ୨ୟ ଦିନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । କମ୍‌ଲା ହାରିସଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି ବାରାକ ଓବାମା । ଏପିରିକି ଆଗାମୀ ଦିନରେ ହାରିସ୍‌ ଦେଶର ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି ବି କହିଛନ୍ତି । 

ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଖରେ ନେତା ବାଛିବାକୁ ସମୟ ଆସିଛି । ଆମେ ଏପରି ଏକ ଲୋକଙ୍କୁ ବାଛିବା ଯିଏକି ସାରା ଜୀବନ ସାଧାରଣ ଲୋକଙ୍କ ସେବାର ଦିନ କଟାଇ ଦେଇଛି । ଆମେରିକାର ଏବେ ଏପରି ସମୟ ଆସିଛି । ତେଣୁ କମ୍‌ଲା ହାରିସଙ୍କୁ ମୁଁ ଆଗାମୀ ରାଷ୍ଟ୍ରପତି ଭାବେ ସମର୍ଥନ ନିର୍ବାଚିତ କରିବାକୁ ସମର୍ଥନ କରୁଛନ୍ତି । ରାଷ୍ଟ୍ରପତି ପଦ ଲାଗି ଡେମୋକ୍ରେଟିକ୍‌ ପାର୍ଟିର ପ୍ରାର୍ଥୀ ହେବା ଲାଗି ୧୬ ବର୍ଷ ଲାଗିଥିଲା । କିନ୍ତୁ ମୋ ସାଥୀ (କମ୍‌ଲା ହାରିସ୍‌) ଏହାକୁ ଖୁବ୍‌ ସମୟରେ ହାସଲ୍‌ କରିଛନ୍ତି । ତେଣୁ ତାଙ୍କ ପାଇଁ ମୁଁ ଗର୍ବିତ । ନଭେମ୍ବର ୫ରେ ଇତିହାସ ରଚିବାକୁ ଯାଉଛନ୍ତି ହାରିସ୍‌ । 

ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ହାରିସ୍‌ ଏବଂ ଟିମ୍‌ ବ୍ଲଜ୍‌ ଏପରି ନେତା । ଯେଉଁମାନେ ସବୁବେଳେ ଲୋକଙ୍କ ପାଇଁ  କାମ କରିଥାନ୍ତି । ଆମକୁ ଏପରି ହିଁ ଏକ ରାଷ୍ଟ୍ରପତିଙ୍କ ଦରକାର । ଯିଏ ସବୁବେଳେ ଲୋକଙ୍କ କଥା ଚିନ୍ତା କରୁଥିବ । କମ୍‌ଲା ହାରିସ୍‌ ରାଷ୍ଟ୍ରପତି ହିଁ ଏବେ.. ତେଣୁ ମୁଁ ଏହିଠାରେ ଗୋଟିଏ କଥା କହୁଛି Yes She Can…