ତାତି କରୁଛି କଲବଲ, ୩୭ ଡିଗ୍ରୀ ପାର୍ କଲା ରାଜଧାନୀ ପାରଦ

ଭୁବନେଶ୍ୱର ୨୦/୫: ସାରା ରାଜ୍ୟରେ ତାତିର ପ୍ରକୋପ । କଲବଲ କରୁଛି ଖରା ଓ ଗରମ ଗୁଳୁଗୁଳିରେ ଅତିଷ୍ଟ । ଖାସ୍ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୀବନ ଅସହ୍ୟ ହୋଇପଡିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ରାଜଧାନୀରେ ତାତିର ପ୍ରକୋପ ଅଧିକ ରହୁଛି । ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪°C ରେକର୍ଡ ହୋଇଛି । ସେହିଭଳି ରାଜଧାନୀରେ ଆର୍ଦ୍ରତା ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ୪୮.୭ % ରେକର୍ଡ ହୋଇଛି । also read...https://www.prameyanews7.com/southwest-monsoon-likely-to-hit-kerala-earlyସୂଚନା ଥାଉକି, ଆସନ୍ତା ୨୧ ରୁ ୨୩ ତାରିଖ ଯାଏ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ । ଏହା ପ୍ରଭାବରେ ଘଡ଼ଘଡ଼ି ସହିତ ଅଧିକ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ସହିତ ପବନର ଝଟ୍‌କା ୬୦କିମି ଯାଏ ଯାଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । ୨୦ ତାରିଖରେ ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି,  ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିବ । 

ତାତି କରୁଛି କଲବଲ, ୩୭ ଡିଗ୍ରୀ ପାର୍ କଲା ରାଜଧାନୀ ପାରଦ

ଭୁବନେଶ୍ୱର ୨୦/୫: ସାରା ରାଜ୍ୟରେ ତାତିର ପ୍ରକୋପ । କଲବଲ କରୁଛି ଖରା ଓ ଗରମ ଗୁଳୁଗୁଳିରେ ଅତିଷ୍ଟ । ଖାସ୍ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୀବନ ଅସହ୍ୟ ହୋଇପଡିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ରାଜଧାନୀରେ ତାତିର ପ୍ରକୋପ ଅଧିକ ରହୁଛି । ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪°C ରେକର୍ଡ ହୋଇଛି । ସେହିଭଳି ରାଜଧାନୀରେ ଆର୍ଦ୍ରତା ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ୪୮.୭ % ରେକର୍ଡ ହୋଇଛି । 

also read...

https://www.prameyanews7.com/southwest-monsoon-likely-to-hit-kerala-early

ସୂଚନା ଥାଉକି, ଆସନ୍ତା ୨୧ ରୁ ୨୩ ତାରିଖ ଯାଏ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ । ଏହା ପ୍ରଭାବରେ ଘଡ଼ଘଡ଼ି ସହିତ ଅଧିକ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ସହିତ ପବନର ଝଟ୍‌କା ୬୦କିମି ଯାଏ ଯାଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । 

୨୦ ତାରିଖରେ ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି,  ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିବ ।