ଚଳିତ ମାସରେ ପଡିବ ସୋନାକ୍ଷୀ-ଜାହିରଙ୍କ ହାତଗଣ୍ଠି, ସାମ୍ନାକୁ ଆସିଲା ୱେଡିଂ ଡେଟ୍
ମୁମ୍ଵାଇ ୧୦।୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତାଙ୍କ ୱେବ୍ ସିରିଜ୍ ହୀରାମଣ୍ଡି ପାଇଁ ଖୁବ୍ ଲାଇମ୍ ଲାଇଟ୍ରେ ଥିଲେ। ଏହି ସିରିଜ୍ରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ଅଛି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକ ତଥା ଅଭିନେତା ଜାହିର ଇକବାଲକୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ସୋନାକ୍ଷୀ ସିହ୍ନା ଚଳିତ ମାସ ୨୩ ଜୁନ୍ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ସୋନାକ୍ଷୀ ଏବଂ ଜାହିର ଦୀର୍ଘ ସମୟ ଧରି ଡେଟିଂ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି । ଏହି କପଲ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ନିଶ୍ଚିତ କରି ନାହାଁନ୍ତି, ସେମାନେ ଏକାଠି ପାର୍ଟି କରୁଥିବାର ଦେଖିବାକୁ ମିଳିଥାଏ।ରିପୋର୍ଟରେ ଦର୍ଶାଯାଇଛି ଯେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ଜୁନ୍ ୨୩ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ ଅତି ସରଳ ଭାବରେ ହେବାକୁ ଯାଉଛି। ଦୁହିଁଙ୍କର ବିବାହ କାର୍ଡ ମଧ୍ୟ ଛପା ସରିଛି। ବିବାହ ପାଇଁ ପରିବାର, ଘନିଷ୍ଠ ବନ୍ଧୁ ତଥା ହୀରାମଣ୍ଡିଙ୍କ ସମସ୍ତ କଳାକାରଙ୍କୁ ନିମନ୍ତ୍ରଣ ପଠାଯାଇଛି। କୁହାଯାଉଛି ଯେ ସୋନାକ୍ଷୀ-ଜାହିରଙ୍କ ବିବାହରେ ଅତିଥିମାନେ ଫର୍
ମୁମ୍ଵାଇ ୧୦।୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତାଙ୍କ ୱେବ୍ ସିରିଜ୍ ହୀରାମଣ୍ଡି ପାଇଁ ଖୁବ୍ ଲାଇମ୍ ଲାଇଟ୍ରେ ଥିଲେ। ଏହି ସିରିଜ୍ରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ଅଛି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକ ତଥା ଅଭିନେତା ଜାହିର ଇକବାଲକୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ସୋନାକ୍ଷୀ ସିହ୍ନା ଚଳିତ ମାସ ୨୩ ଜୁନ୍ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ସୋନାକ୍ଷୀ ଏବଂ ଜାହିର ଦୀର୍ଘ ସମୟ ଧରି ଡେଟିଂ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି । ଏହି କପଲ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ନିଶ୍ଚିତ କରି ନାହାଁନ୍ତି, ସେମାନେ ଏକାଠି ପାର୍ଟି କରୁଥିବାର ଦେଖିବାକୁ ମିଳିଥାଏ।
ରିପୋର୍ଟରେ ଦର୍ଶାଯାଇଛି ଯେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ଜୁନ୍ ୨୩ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ ଅତି ସରଳ ଭାବରେ ହେବାକୁ ଯାଉଛି। ଦୁହିଁଙ୍କର ବିବାହ କାର୍ଡ ମଧ୍ୟ ଛପା ସରିଛି। ବିବାହ ପାଇଁ ପରିବାର, ଘନିଷ୍ଠ ବନ୍ଧୁ ତଥା ହୀରାମଣ୍ଡିଙ୍କ ସମସ୍ତ କଳାକାରଙ୍କୁ ନିମନ୍ତ୍ରଣ ପଠାଯାଇଛି। କୁହାଯାଉଛି ଯେ ସୋନାକ୍ଷୀ-ଜାହିରଙ୍କ ବିବାହରେ ଅତିଥିମାନେ ଫର୍ମାଲ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି ଏବଂ ବିବାହ ଉତ୍ସବ କେବଳ ମୁମ୍ବାଇରେ ଅନୁଷ୍ଠିତ ହେବ। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଛନ୍ତି।