ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସେମାନେ ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବାବେଳେ ଏକ ଗାଡ଼ି ମାଡ଼ି ଦେଇଥିଲା। ସେଠାରେ ଥିବା ଏକ ବାଇକ ଚୁରମାର ହୋଇ ଜଳି ଯାଇଥିଲା। ଟାଉନ ଥାନା ପୋଲିସ ଖବର ପାଇ ଦମକଳ ବାହିନୀ […] The post ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର appeared first on Dharitri Odia News.

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସେମାନେ ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବାବେଳେ ଏକ ଗାଡ଼ି ମାଡ଼ି ଦେଇଥିଲା। ସେଠାରେ ଥିବା ଏକ ବାଇକ ଚୁରମାର ହୋଇ ଜଳି ଯାଇଥିଲା। ଟାଉନ ଥାନା ପୋଲିସ ଖବର ପାଇ ଦମକଳ ବାହିନୀ ସହାୟତାରେ ନିଆଁ ଲିଭାଇବା ସହ ଆହତଙ୍କୁ ଉଦ୍ଧାର କରିଥିଲେ। ଘଟଣାରୁ ଜଣା ପଡ଼ିଛି ଯେ, ଉକ୍ତ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ତାପସଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡ଼ିଟି ଖସି ପଳାଉ ଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ବାଇକ ଆରୋହୀଙ୍କ ନାମ ଲାଲମୋହନ ବେହେରା। ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନାମ ବାପି ବେହେରା ବୋଲି ଜଣାପଡ଼ିଛି। ପୋଲିସ ଘଟଣାର ଅନୁସନ୍ଧାନ କରି ତଦନ୍ତ କରୁଛି।

The post ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର appeared first on Dharitri Odia News.