ପୋଲିସ କବଜାରେ ଠକ ଗ୍ୟାଙ୍ଗ୍, ଅଭିନବ ଉପାୟରେ କରୁଥିଲେ ଲୁଟ୍
ଭୁବନେଶ୍ବର: ପୋଲିସ କବଜାରେ ଠକ ଗ୍ୟାଙ୍ଗ। ଠକ ଗ୍ୟାଙ୍ଗ୍ର ୫ ଜଣକୁ ଗିରଫ କଲା ପୋଲିସ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି।ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ। ଏମାନେ ଘରକୁ ଘର ବୁଲି ନିଜ ପାଖରେ କଳାଧନ ଥିବା କହୁଥିଲେ। ଆଉ ଏହି କଳାଧନକୁ ବଦଳାଇଲେ ଦୁଇଗୁଣା ଟଙ୍କା ମଧ୍ୟ ଦେବାକୁ କହୁଥିଲେ। ହେଲେ ସେହି ଟଙ୍କା ଥିଲା ପୂରା ନକଲି ।ତେବେ ଗତ ଫେବ୍ରୁଆରୀ ମାସରେ ଭରତପୁର ଥାନା ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି ଠକେଇ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ। ଏବେ ଆଉ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିସିପି। ଏମାନଙ୍କୁ ଅନୁଗୁଳ ଗଞ୍ଜାମ କଟକ ଅଞ୍ଚଳରୁ ଗିରଫ କରାଯାଇଛି।
ଭୁବନେଶ୍ବର: ପୋଲିସ କବଜାରେ ଠକ ଗ୍ୟାଙ୍ଗ। ଠକ ଗ୍ୟାଙ୍ଗ୍ର ୫ ଜଣକୁ ଗିରଫ କଲା ପୋଲିସ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି।ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ। ଏମାନେ ଘରକୁ ଘର ବୁଲି ନିଜ ପାଖରେ କଳାଧନ ଥିବା କହୁଥିଲେ। ଆଉ ଏହି କଳାଧନକୁ ବଦଳାଇଲେ ଦୁଇଗୁଣା ଟଙ୍କା ମଧ୍ୟ ଦେବାକୁ କହୁଥିଲେ। ହେଲେ ସେହି ଟଙ୍କା ଥିଲା ପୂରା ନକଲି ।
ତେବେ ଗତ ଫେବ୍ରୁଆରୀ ମାସରେ ଭରତପୁର ଥାନା ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି ଠକେଇ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ। ଏବେ ଆଉ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିସିପି। ଏମାନଙ୍କୁ ଅନୁଗୁଳ ଗଞ୍ଜାମ କଟକ ଅଞ୍ଚଳରୁ ଗିରଫ କରାଯାଇଛି।