ଟ୍ରମ୍ପଙ୍କ ଉପଦେଶ ସତ୍ତ୍ୱେ ଭାରତରେ ୧.୫ ବିଲିଅନ ଡଲାର ନିବେଶ କଲା ଆଇଫୋନ ନିର୍ମାତା ଫକ୍ସନ

ନୂଆଦିଲ୍ଲୀ: ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକ୍‌ଙ୍କୁ ଭାରତରେ ନିବେଶ ନ କରିବାକୁ ଉପଦେଶ ଦେଇଥିଲେ। କହିଥିଲେ ଭାରତରେ ଫ୍ୟାକ୍ଟ୍ରି ଲଗାଇବାର ଆବଶ୍ୟକତା ନାହିଁ। ଭାରତ ନିଜ କଥା ନିଜେ ବୁଝିପାରିବ। ହେଲେ ଲାଗୁଛି ଟ୍ରମ୍ପଙ୍କ ଏହି ଉପଦେଶ କମ୍ପାନୀ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ। ଭାରତରେ ଥିବା ସୁବିଧା ସୁଯୋଗର ପୂରା ଫାଇଦା ନେଇ କମ୍ପାନୀ ଏବେ ନିବେଶ ବଢ଼ାଇବାକୁ ଚାହୁଁଛି। ଆପଲର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରର ଫକ୍ସକନ ଭାରତରେ ୧.୪୯ ବିଲିୟନ ଡଲାରର ନିବେଶ କରିଛି। ପଢନ୍ତୁ ରିପୋର୍ଟପଢନ୍ତୁ- ପେଟ୍ରୋଲିୟ ଓ କଟ୍ ଡାଇମଣ୍ଡକୁ ପଛରେ ପକାଇ ଭାରତର ସର୍ବାଧିକ ରପ୍ତାନୀକାରୀ ସାମଗ୍ରୀ ହେଲା ସ୍ମାର୍ଟଫୋନ୍ଫିକା ପଡ଼ିଲା ଟ୍ରମ୍ପଙ୍କ ଉପଦେଶ। ଭାରତରେ ଆହୁରି ନିବେଶ ବଢ଼ାଇଲା ଆପଲ ପ୍ରଡକ୍ଟ ତିଆରି କରୁଥିବା କମ୍ପାନି ଫକ୍ସକନ। ଫକ୍ସକନ ଏହାର ସିଙ୍ଗାପୁର ୟୁନିଟ ଜରିଆରେ ଗତ ୫ ଦିନରେ ତାମିଲନାଡୁର ୟୁଜହାନ ଟେକ୍ନୋଲୋଜି (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡରେ ୧.୪୯ ବିଲିଅନ ଡଲାର ନିବେଶ କରିଛି। ଗତ ସପ୍ତାହରେ ଭାରତରେ ନିବେଶ ନ କରିବାକୁ ଆପଲ ସିଇଓ ଟିମ୍‌ କୁକଙ୍କୁ ଉପଦେଶ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ। ଏହା ସତ୍ତ୍ୱେ ବି ଫକ୍ସନ ତାମିଲନାଡୁରେ ବଡ଼ ନିବେଶ କରିବାରୁ ଯାହାକୁ ନେଇ ଚର୍ଚ୍ଚା ହେଉଛି।ବିଶେଷଜ୍ଞଙ୍କ ମତରେ ଆପଲ ଭାରତ ଉପରେ ଅଧିକ ଫୋକସ ଦେବାର ଅନେକ କାରଣ ରହିଛି। କାରଣ କମ୍ପାନି ଚୀ

ଟ୍ରମ୍ପଙ୍କ ଉପଦେଶ ସତ୍ତ୍ୱେ ଭାରତରେ ୧.୫ ବିଲିଅନ ଡଲାର ନିବେଶ କଲା ଆଇଫୋନ ନିର୍ମାତା ଫକ୍ସନ

ନୂଆଦିଲ୍ଲୀ: ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକ୍‌ଙ୍କୁ ଭାରତରେ ନିବେଶ ନ କରିବାକୁ ଉପଦେଶ ଦେଇଥିଲେ। କହିଥିଲେ ଭାରତରେ ଫ୍ୟାକ୍ଟ୍ରି ଲଗାଇବାର ଆବଶ୍ୟକତା ନାହିଁ। ଭାରତ ନିଜ କଥା ନିଜେ ବୁଝିପାରିବ। ହେଲେ ଲାଗୁଛି ଟ୍ରମ୍ପଙ୍କ ଏହି ଉପଦେଶ କମ୍ପାନୀ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ। ଭାରତରେ ଥିବା ସୁବିଧା ସୁଯୋଗର ପୂରା ଫାଇଦା ନେଇ କମ୍ପାନୀ ଏବେ ନିବେଶ ବଢ଼ାଇବାକୁ ଚାହୁଁଛି। ଆପଲର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରର ଫକ୍ସକନ ଭାରତରେ ୧.୪୯ ବିଲିୟନ ଡଲାରର ନିବେଶ କରିଛି। ପଢନ୍ତୁ ରିପୋର୍ଟ

ପଢନ୍ତୁ- ପେଟ୍ରୋଲିୟ ଓ କଟ୍ ଡାଇମଣ୍ଡକୁ ପଛରେ ପକାଇ ଭାରତର ସର୍ବାଧିକ ରପ୍ତାନୀକାରୀ ସାମଗ୍ରୀ ହେଲା ସ୍ମାର୍ଟଫୋନ୍

ଫିକା ପଡ଼ିଲା ଟ୍ରମ୍ପଙ୍କ ଉପଦେଶ। ଭାରତରେ ଆହୁରି ନିବେଶ ବଢ଼ାଇଲା ଆପଲ ପ୍ରଡକ୍ଟ ତିଆରି କରୁଥିବା କମ୍ପାନି ଫକ୍ସକନ। ଫକ୍ସକନ ଏହାର ସିଙ୍ଗାପୁର ୟୁନିଟ ଜରିଆରେ ଗତ ୫ ଦିନରେ ତାମିଲନାଡୁର ୟୁଜହାନ ଟେକ୍ନୋଲୋଜି (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡରେ ୧.୪୯ ବିଲିଅନ ଡଲାର ନିବେଶ କରିଛି। ଗତ ସପ୍ତାହରେ ଭାରତରେ ନିବେଶ ନ କରିବାକୁ ଆପଲ ସିଇଓ ଟିମ୍‌ କୁକଙ୍କୁ ଉପଦେଶ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ। ଏହା ସତ୍ତ୍ୱେ ବି ଫକ୍ସନ ତାମିଲନାଡୁରେ ବଡ଼ ନିବେଶ କରିବାରୁ ଯାହାକୁ ନେଇ ଚର୍ଚ୍ଚା ହେଉଛି।

ବିଶେଷଜ୍ଞଙ୍କ ମତରେ ଆପଲ ଭାରତ ଉପରେ ଅଧିକ ଫୋକସ ଦେବାର ଅନେକ କାରଣ ରହିଛି। କାରଣ କମ୍ପାନି ଚୀନ ଉପରେ ଏହାର ନିର୍ଭରତା କମ୍ କରିବାକୁ ଚାହୁଛି। ଏହା ସହ ସେଠାରେ ଭୂରାଜନୈତିକ ପରିସ୍ଥିତି, ଟ୍ରେଡ ଡିସପ୍ୟୁଟ ଭଳି କାରଣରୁ ଭାରତକୁ ଏକ ଉତ୍ତମ ଅପ୍ସନ ଭାବରେ ଦେଖୁଛି କମ୍ପାନି। ଏହା ସହ ଭାରତର ମେକ ଇନ୍ ଇଣ୍ଡିଆ ଏବଂ ପିଏଲଆଇ ସ୍କିମ କାରଣରୁ କମ୍ପାନିଙ୍କୁ ଆର୍ଥିକ ସହାୟତା ମିଳୁଛି। ଏହି ପଲିସି କାରଣରୁ ହିଁ ଆପଲର ପାର୍ଟନର ଫକ୍ସକନ ଏବଂ ଟାଟା ଭାରତରେ ଅଧିକ ନିବେଶ କରୁଛନ୍ତି।

ଆହୁରି ମଧ୍ୟ ଭାରତରେ ବର୍ତ୍ତମାନ ଦୁନିଆର ସବୁଠୁ ଦ୍ରୁତ ଭାବରେ ବଢ଼ୁଥିବା ସ୍ମାର୍ଟଫୋନ ମାର୍କେଟ। ସ୍ଥାନୀୟ ଭାବରେ ଉତ୍ପାଦନ ବଢ଼ିବା କାରଣରୁ ଆପଲ ନିଜ ଚାହିଦା ପୂରଣ କରିପାରିଛି। ଯାହା ଫଳରେ କମ୍ପାନିର ମାର୍କେଟ ସେୟାର ବଢ଼ି ବର୍ତ୍ତମାନ ୬-୭% ରହିଛି। 

ପଢ଼ନ୍ତୁ- ଟ୍ୟାକ୍ସରୁ ବର୍ତ୍ତିବାକୁ ବାଂଲାଦେଶ ଦେଇ ଭାରତକୁ ପୋଷାକ ବିକୁଥିଲା ଚୀନ, ଚେକ୍ ଦେଲା ଭାରତ

ଆପଲ ଭାରତରୁ କରୁଥିବା ଆଇଫୋନ ରପ୍ତାନୀ ୭୦%ରେ ପହଞ୍ଚିଛି। ୨୦୨୪ରେ ଭାରତରୁ ଆଇଫୋନ ଏକ୍ସପୋର୍ଟ ୧୨.୮ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ଯାହା ଆଗାମୀ ସମୟରେ ଆହୁରି ଅଧିକ ବଢ଼ିବା ନେଇ ଅନୁମାନ କରାଯାଉଛି। ତେବେ ସବୁଠାରୁ ବଡ଼ କଥା ହେଲା ଚୀନ ଓ ଆମେରିକା ଠାରୁ ଭାରତରେ ଲେବର କଷ୍ଟ ମଧ୍ୟ କମ୍ ରହୁଛି। ତେଣୁ ଏତେସବୁ ଲାଭ ପାଉଥିବାରୁ ଆପଲ ଭାରତରେ ଛାଡ଼ିବାକୁ ଇଚ୍ଛା କରୁ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।