କଶ୍ମୀରରେ ନିର୍ବାଚନ ପ୍ରଚାର ଶେଷ
ଶ୍ରୀନଗର,୩୦ା୯: ଜମ୍ମୁ-କଶ୍ମୀର ବିଧାନସଭାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଶେଷ ପର୍ଯ୍ୟାୟର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋର୍ଦାର ପ୍ରଚାର କରାଯାଇଥିଲା। ବିଶେଷ କରି ଭାଜପା, କଂଗ୍ରେସ, ନ୍ୟାଶନାଲ କନ୍ଫରେନ୍ସ ଏବଂ ପିଡିପି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପରସ୍ପରକୁ ଟାର୍ଗେଟ କରିଥିଲେ। ପାକିସ୍ତାନ, ଅନୁଚ୍ଛେଦ ୩୭୦, ଆତଙ୍କବାଦ ଏବଂ ସଂରକ୍ଷଣ ଆଦି ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ମଙ୍ଗଳବାର ଜମ୍ମୁ […] The post କଶ୍ମୀରରେ ନିର୍ବାଚନ ପ୍ରଚାର ଶେଷ appeared first on Dharitri Odia News.
ଶ୍ରୀନଗର,୩୦ା୯: ଜମ୍ମୁ-କଶ୍ମୀର ବିଧାନସଭାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଶେଷ ପର୍ଯ୍ୟାୟର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋର୍ଦାର ପ୍ରଚାର କରାଯାଇଥିଲା। ବିଶେଷ କରି ଭାଜପା, କଂଗ୍ରେସ, ନ୍ୟାଶନାଲ କନ୍ଫରେନ୍ସ ଏବଂ ପିଡିପି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପରସ୍ପରକୁ ଟାର୍ଗେଟ କରିଥିଲେ। ପାକିସ୍ତାନ, ଅନୁଚ୍ଛେଦ ୩୭୦, ଆତଙ୍କବାଦ ଏବଂ ସଂରକ୍ଷଣ ଆଦି ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ମଙ୍ଗଳବାର ଜମ୍ମୁ ଅଞ୍ଚଳର ଜମ୍ମୁ, ଉଧାମପୁର, ସାମ୍ବା ଓ କଠୁଆ ଏବଂ ଉତ୍ତର କଶ୍ମୀରର ବାରମୂଲ୍ଲା, ବନ୍ଦିପୋରା ଏବଂ କୁପ୍ଓ୍ବାଡ଼ା ଜିଲାର ୪୦ଟି ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୪୧୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା କଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଚାରରେ ଯାଇ କଶ୍ମୀରରୁ ବହୁ ଦଶନ୍ଧିର ଅନ୍ୟାୟ ଏବଂ ଅସମାନତା ଦୂର ପାଇଁ ତାଙ୍କର ୧୦ ବର୍ଷର ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଏକ ସାମୟିକ ନିଷ୍ପତ୍ତି ଥିଲା ଏବଂ ଭାଜପା ନେତୃତ୍ୱରେ ଖୁବ୍ଶୀଘ୍ର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ସକ୍ରିୟ ଭାବେ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ପ୍ରଚାର ମଙ୍ଗ ଧରିଥିବାବେଳେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି ଯଥାକ୍ରମେ ଏନ୍ସି ଏବଂ ପିଡିପି ପ୍ରଚାରର ନେତୃତ୍ୱ ନେଇଥିଲେ।
The post କଶ୍ମୀରରେ ନିର୍ବାଚନ ପ୍ରଚାର ଶେଷ appeared first on Dharitri Odia News.