ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ

ଓ୍ବାଶିଂଟନ, ୨୯।୯: ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟର(ଆଇଏସ୍‌ଏସ୍‌)ରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଏବଂ ଏଲନ୍‌ ମସ୍କଙ୍କ ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’ ପକ୍ଷରୁ ଶନିବାର ଭାରତୀୟ ସମୟ ରାତି ୧୦ଟା ୪୭ରେ ଫ୍ଲୋରିଡାର କେପ୍‌ କାନ୍‌ଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନ୍‌ରୁ ମିଶନ ‘କ୍ରିଉ-୯’ ଲଞ୍ଚ କରାଯାଇଛି। ମିଶନ ଲଞ୍ଚ ହେବାର ଠିକ୍‌ ପୂର୍ବରୁ ନାସା ଇଞ୍ଜିନିୟରଙ୍କ ପକ୍ଷରୁ […] The post ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ appeared first on Dharitri Odia News.

ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ

ଓ୍ବାଶିଂଟନ, ୨୯।୯: ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟର(ଆଇଏସ୍‌ଏସ୍‌)ରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଏବଂ ଏଲନ୍‌ ମସ୍କଙ୍କ ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’ ପକ୍ଷରୁ ଶନିବାର ଭାରତୀୟ ସମୟ ରାତି ୧୦ଟା ୪୭ରେ ଫ୍ଲୋରିଡାର କେପ୍‌ କାନ୍‌ଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନ୍‌ରୁ ମିଶନ ‘କ୍ରିଉ-୯’ ଲଞ୍ଚ କରାଯାଇଛି। ମିଶନ ଲଞ୍ଚ ହେବାର ଠିକ୍‌ ପୂର୍ବରୁ ନାସା ଇଞ୍ଜିନିୟରଙ୍କ ପକ୍ଷରୁ ଫାଲ୍କନ-୯ ରକେଟ ଓ ଡ୍ରାଗନ ମହାକାଶଯାନର ପରୀକ୍ଷଣ କରାଯାଇଥିଲା। ମିଶନ ପାଇଁ ଡ୍ରାଗନ ମହାକାଶଯାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାନେଇ ନାସା ପକ୍ଷରୁ କୁହାଯାଇଥିଲା। ତେବେ ଫ୍ଲୋରିଡାରେ ବାତ୍ୟା ହେଲେନ୍‌ର ପ୍ରଭାବ ଯୋଗୁ ଗତ ୨୬ ତାରିଖରେ ଲଞ୍ଚ ହେବାକୁ ଥିବା ଏହି ମିଶନକୁ ୨ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।
କ୍ରିଉ-୯ ମିଶନରେ ୨ ଜଣ ମହାକାଶଚାରୀଙ୍କୁ ଆଇଏସ୍‌ଏସ୍‌ ପଠାଯାଇଛି। ନାସା ମହାକାଶଚାରୀ ନିକ୍‌ ହେଗ୍‌ ଏହି ମିଶନର ନେତୃତ୍ୱ ନେଉଥିବାବେଳେ ରୁଷିଆର ରସ୍କୋସ୍‌ମୋସ୍‌ ମହାକାଶଚାରୀ ଆଲେକସାନ୍ଦ୍ର ଗୋର୍ବୁନୋଭ ମିଶନ ସ୍ପେଶାଲିଷ୍ଟ ଭାବେ ତାଙ୍କୁ ସହଯୋଗ କରିବେ। ଯଦି ସବୁ କିଛି ଠିକ୍‌ ରୁହେ ଉଭୟ କ୍ରିଉ ସଦସ୍ୟ ରବିବାର ଆଇଏସ୍‌ଏସ୍‌ରେ ପହଞ୍ଚିବେ। ସାଧାରଣତଃ ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପସୁଲରେ ୪ ଜଣ ମହାକାଶଚାରୀଙ୍କୁ ନେଇ ଆଇଏସ୍‌ଏସ୍‌ ଯିବାର କ୍ଷମତା ରହିଥାଏ। ତେବେ ଏହି ମିଶନରେ ହେଗ୍‌ ଓ ଗୋର୍ବୁନୋଭ ମହାକାଶକୁ ଯାଉଥିବା ସମୟରେ ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍‌ ଖାଲି ରହିଥିଲା। ମିଶନରେ ପ୍ରାୟ ୫ ମାସ ପର୍ଯ୍ୟନ୍ତ ହେଗ୍‌ ଓ ଗୋର୍ବୁନୋଭ ଆଇଏସ୍‌ଏସ୍‌ରେ ରହିବେ। ଏହି ଅବଧି ମଧ୍ୟରେ ଉଭୟେ ଆଇଏସ୍‌ଏସ୍‌ରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ। ସେହିପରି ମହାକାଶରେ ପ୍ରାୟ ୪ ମାସ ଧରି ଫସି ରହିଥିବା ସୁନୀତା ଏବଂ ବୁଚ୍‌ ମଧ୍ୟ କ୍ରିଉ-୯ ମିଶନରେ ସାମିଲ ହେବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତ ଜୁନ ୬ରେ ବୋଇଂ ଷ୍ଟାରଲାଇନର୍‌ କ୍ୟାପସୁଲ ଯୋଗେ ଉଭୟ ସୁନୀତା ଓ ବୁଚ୍‌ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ। ତେବେ ଷ୍ଟାର୍‌ଲାଇନର୍‌ରେ ହିଲିୟମ ଲିକ୍‌ ହେବା ଯୋଗୁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣି ନ ଥିଲା। ତେଣୁ ଗତ ୬ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାର୍‌ଲାଇନର୍‌ ପୃଥିବୀ ଫେରି ଆସିଥିଲା।

The post ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ appeared first on Dharitri Odia News.