ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ

ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ କାମ ଧନ୍ଦା ଛାଡି ଆଧାର କେନ୍ଦ୍ରରେ ଦିନ ଦିନ ସମୟ ବିତାଉଛନ୍ତି ଗୋଟିଏ ପଟେ ରୋଜଗାର ଛାଡି ଆଧାର କେନ୍ଦ୍ରରେ ସମୟ ନଷ୍ଟ ହେଉଛି। ଏବେ ରାସନ ସାମଗ୍ରୀ ପାଇବା ପାଇଁ ଇ-କଓ୍ବୋସି କରିବାକୁ ବାଧ୍ୟ ହୋଇଥିବା ବେଳେ ସରକାରଙ୍କ ସୁଭଦ୍ରା ଯୋଜନା ହେଉ କି ଛାତ୍ରୀଛାତ୍ରମାନଙ୍କ ତଥ୍ୟ ଅନଲାଇନରେ […] The post ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ appeared first on Dharitri Odia News.

ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ

ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ କାମ ଧନ୍ଦା ଛାଡି ଆଧାର କେନ୍ଦ୍ରରେ ଦିନ ଦିନ ସମୟ ବିତାଉଛନ୍ତି ଗୋଟିଏ ପଟେ ରୋଜଗାର ଛାଡି ଆଧାର କେନ୍ଦ୍ରରେ ସମୟ ନଷ୍ଟ ହେଉଛି। ଏବେ ରାସନ ସାମଗ୍ରୀ ପାଇବା ପାଇଁ ଇ-କଓ୍ବୋସି କରିବାକୁ ବାଧ୍ୟ ହୋଇଥିବା ବେଳେ ସରକାରଙ୍କ ସୁଭଦ୍ରା ଯୋଜନା ହେଉ କି ଛାତ୍ରୀଛାତ୍ରମାନଙ୍କ ତଥ୍ୟ ଅନଲାଇନରେ ଯୋଡିବା ପାଇଁ ବା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଧାର କାର୍ଡ ର ଆବଶ୍ୟକତା ବାଧ୍ୟତା ମୂଳକ ଯୋଗୁ ଲୋକଙ୍କ ଏବେ ବଡ଼ କାମଧନ୍ଦା ହେଲା ନିଜ ଆଧାର କାର୍ଡ ଅପଡେଟ କରାଇବା ଓ ଭୁଲ ସଂଶୋଧନ, ମୋବାଇଲ ନମ୍ବର ଯୋଡିବା ଆକାଉଣ୍ଟ ସହ ଆଧାର ଯୋଡିବା ଏକ ବଡ଼ କାର୍ଯ୍ୟ ପାଲଟିଛି। ତେବେ ଏହି ସବୁ କରିବାକୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ହାତ ଗଣତି ମାତ୍ର ୩ଟା ଆଧାର କେନ୍ଦ୍ର ରହିଛି। ସେଥିରୁ ମାତ୍ର ବ୍ଲକ ପରିସର ମଧ୍ୟରେ ରହିଥିବା ଆଧାର କେନ୍ଦ୍ର ନିୟମିତ ରହିଥିବାବେଳେ ଅନ୍ୟଗୁଡିକ ସଠିକ ଭାବେ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଦାରିଙ୍ଗବାଡିରୁ ଅନ୍ୟ ପଡୋଶୀ ଗଞ୍ଜାମ, ଗଜପତି ଏମିତି କି ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇ ନିଜ ଆଧାର ସଂଶୋଧନ ଓ ଅପଡେଟ କରାଇ ଖର୍ଚ୍ଚାନ୍ତ ହେଉଛନ୍ତି।

ଦାରିଙ୍ଗବାଡିର ଜନସଂଖ୍ୟା ୧ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିବାବେଳେ ୨୦୧୩ ମସିହାରୁ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଆଧାର ଅପଡେଟ ନ ଥିବାବେଳେ ସଂଶୋଧନର ମଧ୍ୟ ଆବଶ୍ୟକତା ରହିଛି। ଏହା ସଚେତନ ଅଭାବରୁ ହୋଇପାରି ନ ଥିନାବେଳେ ଏବେ ସମସ୍ତ ଯୋଜନାରେ ଆବଶ୍ୟକ ପଡିବାରୁ ଶହ ଶହ ଲୋକ ଆଧାର କେନ୍ଦ୍ର ଆଗରେ ଭିଡ଼ ଜମାଉଛନ୍ତି। ହେଲେ ହାତ ଗଣତି କେନ୍ଦ୍ରରେ ଲୋକଙ୍କ ଆଧାର ସଂଶୋଧନ କିମ୍ବା ଅପଡେଟ ହେବା ସମ୍ଭବ ହେଉନାହିଁ। ଅଧିକରୁ ଅଧିକ କ୍ୟାମ୍ପ କରି ପ୍ରତି ପଞ୍ଚାୟତରେ ଆଧାର କାର୍ଯ୍ୟ କରାଗଲେ ଅଞ୍ଚଳବାସୀ ସରକାରଙ୍କ ସବୁ ଯୋଜନାର ସଠିକ ଫାଇଦା ପାଇପାରିବେ ବୋଲି ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗ୍ରାମର ଟଙ୍ଗନା ପ୍ରଧାନ, ରବିନ ପ୍ରଧାନ, ବାପି ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଆଧାର ସଂଶୋଧନ ପାଇଁ ପୋଷ୍ଟ ଅଫିସ ଦୌଡିବା ପରେ ମଧ୍ୟ ସଫଳ ନ ହେବାରୁ ଶୁକ୍ରବାର ଗଞ୍ଜାମ ସୋରଡ଼ା ଆଧାର ସଂଶୋଧନ ପାଇଁ ଯିବାକୁ ପଡିଲା ବୋଲି କହିଛନ୍ତି।

The post ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ appeared first on Dharitri Odia News.