କେସିଙ୍ଗା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ କଲ୍ୟାଣମଣ୍ଡପ ପ୍ରାଙ୍ଗଣଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ନୃପରାଜଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସହର ପରିକ୍ରମା ସହ ସଫେଇ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଦିତୀୟ […] The post କେସିଙ୍ଗା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.
କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ କଲ୍ୟାଣମଣ୍ଡପ ପ୍ରାଙ୍ଗଣଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ନୃପରାଜଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସହର ପରିକ୍ରମା ସହ ସଫେଇ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଦିତୀୟ ଅଧିବେଶନ ଅପରାହ୍ନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍ପି ମାଳବିକା ଦେଓ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ କେସିଙ୍ଗା ବିନୋଦ ପାଟିଲ ଏଚ୍,ପ୍ରକଳ୍ପ ନିର୍ଦ୍ଦେଶ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ମୁନିନ୍ଦ୍ର ହୋନ ନାଗା,ଅଧ୍ୟକ୍ଷ ନୃପରାଜ ଯାଦବ,ଉପାଧ୍ୟକ୍ଷା ସରସ୍ବତୀ ସାହା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ୭ ଓ୍ବାର୍ଡନମ୍ବରସ୍ଥିତ ତେଲନଦୀ ପୀଠରେ ୭୫ ଲକ୍ଷ ବ୍ୟୟ ଅଟକଳରେ ଏକ ମୁକ୍ତିଧାମର ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଅଧ୍ୟକ୍ଷ ଏନ୍ଏସିର ବିଭିନ୍ନ ସମସ୍ୟାର ସମାଧାନ ଏମ୍ପିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ନୃସିଂହ ବେହେରା ମଞ୍ଚ ପରିଚାଳନା କରିଥିଲେ।
The post କେସିଙ୍ଗା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.