ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ

ଓ୍ବାଶିଂଟନ,୨୦।୭: ଜୁଲାଇ ୧୯, ୨୦୨୪ ଶୁକ୍ରବାରକୁ ଅଧିକାଂଶ ଲୋକେ ଭୁଲିପାରିବେ ନାହିଁ। କାରଣ ଏହିଦିନ ସାରା ବିଶ୍ୱରେ ଠପ୍‌ ହୋଇଯାଇଥିଲା ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ବନ୍ଦ ହେତୁ ବିଶ୍ୱର ୯୫ ପ୍ରତିଶତ କମ୍ପ୍ୟୁଟର ବନ୍ଦ ହୋଇଯାଇଥିଲା। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖାଗଲା। ବିମାନ ବନ୍ଦର, ଟ୍ରେନ, ବ୍ୟାଙ୍କ, ମିଡିଆ, ଡିଜିଟାଲ ପେମେଣ୍ଟ ଠାରୁ ଷ୍ଟକ ଏକ୍ସଚେଞ୍ଜ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅବଶ୍ୟ, ବର୍ତ୍ତମାନ ସର୍ଭରର ମରାମତି କରାଯାଇଛି, କିନ୍ତୁ ବଡ କମ୍ପାନୀଗୁଡିକ ଏଥିପାଇଁ ବହୁ କ୍ଷତି […] The post ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ appeared first on Dharitri Odia News.

ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ

ଓ୍ବାଶିଂଟନ,୨୦।୭: ଜୁଲାଇ ୧୯, ୨୦୨୪ ଶୁକ୍ରବାରକୁ ଅଧିକାଂଶ ଲୋକେ ଭୁଲିପାରିବେ ନାହିଁ। କାରଣ ଏହିଦିନ ସାରା ବିଶ୍ୱରେ ଠପ୍‌ ହୋଇଯାଇଥିଲା ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ବନ୍ଦ ହେତୁ ବିଶ୍ୱର ୯୫ ପ୍ରତିଶତ କମ୍ପ୍ୟୁଟର ବନ୍ଦ ହୋଇଯାଇଥିଲା। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖାଗଲା। ବିମାନ ବନ୍ଦର, ଟ୍ରେନ, ବ୍ୟାଙ୍କ, ମିଡିଆ, ଡିଜିଟାଲ ପେମେଣ୍ଟ ଠାରୁ ଷ୍ଟକ ଏକ୍ସଚେଞ୍ଜ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅବଶ୍ୟ, ବର୍ତ୍ତମାନ ସର୍ଭରର ମରାମତି କରାଯାଇଛି, କିନ୍ତୁ ବଡ କମ୍ପାନୀଗୁଡିକ ଏଥିପାଇଁ ବହୁ କ୍ଷତି ସହିଛନ୍ତି।
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏହି ଅସନ୍ତୋଷକୁ ନେଇ ଏକ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ଆଣ୍ଟି-ଭାଇରସ କମ୍ପାନୀ କ୍ରାଉଡ ଷ୍ଟ୍ରାଇକ ଦ୍ୱାରା ଏକ ସଫ୍ଟୱେର୍‌ ଅପଡେଟ କାରଣରୁ ବିଶ୍ୱର ଆଇଟି ସିଷ୍ଟମରେ କ୍ଷତି ଘଟାଇଛି।

ସୋସିଆଲ ମିଡିଆ ଏକ୍ସରେ ସତ୍ୟ ନାଡେଲା ଲେଖିଛନ୍ତି, ‘ଶୁକ୍ରବାର କ୍ରାଉଡ ଷ୍ଟ୍ରାଇକ ଏକ ଅପଡେଟ ପ୍ରକାଶ କରିଥିଲା ଯାହା ବିଶ୍ୱ ସ୍ତରରେ ଆଇଟି ସିଷ୍ଟମ ଉପରେ ପ୍ରଭାବ ପକାଇଥିଲା। ଆମେ ଏହି ସମସ୍ୟା ବିଷୟରେ ଅବଗତ ଏବଂ ଏହି ପ୍ରସଙ୍ଗରେ କ୍ରାଉଡ ଷ୍ଟ୍ରାଇକ ସହିତ କାର୍ଯ୍ୟ କରୁଛୁ । ଆମେ ଲୋକମାନଙ୍କୁ ବୈଷୟିକ ମାର୍ଗଦର୍ଶନ ଏବଂ ସମର୍ଥନ ଯୋଗାଉଛୁ ଯାହା ଦ୍ୱାରା ସେମାନେ ଯଥାଶୀଘ୍ର ନିଜ ସିଷ୍ଟମରେ ଅନଲାଇନରେ କାମ କରିପାରିବେ।
ନାଡେଲାଙ୍କ ଅପଡେଟରେ X ସିଇଓ ତଥା ଟେସଲା ପ୍ରତିଷ୍ଠାତା ଏଲୋନ ମସ୍କ ଏକ ଖୋଳତାଡ଼ କରିଥିଲେ। ସେ କହିଛନ୍ତି ଯେ ମାଇକ୍ରୋସଫ୍ଟ ବନ୍ଦ ହେତୁ ଅଟୋମୋବାଇଲ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି। ଏହାପୂର୍ବରୁ, ମସ୍କ ମାଇକ୍ରୋସଫ୍ଟକୁ ମଧ୍ୟ ପରିହାସ କରିଥିଲେ, ଯାହା ୧୫ଘଣ୍ଟା ପାଇଁ ଅଟକି ରହିଥିଲା । ବିଶ୍ୱର ଏହି ଅଘଟଣ ବିଷୟରେ ମସ୍କ ଏକ୍ସରେ ଅନେକ ମେମ ପୋଷ୍ଟ କରିଥିଲେ। ମସ୍କ ତାଙ୍କର୨୦୨୧ଏକ ପୁରୁଣା ପୋଷ୍ଟକୁ ଏକ୍ସରେ ପୋଷ୍ଟ କରିଥିଲେ ଯେଉଁଥିରେ ସେ କହିଥିଲେ, ‘ମାକ୍ରୋହର୍ଡ> ମାଇକ୍ରୋସଫ୍ଟ।’

The post ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ appeared first on Dharitri Odia News.