ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA
କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ ପଦ୍ମ ଧରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ଭାଜପାରେ ଯୋଗ ଦେବା ନେଇ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ତାଙ୍କ ସହ ଧାମନଗର ବିଧାୟକ ରାଜୁ ଦାସ ମଧ୍ୟ ସାମିଲ ରହିବେ। ସୂଚନାଥାଉ କି, ଫେବୃୟାରୀ ୯ରେ ବିଜେଡିରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ […] The post ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA appeared first on Dharitri Odia News.
କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ ପଦ୍ମ ଧରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ଭାଜପାରେ ଯୋଗ ଦେବା ନେଇ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ତାଙ୍କ ସହ ଧାମନଗର ବିଧାୟକ ରାଜୁ ଦାସ ମଧ୍ୟ ସାମିଲ ରହିବେ।
ସୂଚନାଥାଉ କି, ଫେବୃୟାରୀ ୯ରେ ବିଜେଡିରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ । ଦଳର ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ କିଛିଦିନ ପୂର୍ବରୁ ଦଳଡିଆଁ ପର୍ବ ଚାଲୁଥିବାବେଳେ ବହୁ ପୁରୁଣା ନେତା ଦଳ ଛାଡିଛନ୍ତି। ଏଥିରେ କେବଳ ପ୍ରେମାନନ୍ଦ ନୁହେଁ ରାଜୁ ଦାସ, ଅରବିନ୍ଦ ଢାଲି ଇତ୍ୟାଦି ବହୁ ନେତା ସାମିଲ୍ ଅଛନ୍ତି।
The post ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA appeared first on Dharitri Odia News.