UPSC Results 2023: ଟପ୍ପର ହୋଇଥିବା କିଏ ଏହି ଆଦିତ୍ୟ ଶ୍ରୀବାସ୍ତବ ?
ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ(ୟୁପିଏସସି) ପରୀକ୍ଷା ୨୦୨୩ର ଫଳାଫଳ ପ୍ରକାଶ ପାଇଛି। ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତ୍ତର ପ୍ରଦେଶର ଆଦିତ୍ୟ ଶ୍ରୀବାସ୍ତବ। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ଲକ୍ଷ୍ନୌ ନିବାସୀ ୟୁପିଏସସି ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ ବର୍ତ୍ତମାନ ହାଇଦ୍ରାବାଦରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଥମ ପ୍ରୟାସରେ ସେ ପ୍ରିଲିମ୍ସରେ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ପରେ ୨୦୨୨ ୟୁପିଏସସି ପରୀକ୍ଷାରେ ୧୩୬ତମ ରାଙ୍କ ହାସଲ କରି ଆଇପିଏସ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଏଥିରେ ସେ ସଂପୂର୍ଣ୍ଣ ସନ୍ତୁଷ୍ଟ ନ ଥିଲେ। ତେଣୁ ଚାକିରି ସହ ଆଇଏଏସ ହେବା ପାଇଁ ପୁଣି ଥରେ ପଢା ଜାରି ରଖିଥିଲେ ଏବଂ ପୁଣି ଥରେ ୟୁପିଏଏସି ପରୀକ୍ଷା ଦେଇ ୟୁପିଏସସିରେ ଟପ୍ପର ହେବାରେ ସଫଳ ହୋଇଛନ୍ତି। Also read: କେରଳରେ ବିତ୍ତୀୟ ସଂକଟ; କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ, କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟରେ ରାଜ୍ୟଆଦିତ୍ୟଙ୍କ ପିତା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ୍ ଡିପାର୍ଟମେଣ୍ଟରେ ଏଏଓ ପଦରେ କାର୍ଯ୍ୟରତ ଥିବା ବେଳେ ଛୋଟ ଭଉଣୀ ନୂଆଦିଲ୍ଲୀରେ ସିଭିଲ୍ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି। ଆଦିତ୍ୟଙ୍କ ମାଆ ଆଭା ଶ୍ରୀବାସ୍ତବ ଜଣେ ଗୃହିଣୀ। ଆଦିତ୍ୟଙ୍କ ପିଲା ବେଳ ଲକ୍ଷ୍ନୌର ମଭେୟା ଅଞ୍ଚଳରେ କଟିଥିବା ବେଳେ ବାଲ୍ୟ ଶିକ୍ଷା ସିଏମଏସ ଆଲିଗଞ୍ଜରେ ଗ୍ରହଣ କରିଥିଲେ। ଯୁକ୍ତ ୨ ପଢିବା ପ
ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ(ୟୁପିଏସସି) ପରୀକ୍ଷା ୨୦୨୩ର ଫଳାଫଳ ପ୍ରକାଶ ପାଇଛି। ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତ୍ତର ପ୍ରଦେଶର ଆଦିତ୍ୟ ଶ୍ରୀବାସ୍ତବ। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ଲକ୍ଷ୍ନୌ ନିବାସୀ ୟୁପିଏସସି ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ ବର୍ତ୍ତମାନ ହାଇଦ୍ରାବାଦରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଥମ ପ୍ରୟାସରେ ସେ ପ୍ରିଲିମ୍ସରେ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ପରେ ୨୦୨୨ ୟୁପିଏସସି ପରୀକ୍ଷାରେ ୧୩୬ତମ ରାଙ୍କ ହାସଲ କରି ଆଇପିଏସ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଏଥିରେ ସେ ସଂପୂର୍ଣ୍ଣ ସନ୍ତୁଷ୍ଟ ନ ଥିଲେ। ତେଣୁ ଚାକିରି ସହ ଆଇଏଏସ ହେବା ପାଇଁ ପୁଣି ଥରେ ପଢା ଜାରି ରଖିଥିଲେ ଏବଂ ପୁଣି ଥରେ ୟୁପିଏଏସି ପରୀକ୍ଷା ଦେଇ ୟୁପିଏସସିରେ ଟପ୍ପର ହେବାରେ ସଫଳ ହୋଇଛନ୍ତି।
Also read: କେରଳରେ ବିତ୍ତୀୟ ସଂକଟ; କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ, କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟରେ ରାଜ୍ୟ
ଆଦିତ୍ୟଙ୍କ ପିତା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ୍ ଡିପାର୍ଟମେଣ୍ଟରେ ଏଏଓ ପଦରେ କାର୍ଯ୍ୟରତ ଥିବା ବେଳେ ଛୋଟ ଭଉଣୀ ନୂଆଦିଲ୍ଲୀରେ ସିଭିଲ୍ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି। ଆଦିତ୍ୟଙ୍କ ମାଆ ଆଭା ଶ୍ରୀବାସ୍ତବ ଜଣେ ଗୃହିଣୀ। ଆଦିତ୍ୟଙ୍କ ପିଲା ବେଳ ଲକ୍ଷ୍ନୌର ମଭେୟା ଅଞ୍ଚଳରେ କଟିଥିବା ବେଳେ ବାଲ୍ୟ ଶିକ୍ଷା ସିଏମଏସ ଆଲିଗଞ୍ଜରେ ଗ୍ରହଣ କରିଥିଲେ। ଯୁକ୍ତ ୨ ପଢିବା ପରେ ଆଇଆଇଟି କାନପୁରରୁ ବିଟେକ୍ କରିଥିଲେ ଏବଂ କିଛି ଦିନ ଘରୋଇ କମ୍ପାନୀରେ ଚାକିରି କରିଥିଲେ।
A journey I will cherish lifelong full of gratitude to all those who stood by me throughout ।।
Dreams do come true... ????#UPSC2023 AIR 1 #AdityaSrivastava #UPSC #IAS pic.twitter.com/QSfi7etfbr— Aditya Srivastava (@AdityaSri_1) April 16, 2024
ୟୁପିଏସସି ରେଜଲ୍ଟ ୨୦୨୩ ଅନୁଯାୟୀ ଓଡିଶାର ଅନିମେଶ ପ୍ରଧାନ ଦ୍ଵିତୀୟ, ଅନନ୍ୟା ରେଡ୍ଡୀ ତୃତୀୟ, ପିକେ ସିଦ୍ଧାର୍ଥ ରାମ କୁମାର ଚତୁର୍ଥ ଓ ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଆଇଏଏସ, ଆଇପିଏସ୍ ଓ ଆଇଏଫଏସ ପାଇଁ ୧୧୪୩ ପଦରେ ୧୦୧୬ ଆଶାୟୀ କୃତକାର୍ଯ୍ୟ କରିଛନ୍ତି। ଏଥିରେ ୪୭୪ ସାଧାରଣ ବର୍ଗ, ୧୧୫ ଇଡବ୍ଲ୍ୟୁଏସ, ୩୦୩ ଓବିସି, ୧୬୫ ଏଏସି, ୮୬ ଏସଟି ବର୍ଗର ଅଟନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ୍ ଓ ୩୭ ଜଣ ଆଇଏଫଏସ୍ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ ଏ ପାଇଁ ୬୧୩, ଗ୍ରୁପ ବି ପାଇଁ ୧୧୩ ଜଣ ମନୋନୀତ ହୋଇଛନ୍ତି।