ବିଭିନ୍ନ ଦାବି ନେଇ ଟାଟା ପାୱାର ବିରୋଧରେ କର୍ମଚାରୀ ସଂଘର ଧାରଣା
ଆଠଗଡ଼: ଟପିସିଓଡିଏଲ ବିରୋଧରେ କର୍ମଚାରୀ ସଂଘର ଧାରଣା । ଆଠଗଡ଼ ବିଦ୍ୟୁତ ଡିଭିଜନର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଡିଭିଜନ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।କର୍ମଚାରୀମାନେ ସର୍ବନିମ୍ନ ଉଚ୍ଚ କୁଶଳୀ ମଜୁରୀ ସହ ଇପିଏଫ୍ ଓ ଇଏସ୍ଆଇ ବ୍ୟବସ୍ଥା ପ୍ରଦାନ। ଦୁଇଚକିଆ ଯାନ ପାଇଁ ଦୈନିକ ତୈଳ ଖର୍ଚ୍ଚ, ପ୍ରତ୍ୟେକ କ୍ୟାମ୍ପରେ ଆବଶ୍ୟକ ଅନୁଯାୟୀ କର୍ମଚାରୀ ଦେବାକୁ, ଆଠ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ ପାଇଁ ଉପଯୁକ୍ତ ପାରିଶ୍ରମିକ, କାର୍ଯ୍ୟରତ ସମୟରେ ଦୁର୍ଘଟଣା ପାଇଁ ଆର୍ଥିକ ସହାୟତା, ସୁରକ୍ଷା ଉପକରଣ ସଠିକ ସମୟରେ ମିଳିବା, କର୍ମଚାରୀ ଓ ସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା ଆଦି ଦାବି କରି କର୍ମଚାରୀ ମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁଙ୍କୁ ଦାବି ଜଣାଇବା ସହିତ ଆଗାମୀ ୩ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ସହିତ ଧାରଣ ଦେଇଛନ୍ତି କର୍ମଚାରୀମାନେ।ତେବେ TPCODLର ଡିଭିଜିନାଲ ମ୍ୟାନେଜର ପବିତ୍ର ମୋହନ ସାହୁଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅବଶ୍ୟ ଆଗାମୀ ୧୦ ଦିନ ଭିତରେ ସମସ୍ତ ଦାବୀ ପୂରଣ ନହେଲେ ପୁଣି ଧାରଣ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଓଡ଼ିଆ ବିଦ୍ୟୁତ୍ କର୍ମଚାରୀ ମହାସଂଘ ସମ୍ପାଦକ ।
ଆଠଗଡ଼: ଟପିସିଓଡିଏଲ ବିରୋଧରେ କର୍ମଚାରୀ ସଂଘର ଧାରଣା । ଆଠଗଡ଼ ବିଦ୍ୟୁତ ଡିଭିଜନର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଡିଭିଜନ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।
କର୍ମଚାରୀମାନେ ସର୍ବନିମ୍ନ ଉଚ୍ଚ କୁଶଳୀ ମଜୁରୀ ସହ ଇପିଏଫ୍ ଓ ଇଏସ୍ଆଇ ବ୍ୟବସ୍ଥା ପ୍ରଦାନ। ଦୁଇଚକିଆ ଯାନ ପାଇଁ ଦୈନିକ ତୈଳ ଖର୍ଚ୍ଚ, ପ୍ରତ୍ୟେକ କ୍ୟାମ୍ପରେ ଆବଶ୍ୟକ ଅନୁଯାୟୀ କର୍ମଚାରୀ ଦେବାକୁ, ଆଠ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ ପାଇଁ ଉପଯୁକ୍ତ ପାରିଶ୍ରମିକ, କାର୍ଯ୍ୟରତ ସମୟରେ ଦୁର୍ଘଟଣା ପାଇଁ ଆର୍ଥିକ ସହାୟତା, ସୁରକ୍ଷା ଉପକରଣ ସଠିକ ସମୟରେ ମିଳିବା, କର୍ମଚାରୀ ଓ ସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା ଆଦି ଦାବି କରି କର୍ମଚାରୀ ମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁଙ୍କୁ ଦାବି ଜଣାଇବା ସହିତ ଆଗାମୀ ୩ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ସହିତ ଧାରଣ ଦେଇଛନ୍ତି କର୍ମଚାରୀମାନେ।
ତେବେ TPCODLର ଡିଭିଜିନାଲ ମ୍ୟାନେଜର ପବିତ୍ର ମୋହନ ସାହୁଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅବଶ୍ୟ ଆଗାମୀ ୧୦ ଦିନ ଭିତରେ ସମସ୍ତ ଦାବୀ ପୂରଣ ନହେଲେ ପୁଣି ଧାରଣ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଓଡ଼ିଆ ବିଦ୍ୟୁତ୍ କର୍ମଚାରୀ ମହାସଂଘ ସମ୍ପାଦକ ।