ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର ସମୟ ମଧ୍ୟରେ ସେ ଏକ ନୂଆ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି। ସାମୟିକ ବ୍ରେକ୍‌ ପରେ ସେ ତ ପୁଣି ଥରେ ଆକ୍ଟିଂ ମଇଦାନକୁ ଓହ୍ଲାଇବେ, ହେଲେ ତା’ ସହ ନିଜକୁ ଆଉ ଏକ କାମରେ ଜଡିତ ରଖିବାକୁ ମନସ୍ଥ କରିଛନ୍ତି। କଥା କ’ଣ କି ଏଣିକି ସେ ସିନେମାରୁ […] The post ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ appeared first on Dharitri Odia News.

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର ସମୟ ମଧ୍ୟରେ ସେ ଏକ ନୂଆ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି। ସାମୟିକ ବ୍ରେକ୍‌ ପରେ ସେ ତ ପୁଣି ଥରେ ଆକ୍ଟିଂ ମଇଦାନକୁ ଓହ୍ଲାଇବେ, ହେଲେ ତା’ ସହ ନିଜକୁ ଆଉ ଏକ କାମରେ ଜଡିତ ରଖିବାକୁ ମନସ୍ଥ କରିଛନ୍ତି। କଥା କ’ଣ କି ଏଣିକି ସେ ସିନେମାରୁ ଯାହା ପାରିଶ୍ରମିକ ପାଇବେ ତା’ମଧ୍ୟରୁ ପ୍ରମୁଖ ଭାଗକୁ ସେ ଦୁଃଖୀ ଦରିଦ୍ରଙ୍କ ପାଇଁ ଖର୍ଚ୍ଚ କରିବେ। ଏ ନେଇ ସୋନାକ୍ଷୀ କହନ୍ତି, ”ଏଭଳି ଆଇଡିଆ ମୋର ପ୍ରଥମ ସିନେମା ‘ଦବଙ୍ଗ’ ସମୟରେ ଆସିଥିଲା। ସେହି ସମୟରେ ମୋ ପ୍ରଥମ ପାରିଶ୍ରମିକର କିଛି ଅଂଶ ମୁଁ ସଲମାନଙ୍କ ସ୍ବେଚ୍ଛାସେବୀ ସଂସ୍ଥା ‘ବିଇଙ୍ଗ ହ୍ୟୁମାନ’କୁ ଦାନ କରିଥିଲି। ଏବେ ଦରିଦ୍ର ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ପାଇଁ ମୋ ପକ୍ଷରୁ ଯାହା କିଛି ସମ୍ଭବ ତାହା ଚେଷ୍ଟା କରିବି। ଯେହେତୁ ଏସବୁ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ତେଣୁ ଏ ନେଇ ସବିଶେଷ ସୂଚନା ଦେବା ସମ୍ଭବ ନୁହେଁ। ସମୟ ଆସିଲେ ମୁଁ ମୋ ନିଜ ପଟରୁ ଏ ବିଷୟରେ ନିଶ୍ଚୟ ସମସ୍ତଙ୍କୁ ଜଣାଇ ଦେବି।“ ତେବେ ସୋନାକ୍ଷୀ ତାଙ୍କ ନୂଆ ଯୋଜନାକୁ କେତେ ସଫଳ ରୂପାୟନ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

The post ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ appeared first on Dharitri Odia News.