ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦହେଲା
ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ ହେଲା ଚାଲିଆସିଥିବା କୋଇଲାରୁ ବିଦ୍ୟୁତ୍ ଉତ୍ପାଦନର ଯୁଗ ଶେଷ ହୋଇଛି। କେନ୍ଦ୍ରୀୟ ଇଂଲଣ୍ଡରେ ଥିବା ରାଟ୍କ୍ଲିଫ୍-ଅନ୍-ସୋର ଷ୍ଟେଶନ ମଧ୍ୟରାତ୍ରରେ ଏହାର ଚୂଡ଼ାନ୍ତ ଶିଫ୍ଟ ଶେଷ କରିଛି। ଏହି ପ୍ଲାଣ୍ଟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ୨୦୩୦ ସୁଦ୍ଧା ବ୍ରିଟେନ୍ର ସମସ୍ତ ବିଦ୍ୟୁତ୍ ପୁନଃନବୀକରଣଯୋଗ୍ୟ ଉତ୍ସରୁ […] The post ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦହେଲା appeared first on Dharitri Odia News.
ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ ହେଲା ଚାଲିଆସିଥିବା କୋଇଲାରୁ ବିଦ୍ୟୁତ୍ ଉତ୍ପାଦନର ଯୁଗ ଶେଷ ହୋଇଛି। କେନ୍ଦ୍ରୀୟ ଇଂଲଣ୍ଡରେ ଥିବା ରାଟ୍କ୍ଲିଫ୍-ଅନ୍-ସୋର ଷ୍ଟେଶନ ମଧ୍ୟରାତ୍ରରେ ଏହାର ଚୂଡ଼ାନ୍ତ ଶିଫ୍ଟ ଶେଷ କରିଛି। ଏହି ପ୍ଲାଣ୍ଟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ୨୦୩୦ ସୁଦ୍ଧା ବ୍ରିଟେନ୍ର ସମସ୍ତ ବିଦ୍ୟୁତ୍ ପୁନଃନବୀକରଣଯୋଗ୍ୟ ଉତ୍ସରୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କୋଇଲାଭିତ୍ତିକ ଶେଷ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦ ହେବା ଏହି ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହା ଏକ ଭାବାବେଗର ଦିନ ବୋଲି ପ୍ଲାଣ୍ଟ ମ୍ୟାନେଜର ପିଟର ଓ’ଗ୍ରାଡି କହିଛନ୍ତି। ପରିବେଶ ସୁରକ୍ଷା ପାଇଁ କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଲକ୍ଷ୍ୟ ରଖିଥିବା ଜି-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ ବ୍ରିଟେନ ପ୍ରଥମ ଦେଶ, ଯିଏ ସମସ୍ତ କୋଇଲାଭିତ୍ତିକ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦ କରିଦେଇଛି। ସ୍ବିଡେନ୍, ବେଲ୍ଜିୟମ ଭଳି ୟୁରୋପୀୟ ରାଷ୍ଟ୍ର ମଧ୍ୟ ପୂର୍ବରୁ ଏଭଳି ପଦକ୍ଷେପ ନେଇଛନ୍ତି।
ତେବେ ଭାରତ ଏତେଶୀଘ୍ର କୋଇଲା ନିର୍ଭରଶୀଳତାରୁ ମୁକୁଳିପାରିବନି ବୋଲି ନୀତି ବିଶାରଦମାନେ କହିଛନ୍ତି। ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇଥିବାବେଳେ ଶକ୍ତି ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି। ତେଣୁ ଆଗାମୀ କେତେ ଦଶନ୍ଧି ପର୍ଯ୍ୟନ୍ତ ଭାରତକୁ କୋଇଲାରୁ ଶକ୍ତି ଉତ୍ପାଦନ କରିବାକୁ ହେବ।
ବିଶ୍ୱର ପ୍ରଥମ କୋଇଲାଚାଳିତ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ୧୮୮୨ରେ ଲଣ୍ଡନରେ ସ୍ଥାପନ ହୋଇଥିଲା। ୨୦୧୨ ପର୍ଯ୍ୟନ୍ତ ବ୍ରିଟେନ୍ ବିଦ୍ୟୁତ୍ ଉତ୍ପାଦନର ୩୯ ପ୍ରତିଶତ କୋଇଲାରୁ ମିଳୁଥିଲା। ବ୍ରିଟେନ୍ରେ ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦ ହେବା ସହ ଓଇସିଡି (ଆର୍ଥତ୍କ ସହଯୋଗ ଓ ବିକାଶ ସଂଗଠନ) ଦେଶଗୁଡ଼ିକର ଏକ-ତୃତୀୟାଂଶରୁ ଅଧିକ କୋଇଲା ମୁକ୍ତ ହୋଇପାରିଛନ୍ତି। ୨୦୩୦ ସୁଦ୍ଧା ତିନି-ଚତୁର୍ଥାଂଶ ଦେଶ କୋଇଲାମୁକ୍ତ ହେବେ ବୋଲି ଆଶା କରାଯାଉଛି।
The post ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦହେଲା appeared first on Dharitri Odia News.