ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ -କଶ୍ମୀରର ବଣିହାଲ-ବାରମୂଳା ଟ୍ରାକ୍‌ରେ ଟ୍ରେନ୍‌ ପ୍ରବଳ ବରଫ ଭିତରେ କ୍ଷୀପ୍ର ବେଗରେ ଗତି କରୁଛି। ଏହାର ଏକ ଫଟୋ ଶେୟାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ ରେଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କ୍ରମାଗତ ତୁଷାରପାତ ଏବଂ ଟ୍ରାକ୍‌ରେ ବହୁ ପରିମାଣର ବରଫ ଜମା ହେବାରୁ ଟ୍ରେନ୍‌ ଚଳାଚଳ ଅସୁରକ୍ଷିତ ହୋଇପଡିଛି। ଟ୍ରାକ୍‌ରେ ପ୍ରବଳ ବରଫ ଜମା ହେବା ଏବଂ ତୁଷାରପାତ ହେତୁ ଏହି ବିଭାଗରେ ଟ୍ରେନ୍‌ ସେବାକୁ ଶନିବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ […] The post ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ… appeared first on Dharitri Odia News.

ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ -କଶ୍ମୀରର ବଣିହାଲ-ବାରମୂଳା ଟ୍ରାକ୍‌ରେ ଟ୍ରେନ୍‌ ପ୍ରବଳ ବରଫ ଭିତରେ କ୍ଷୀପ୍ର ବେଗରେ ଗତି କରୁଛି। ଏହାର ଏକ ଫଟୋ ଶେୟାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅନ୍ୟପକ୍ଷରେ ରେଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କ୍ରମାଗତ ତୁଷାରପାତ ଏବଂ ଟ୍ରାକ୍‌ରେ ବହୁ ପରିମାଣର ବରଫ ଜମା ହେବାରୁ ଟ୍ରେନ୍‌ ଚଳାଚଳ ଅସୁରକ୍ଷିତ ହୋଇପଡିଛି। ଟ୍ରାକ୍‌ରେ ପ୍ରବଳ ବରଫ ଜମା ହେବା ଏବଂ ତୁଷାରପାତ ହେତୁ ଏହି ବିଭାଗରେ ଟ୍ରେନ୍‌ ସେବାକୁ ଶନିବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।

କଶ୍ମୀର ଉପତ୍ୟକାରେ ଯାତ୍ରୀ ଏବଂ ମାଲ୍‌ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲାଇଫ୍‌ ଲାଇନ ଭାବରେ କାର୍ଯ୍ୟ କରୁଥିବା ବଣିହାଲ-ବାରମୂଳା ରେଳ ଲାଇନ ଶୀତଋତୁରେ ଅନେକ ସମୟରେ ବ୍ୟାଘାତର ସମ୍ମୁଖୀନ ହୁଏ। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ କେବଳ ରେଳ ଚଳାଚଳ ଉପରେ ପ୍ରଭାବ ପକାଇ ନାହିଁ ବରଂ ସଡ଼କ ପରିବହନ ତଥା ଅନ୍ୟାନ୍ୟ ଜରୁରୀ ସେବାରେ ମଧ୍ୟ ଅସୁବିଧା ସୃଷ୍ଟି କରିଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଯେ ଆଗାମୀ ଦିନରେ ତୁଷାରପାତ ଜାରି ରହିପାରେ, କର୍ତ୍ତୃପକ୍ଷ ସଜାଗ ରହିବାକୁ ସତର୍କ ସୂଚନା ଜାରି କରିଛି।

The post ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ… appeared first on Dharitri Odia News.