ପୂର୍ବତନ ବିଧାୟକଙ୍କ ଉପରକୁ ଆଖିବୁଜା ଗୁଳି, ହସ୍ପିଟାଲରେ ମୃତ୍ୟୁ

ଚଣ୍ଡିଗଡ଼,୨୫।୨: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରବିବାର ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ଗାଡି ବରାହି […] The post ପୂର୍ବତନ ବିଧାୟକଙ୍କ ଉପରକୁ ଆଖିବୁଜା ଗୁଳି, ହସ୍ପିଟାଲରେ ମୃତ୍ୟୁ appeared first on Dharitri Odia News.

ପୂର୍ବତନ ବିଧାୟକଙ୍କ ଉପରକୁ ଆଖିବୁଜା ଗୁଳି, ହସ୍ପିଟାଲରେ ମୃତ୍ୟୁ

ଚଣ୍ଡିଗଡ଼,୨୫।୨: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରବିବାର ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ଗାଡି ବରାହି ଫାଟକ ଦେଇ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା ଏବଂ ତାଙ୍କ ଗାଡିରେ ଏକାଧିକ ଗୁଳି ବାଜିଥିଲା।
ଏହି ଘଟଣାରେ ରାଠୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ ଗୁଳି ବିନିମୟରେ ଆହତ ହୋଇଥିବା ଅନ୍ୟ ତିନି ଜଣ ହେଉଛନ୍ତି ରାଠୀଙ୍କ ସୁରକ୍ଷା କର୍ମୀ। ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରମଣକାରୀମାନେ ଏକ ଆଇ-୧୦ ଗାଡିରେ ଆସି ରାଠୀଙ୍କ ଗାଡି ଉପରକୁ ଗୁଳି ଚଳାଇଥିଲେ। ଗୁଳିର ଶବ୍ଦ ଶୁଣି ସ୍ଥାନୀୟ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ଏହି ଘଟଣାର ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ କାରର ସବୁ ପାର୍ଶ୍ୱରୁ ଗୁଳି ଚାଳନା କରାଯାଇଛି ଏବଂ କାରର ସବୁ ପାର୍ଶ୍ୱରେ ବୁଲେଟ ଛିଦ୍ର ରହିଛି।

The post ପୂର୍ବତନ ବିଧାୟକଙ୍କ ଉପରକୁ ଆଖିବୁଜା ଗୁଳି, ହସ୍ପିଟାଲରେ ମୃତ୍ୟୁ appeared first on Dharitri Odia News.