ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ସମୟରେ ଦାବି କରାଯାଇଛି ଯେ, ଶେଖ ହାସିନା ଦିଲ୍ଲୀ ଛାଡ ପଳାଇଛନ୍ତି। କାରଣ ଭାରତ ତାଙ୍କ ପାଇଁ ବାଂଲାଦେଶ ସହିତ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନାହିଁ। ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ସତ୍ୟତା […] The post ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌ appeared first on Dharitri Odia News.

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ସମୟରେ ଦାବି କରାଯାଇଛି ଯେ, ଶେଖ ହାସିନା ଦିଲ୍ଲୀ ଛାଡ ପଳାଇଛନ୍ତି। କାରଣ ଭାରତ ତାଙ୍କ ପାଇଁ ବାଂଲାଦେଶ ସହିତ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନାହିଁ। ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ସତ୍ୟତା କହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି , ସୁରକ୍ଷା ଦୃଷ୍ଟିରୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଆସିଥିଲେ। ସେ ଏବେ ମଧ୍ୟ ଦିଲ୍ଲୀରେ ଅଛନ୍ତି। ଅନ୍ୟପଟେ ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତାଙ୍କୁ ୧୮ ନଭେମ୍ବର ସୁଦ୍ଧା କୌଣସି ପରିସ୍ଥିତିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶ ସରକାର ଭାରତକୁ ନିବେଦନ କରିଛନ୍ତି ଯେ ସେମାନେ ଶେଖ ହସିନାଙ୍କୁ ଫେରାଇ ଦିଅନ୍ତୁ।

ଯେତେବେଳେ ହାସିନା ସ୍ବତନ୍ତ୍ର ବିମାନ ଯୋଗେ ଢାକାରୁ ଦିଲ୍ଲୀକୁ ଆସିଥିଲେ, ସେତେବେଳେ ତାଙ୍କ ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅବତରଣ କରିଥିଲା। ସୂଚନାନୁସାରେ, ଶେଖ ହାସିନା ତାଙ୍କ ଭଉଣୀ ଏବଂ ନିଜ ପାଇଁ ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ କିଛି ଜରୁରୀ ଜିନିଷ କିଣିଥିଲେ। କୁହାଯାଉଛି ଯେ ସେ ନିଜ ଏବଂ ଭଉଣୀ ପାଇଁ କିଛି ପୋଷାକ କିଣିଥିଲେ।

 

The post ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌ appeared first on Dharitri Odia News.