କଏଦୀଙ୍କ ହାତରେ ମଦ ବୋତଲ ଫଟୋ ଭାଇରାଲ
ଢେଙ୍କାନାଳ,୩୦ା୧(ରତନ ନାୟାର): ଏକ ହତ୍ୟା ମାମଲାରେ ଢେଙ୍କାନାଳ ଜେଲରେ ଥିବା ଜଣେ କଏଦୀ ହାତରେ ମଦ ବୋତଲ ଧରିଛନ୍ତି। ଏପରି ଏକ ଫଟୋ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଢେଙ୍କାନାଳ ଜେଲ ଅଧୀକ୍ଷକ ଊର୍ମିଳା ମିଞ୍ଜ୍ କହିଛନ୍ତି, ଭାଇରାଲ ହୋଇଥିବା ଫଟୋ ବହୁ ପୁରୁଣା। ତେବେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି। ଢେଙ୍କାନାଳ ଜେଲରେ କଏଦୀମାନେ କିପରି ଆରାମଦାୟକ ଜୀବନଶୈଳୀ ବିତାଉଛନ୍ତି ତାହା ଏହି ଫଟୋରୁ […] The post କଏଦୀଙ୍କ ହାତରେ ମଦ ବୋତଲ ଫଟୋ ଭାଇରାଲ appeared first on Dharitri Odia News.
ଢେଙ୍କାନାଳ,୩୦ା୧(ରତନ ନାୟାର): ଏକ ହତ୍ୟା ମାମଲାରେ ଢେଙ୍କାନାଳ ଜେଲରେ ଥିବା ଜଣେ କଏଦୀ ହାତରେ ମଦ ବୋତଲ ଧରିଛନ୍ତି। ଏପରି ଏକ ଫଟୋ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଢେଙ୍କାନାଳ ଜେଲ ଅଧୀକ୍ଷକ ଊର୍ମିଳା ମିଞ୍ଜ୍ କହିଛନ୍ତି, ଭାଇରାଲ ହୋଇଥିବା ଫଟୋ ବହୁ ପୁରୁଣା। ତେବେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି। ଢେଙ୍କାନାଳ ଜେଲରେ କଏଦୀମାନେ କିପରି ଆରାମଦାୟକ ଜୀବନଶୈଳୀ ବିତାଉଛନ୍ତି ତାହା ଏହି ଫଟୋରୁ ଦୃଶ୍ୟମାନ ହେଉଥିବା ସହରବାସୀ ଆଲୋଚନା କରୁଛନ୍ତି। ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଫଟୋରେ ହାତରେ ମଦ ବୋତଲ, ସିଗାରେଟ ଧରିଥିବା କଏଦୀ ଜଣକ ୨୦୧୭ ମସିହା ଫେବୃଆରୀରେ ଏକ ହତ୍ୟା ମାମଲାର ଅଭିଯୁକ୍ତ। ସେହି ସମୟର ପଞ୍ଚାୟତ ନିର୍ବାଚନକୁ ନେଇ ଢେଙ୍କାନାଳ ସଦର ଥାନା ତରଭା ଗ୍ରାମରେ ଉକ୍ତ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। ଜେଲ ଯାଇଥିବା ଅଭିଯୁକ୍ତଙ୍କ ଭିତରେ ଜଣେ ଓଏସ୍ଏପି ବାଟାଲିୟନର କର୍ମଚାରୀ ଥିଲେ। ଅନ୍ୟ ୨ଜଣ ସେହି ସମୟରେ ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଥିଲେ। ସମ୍ପୃକ୍ତ ହତ୍ୟା ଅଭିଯୁକ୍ତମାନଙ୍କ ଭିତରୁ ଜଣେ ହାତରେ ମଦ ବୋତଲ, ସିଗାରେଟ ଧରିଥିବାର ଫଟୋ ଭାଇରାଲ ହୋଇଛି। ଫଳରେ ଜେଲ ଭିତରେ ଆଇନଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଜେଲର ଚାରିକାନ୍ଥ ଭିତରେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କଏଦୀମାନେ କିପରି ମଦ, ସିଗାରେଟ ଓ ନିଶାଦ୍ରବ୍ୟ ବ୍ୟବହାର କରୁଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲା ଜେଲ ଅଧୀକ୍ଷକ ମିଞ୍ଜ୍ କହିଛନ୍ତି, ଯେଉଁ ଫଟୋ ଭାଇରାଲ ହେଉଛି, ତାହା ଏବେକାର ନୁହେଁ। ଏହା ବହୁ ପୁରୁଣା। ତଥାପି ଏହା କିପରି ଘଟିଲା, ତାହା ଆଶ୍ଚର୍ଯ୍ୟ ଲାଗୁଛି। ଏହା ଦୁର୍ଭାଗ୍ୟଜନକ।
The post କଏଦୀଙ୍କ ହାତରେ ମଦ ବୋତଲ ଫଟୋ ଭାଇରାଲ appeared first on Dharitri Odia News.