ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି କ୍ରମରେ ଯାତ୍ରୀ ସୁରକ୍ଷା ପାଇଁ ପୂବର୍ତfଟ ରେଳପଥ ପକ୍ଷରୁ ଗତ ୨୨ରୁ ୨୯ ତାରିଖ ମଧ୍ୟରେ ୨୦୩ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା। ତେବେ ଶୁକ୍ରବାର ବାତ୍ୟା ପ୍ରଭାବ କମିବା ପରେ ରେଳଚଳାଚଳ ସ୍ବାଭାବିକ କରିବା ତଥା ଯାତ୍ରୀ ଭିଡ଼କୁ ଏଡ଼ାଇବା […] The post ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌…. appeared first on Dharitri Odia News.

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି କ୍ରମରେ ଯାତ୍ରୀ ସୁରକ୍ଷା ପାଇଁ ପୂବର୍ତfଟ ରେଳପଥ ପକ୍ଷରୁ ଗତ ୨୨ରୁ ୨୯ ତାରିଖ ମଧ୍ୟରେ ୨୦୩ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା। ତେବେ ଶୁକ୍ରବାର ବାତ୍ୟା ପ୍ରଭାବ କମିବା ପରେ ରେଳଚଳାଚଳ ସ୍ବାଭାବିକ କରିବା ତଥା ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ବ୍ୟାପକ ବେନ୍ଦାବସ୍ତ କରାଯାଉଛି।
ବାତ୍ୟାକାଳରେ ପୁରୀ, ପାରାଦୀପ, ଧାମରା, କେନ୍ଦୁଝର ଏବଂ ତାଳଚେର ଆଡ଼କୁ ଶାଖା ଲାଇନ ସମେତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ବ୍ରହ୍ମପୁର-ଭଦ୍ରକ ରେଳ ସେକ୍ସନରେ ଟ୍ରେନ ସେବାକୁ ବାତିଲ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଟିମ୍‌ ଏବେ ମଧ୍ୟ ରେଳ ସେକ୍ସନରେ କାର୍ଯ୍ୟ କରୁଛନ୍ତି। ପ୍ରବଳ ବର୍ଷା ହେତୁ ପ୍ରମୁଖ ପରିସ୍ଥିତି ଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ରିଜ, ଛୋଟ ବ୍ରିଜ ଏବଂ ସମ୍ବେଦନଶୀଳ ସ୍ଥାନଗୁଡିକ କ୍ରମାଗତ ଭାବରେ ନଜର ରଖାଯାଇଥିବାବେଳେ ଏହି ବାତ୍ୟା ଯଖପୁରା-ଜାରୋଲି, ନର୍ଗୁଣ୍ଡି-ଭଦ୍ରକ, ହରିଦାସପୁର-ପାରାଦୀପ ଏବଂ କଟକ-ପାରାଦୀପ ରେଳ ସେକ୍ସନରେ କିଛି ରେଳ ଭିତ୍ତିଭୂମି ଉପରେ ପ୍ରଭାବ ପକାଇଛି। ପୂର୍ବରୁ ସୂଚନା ଦିଆଯାଇଥିବା ବାତିଲ ଟ୍ରେନ ଗୁଡିକ ବ୍ୟତୀତ, ଯାତ୍ରୀବାହୀ ଟ୍ରେନ ସେବା ପୁନଃ ଆରମ୍ଭ ହୋଇଛି।
ଗତ କିଛିଦିନ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୁରୀରୁ ସାଲିମାର୍‌ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ।
ଦକ୍ଷିଣରୁ (ବିଶାଖାପାଟନମ ପାର୍ଶ୍ୱରୁ) ଭୁବନେଶ୍ୱର ଏବଂ ହାଓଡ଼ା ଆଡକୁ ଆସୁଥିବା ଡାଉନ ଟ୍ରେନ ଗୁଡିକ ବର୍ତ୍ତମାନ ଚଳାଚଳ କରୁଛି। ସେହିପରି ଖଡ଼ଗପୁର ପାର୍ଶ୍ୱରୁ ବିଶାଖାପାଟନମ ଆଡକୁ ଅପ ଟ୍ରେନ ଭଦ୍ରକ ଷ୍ଟେଶନରେ ପ୍ରାୟ ଅପରାହ୍ନ ୨ ଘଟିକା ସମୟରେ ଗ୍ରହଣ କରାଯିବ। ଏହି ପାର୍ଶ୍ୱରୁ ପ୍ରଥମେ ୧୨୨୪୫ ହାଓଡ଼ା-ବାଙ୍ଗାଲୋର ଦୁରନ୍ତ ଏକ୍ସପ୍ରେସ ଚଳାଚଳ କରିବ।
ପୂର୍ବ ବିଜ୍ଞପ୍ତି ଦ୍ୱାରା ବାତିଲ ହୋଇଥିବା ଟ୍ରେନ ଗୁଡିକ ବ୍ୟତୀତ ଭୁବନେଶ୍ୱର ଏବଂ ପୁରୀରୁ ଉତ୍ପନ୍ନ ହେବାକୁ ଥିବା ଟ୍ରେନ ସେବା ଏହାର ନିର୍ଦ୍ଧାରିତ ସମୟ ଅନୁଯାୟୀ ପୁଣିଥରେ ଆରମ୍ଭ ହୋଇଛି । କଟକରୁ ସିକନ୍ଦରାବାଦ୍‌ ହାଓ୍ବଡ଼ା ଫାଲକନୁମା ଏକ୍ସପ୍ରେସ୍‌ କଟକରୁ ଯାତ୍ରା କରିଛି। ସେହପରି ସିକନ୍ଦରାବାଦ- ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରରେ ପହଞ୍ଚତ୍ଛି। ସେହିପରି ଭୁବନେଶ୍ୱରରୁ ଚେନ୍ନାଇ-ହାଓ୍ବଡା କରମଣ୍ଡଳ ଏକ୍ସପ୍ରେସ୍‌ ଯାତ୍ରା କରିଛି। ସେହିପରି ଭଦ୍ରକ-ପାରାଦୀପ, ଭୁବନେଶ୍ୱର ମୁମ୍ବାଇ ସିଏସ୍‌ଏମଟି କୋଣାର୍କ ଏକ୍ସପ୍ରେସ୍‌, ନୂଆଦିଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌, କେନ୍ଦୁଝରଗଡ଼-ପାରାଦୀପ ମେମୁ, ଟାଟାନଗର- ବ୍ରହ୍ମପୁର ବନ୍ଦେଭାରତ, ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ, ପୁରୀ-ବାଙ୍ଗିରୀପୋଷି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି।

The post ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌…. appeared first on Dharitri Odia News.