‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ ବିନା ପ୍ଲାନ୍‌ରେ ରାସ୍ତା କଡ଼ରେ ବ୍ୟବସାୟିକ ଘର ନିର୍ମାଣ ହୋଇଛି। ଅନେକ ବ୍ୟବସାୟିକ ଘର ବିନା ପ୍ଲାନ୍‌ରେ ନିର୍ମାଣ ହେଉଥିବା ପୌରପାଳିକା ନଜରକୁ ଆସିବା ପରେ ସଂପୃକ୍ତ ଘର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାନ ନ ନେଇ ଏହି ଘର ନିର୍ମାଣ ହେଉଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ […] The post ‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’ appeared first on Dharitri Odia News.

‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ ବିନା ପ୍ଲାନ୍‌ରେ ରାସ୍ତା କଡ଼ରେ ବ୍ୟବସାୟିକ ଘର ନିର୍ମାଣ ହୋଇଛି। ଅନେକ ବ୍ୟବସାୟିକ ଘର ବିନା ପ୍ଲାନ୍‌ରେ ନିର୍ମାଣ ହେଉଥିବା ପୌରପାଳିକା ନଜରକୁ ଆସିବା ପରେ ସଂପୃକ୍ତ ଘର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାନ ନ ନେଇ ଏହି ଘର ନିର୍ମାଣ ହେଉଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିବା ପରେ ଯାଞ୍ଚ କରାଯାଇଥିଲା। ଗାନ୍ଧୀ ଛକ ନିକଟରେ ଭି. ମାର୍ଟର ତୃତୀୟ ମହଲା ଘର ନିର୍ମାଣ ଚାଲିଛି। ପ୍ଲାନ୍‌ ନ ଥାଇ ଘର ନିର୍ମାଣ ହେଉଥିବାରୁ ଘର କାମ ବନ୍ଦ ରଖିବାକୁ ଘର ମାଲିକଙ୍କୁ କୁହାଯାଇଛି। ଉକ୍ତ ସ୍ଥାନରେ ଭି-ମାର୍ଟ ଏବଂ ଷ୍ଟାଇଲ ବଜାର ଥିବାବେଳେ ପାର୍କିଂ ସୁବିଧା ନ ଥାଇ ଦୁଇଟି କୋଠା ଚାଲି ଆସୁଥିବା ଅଭିଯୋଗ ହୋଇଛି। ଉକ୍ତ କୋଠାରେ ତୃତୀୟ ମହଲା କାମ ବିନା ପ୍ଲାନ୍‌ରେ ଚାଲିଥିବା ଅଭିଯୋଗ ପରେ କାମ ବନ୍ଦ କରାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ଏନେଇ ଉକ୍ତ କୋଠାର ମାଲିକ ଲାଡି ସିଂହ କହିଛନ୍ତି ଯେ, କୌଣସି ବେଆଇନ କାମ କରାଯାଇନାହିଁ। ଅନୁମତି ନେଇ କାମ କରୁଛନ୍ତି। ସେହିପରି ଅଜନ୍ତା ଲଜ୍‌ ଗଳିରେ ଏକ ବ୍ୟବସାୟିକ କୋଠା ବିନା ପ୍ଲାନ୍‌ରେ ନିର୍ମାଣ ହେଉଥିବା ଜଣାପଡ଼ିବା ପରେ କାମ ବନ୍ଦ କରିବାକୁ କୁହାଯାଇଛି। କଲେଜ ରୋଡ୍‌ରେ ଜଣେ ପ୍ରଭାବଶାଳୀ ଲୋକ ସରକାରୀ ଜମିରେ ବ୍ୟବସାୟିକ କୋଠା ନିର୍ମାଣ କରି ଲାଭବାନ ହେଉଥିବାବେଳେ ଏନେଇ ପୌରପାଳିକା ପକ୍ଷରୁ ନୋଟିସ୍‌ ପରେ ଉତ୍ତର ଦେଇ ବେଆଇନ କାମର ପରୋକ୍ଷରେ ସ୍ବୀକାର କରିଛନ୍ତି।

The post ‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’ appeared first on Dharitri Odia News.