ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ: ସମ୍ବଲପୁରୀ ନୃତ୍ୟରେ ଦୁଲକିଲା କାର୍ଜୀ ମାଝୀ ମଞ୍ଚ

ଲାଞ୍ଜିଗଡ,୧୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ କାର୍ଜି ମାଝୀ ମଞ୍ଚଠାରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ବିଶ୍ୱନାଥପୁର ଭୈରବ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ସ୍ଥାପନ କରାଯାଇଥିଲା। ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟଅତିଥି, ସାମାଜିକ କର୍ମୀ ଡା. ଉମେଶ ଚନ୍ଦ୍ର […] The post ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ: ସମ୍ବଲପୁରୀ ନୃତ୍ୟରେ ଦୁଲକିଲା କାର୍ଜୀ ମାଝୀ ମଞ୍ଚ appeared first on Dharitri Odia News.

ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ: ସମ୍ବଲପୁରୀ ନୃତ୍ୟରେ ଦୁଲକିଲା କାର୍ଜୀ ମାଝୀ ମଞ୍ଚ

ଲାଞ୍ଜିଗଡ,୧୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ କାର୍ଜି ମାଝୀ ମଞ୍ଚଠାରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ବିଶ୍ୱନାଥପୁର ଭୈରବ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ସ୍ଥାପନ କରାଯାଇଥିଲା। ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟଅତିଥି, ସାମାଜିକ କର୍ମୀ ଡା. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଓ ଲାଞ୍ଜିଗଡ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସ୍‌ଆର୍‌ ମୁଖ୍ୟ ଶିଶିର ତରଫଦାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଗୋପାଳ ଦାସ ମହାନନ୍ଦ ଓ ସୁଶୀଲ ବାଗ ମଞ୍ଚ ପରିଚାଳନା କରିଥିଲେ। ପରେ ଜିଲା ଓ ଜିଲା ବାହାରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ କରାଟେ କୋଚ କ୍ଷମାନିଧି ମହାଖୁଡ, ଆମ୍ବୁଲାନ୍ସ ସେବା ଯୋଗାଉଥିବା ବେଦାନ୍ତ ଡାକ୍ତରଖାନା ପରିଚାଳକ ଅମର ମହାନ୍ତି, ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଲାଞ୍ଜିଗଡରୋଡ଼ ଫାର୍ମାସିଷ୍ଟ ରବୀନ୍ଦ୍ର ସାହୁ, ଉତ୍ତମ ଶିକ୍ଷାଦାନ ଦେଉଥିବା ପାଣିମୁଣ୍ଡା ସ୍କୁଲର ଶିକ୍ଷକ ତପନ ଭୋଇଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧତ କରାଯାଇଥିଲା। ଶେଷରେ ଅତିଥିମାନେ କୃତୀ କଳାକାରଙ୍କୁ ପୁରସ୍କୃତ କରିଥିଲେ।

The post ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ: ସମ୍ବଲପୁରୀ ନୃତ୍ୟରେ ଦୁଲକିଲା କାର୍ଜୀ ମାଝୀ ମଞ୍ଚ appeared first on Dharitri Odia News.