ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍ ଚିଠି
ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ ଅନୁପସ୍ଥିତ ଥିବାରୁ ଉକ୍ତ ଚିଠି ଫେରେଇ ଦିଆଯାଇଛି। ପ୍ରକାଶ ଯେ, ବାଲିଗୁଡା ତହସିଲଦର ପ୍ରଫୁଲ ଚନ୍ଦ୍ର ଡାକୁଆ ଏବଂ ବାଲିଗୁଡା ଉପଜଲାପାଳ ଶୁଭଙ୍କର ମହାପାତ୍ରଙ୍କ ନାମରେ ଦୁଇଟି ଚିଠି ଜଣେ ଦୁର୍ବୃତ୍ତ ପଠାଇଛନ୍ତି। ଯାହାକି ୨୦୧୮ ମସିହାରେ ତହସିଲଦାର ଭାବେ ମାତ୍ର ୫ ମାସ କାର୍ଯ୍ୟକାରିଥିବା ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ […] The post ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍ ଚିଠି appeared first on Dharitri Odia News.
ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ ଅନୁପସ୍ଥିତ ଥିବାରୁ ଉକ୍ତ ଚିଠି ଫେରେଇ ଦିଆଯାଇଛି।
ପ୍ରକାଶ ଯେ, ବାଲିଗୁଡା ତହସିଲଦର ପ୍ରଫୁଲ ଚନ୍ଦ୍ର ଡାକୁଆ ଏବଂ ବାଲିଗୁଡା ଉପଜଲାପାଳ ଶୁଭଙ୍କର ମହାପାତ୍ରଙ୍କ ନାମରେ ଦୁଇଟି ଚିଠି ଜଣେ ଦୁର୍ବୃତ୍ତ ପଠାଇଛନ୍ତି। ଯାହାକି ୨୦୧୮ ମସିହାରେ ତହସିଲଦାର ଭାବେ ମାତ୍ର ୫ ମାସ କାର୍ଯ୍ୟକାରିଥିବା ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଏବେ ଅବସର ନେଇଥିବା ବେଳେ ୨୦୨୨ ମସିହାରେ ବାଲିଗୁଡା ଉପଜିଲାପାଳ ଭାବେ କାର୍ଯ୍ୟକରୁଥିବା ଶୁଭଙ୍କର ମହାପାତ୍ରଙ୍କ ନିକଟକୁ ଚିଠିଟି ଯାଇଥିଲା ବର୍ତ୍ତମାନ ୨ ପ୍ରଶାସନିକ ଅଧିକାରୀ ଉକ୍ତ ଦାୟିତ୍ୱରେ ନ ଥିବା ବେଳେ କିଭଳି ଏବଂ କାହିଁକି ଏହିଭଳି ଚିଠି ଦିଆଯାଇଛି ଏବଂ ଉକ୍ତ ଚିଠି ରେ କ’ଣ ଉଲ୍ଲେଖ ରହିଛି ତାହା ଜଣାପଡିନ। ଏହି ଚିଠି ଯେତେବେକେ ବାଲିଗୁଡାରେ ପହଞ୍ଚିଥିଲା ସେ ସମ୍ପର୍କରେ ସେଠାକାର କର୍ମଚାରୀମାନେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ ଚନ୍ଦ୍ର ଡାକୁଆଙ୍କୁ ଅବଗତ କରିଥିଲେ ସେ ଏହି ସମ୍ପର୍କରେ ଧରିତ୍ରୀ ପ୍ରତିନିଧି ଅରୁଣ ସାହୁଙ୍କୁ ଫୋନ ଯୋଗେ ପଚାରୁଥିଲେ କି ଆପଣ କିଛି ଚିଠି ମୋ ନିକଟକୁ ପଠାଇଛନ୍ତି କି ? ଏହାର ଉତ୍ତରରେ ପ୍ରତିନିଧି ପଠାଇ ନ ଥିବା ଓ ଏହା ଫେକ କେହି ଦୁବୃର୍ତ୍ତ କରିଥାଇପାରନ୍ତି ବୋଲି ଜଣାଇଥିଲେ। ଫଳରେ ଡାକ ବିଭାଗ ଉକ୍ତ ଚିଠି ଗୁଡିକ ଫେରେଇ ନେଇଯାଇଥିବା କହିଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଚିଠି ବ୍ରହ୍ମପୁର ମୁଖ୍ୟ ଡାକ କାର୍ଯ୍ୟାଳୟରୁ ସ୍ପିଡପୋଷ୍ଟ ମାଧ୍ୟମରେ ପଠାଯାଇଛି ବୋଲି ଉକ୍ତ ଚିଠିର କଭରରୁ ଜଣାପଡିଛି। ଏ ସମ୍ପର୍କରେ ଧରିତ୍ରୀ ପ୍ରତିନିଧି ଦାରିଙ୍ଗବାଡି ଆଇଆଇସି କନକ କୁମାର ମାଝୀଙ୍କୁ ମୌଖିକ ଭାବେ ଜଣାଇଛନ୍ତି ଯଦି ଉକ୍ତ ଚିଠି ଫେରିଆସେ ତେବେ ସେ ଉକ୍ତ ଚିଠି କୁ ନେଇ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ।
The post ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍ ଚିଠି appeared first on Dharitri Odia News.