IPL 2025 Auction: SRHର ହେଲେ ମହମ୍ମଦ ଶାମି, ଡେଭିଡ୍ ମିଲରଙ୍କ ପାଇଁ ଏତିକି କୋଟି ଖର୍ଚ୍ଚ କଲା LSG
ଜେଦା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଶାମିଙ୍କ ଉପରେ ଚେନ୍ନାଇ ସୁପର କିଙ୍ଗ୍ସଠୁ ନେଇ କୋଲକାତା ନାଇଟ୍ ରାଇଡର୍ସ ନିଲାମ ଡାକରା ଡାକିଥିଲେ। କିନ୍ତୁ ଶେଷରେ ଏସଆରଏଚ୍ ବାଜି ମାରି ନେଇଛି। ଗୁଜରାଟ୍ ଟାଇଟନ୍ସ ଶାମିଙ୍କୁ RTM କାର୍ଡ ଖେଳିବାକୁ ମନା କରି ଦେଇଥିଲା। ସେହିପରି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ ମିଲରଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୭.୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି।ମହମ୍ମଦ ଶାମିଙ୍କ ଉପରେ ସର୍ବପ୍ରଥମେ କେକେଆର ନିଲାମ ଡାକିଥିଲା। ଏହି ସମୟରେ ସିଏସକେ ୮ କୋଟି ଟଙ୍କା ଡାକି ଆଗକୁ ଆଉ ବଢି ନ ଥିଲା। ଚେନ୍ନାଇ ବାହାରି ଯିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୯.୫୦ କୋଟି ଟଙ୍କା ଡାକି ଦୌଡ଼ରୁ ଓହରି ଯାଇଥିଲା। କିନ୍ତୁ ଶେଷରେ ଏସଆରଏଚ ୧୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଡେଭିଡ ମିଲରଙ୍କ ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା ରହିଥିଲା। ମିଲରଙ୍କ ପାଇଁ ଆରମ୍ଭରେ ଗୁଜରାଟ ଓ ବେଙ୍ଗାଲୁରୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଗୁଜରାଟ ପ୍ରବନ୍ଧକ ୫ କୋଟି ଟଙ୍କା ଡାକି ଓହରି ଯାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୭ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇ ପ୍ରତିଯୋଗିତାରୁ ଓହରି ଯାଇଥିଲା। ମିଲରଙ୍କୁ ୭.୨୫ କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରାଇବା ପାଇଁ ଯାଉଥିବା ବେଳ
ଜେଦା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଶାମିଙ୍କ ଉପରେ ଚେନ୍ନାଇ ସୁପର କିଙ୍ଗ୍ସଠୁ ନେଇ କୋଲକାତା ନାଇଟ୍ ରାଇଡର୍ସ ନିଲାମ ଡାକରା ଡାକିଥିଲେ। କିନ୍ତୁ ଶେଷରେ ଏସଆରଏଚ୍ ବାଜି ମାରି ନେଇଛି। ଗୁଜରାଟ୍ ଟାଇଟନ୍ସ ଶାମିଙ୍କୁ RTM କାର୍ଡ ଖେଳିବାକୁ ମନା କରି ଦେଇଥିଲା। ସେହିପରି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ ମିଲରଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୭.୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି।
ମହମ୍ମଦ ଶାମିଙ୍କ ଉପରେ ସର୍ବପ୍ରଥମେ କେକେଆର ନିଲାମ ଡାକିଥିଲା। ଏହି ସମୟରେ ସିଏସକେ ୮ କୋଟି ଟଙ୍କା ଡାକି ଆଗକୁ ଆଉ ବଢି ନ ଥିଲା। ଚେନ୍ନାଇ ବାହାରି ଯିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୯.୫୦ କୋଟି ଟଙ୍କା ଡାକି ଦୌଡ଼ରୁ ଓହରି ଯାଇଥିଲା। କିନ୍ତୁ ଶେଷରେ ଏସଆରଏଚ ୧୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି।
ଡେଭିଡ ମିଲରଙ୍କ ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା ରହିଥିଲା। ମିଲରଙ୍କ ପାଇଁ ଆରମ୍ଭରେ ଗୁଜରାଟ ଓ ବେଙ୍ଗାଲୁରୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଗୁଜରାଟ ପ୍ରବନ୍ଧକ ୫ କୋଟି ଟଙ୍କା ଡାକି ଓହରି ଯାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୭ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇ ପ୍ରତିଯୋଗିତାରୁ ଓହରି ଯାଇଥିଲା। ମିଲରଙ୍କୁ ୭.୨୫ କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରାଇବା ପାଇଁ ଯାଉଥିବା ବେଳେ ଲକ୍ଷ୍ନୌ ୭.୫ କୋଟି ଡାକି ସବୁ ଖେଳ ବିଗାଡ଼ି ଦେଇଥିଲା।
ଶାମିଙ୍କ ଉପରେ ୧୦ କୋଟି ଖର୍ଚ୍ଚ କରିବା ପରେ ଏସଆରଏଚ୍ ପାଖରେ ଏବେ ୩୫ କୋଟି ଟଙ୍କା ରହିଛି।ଅନ୍ୟପଟେ ଏଲଏସଜି ପାଖରେ ୩୪.୫୦ କୋଟି ଟଙ୍କା ବଲକା ରହିଛି। ଶାମି ଆହତ କାରଣରୁ ଆଇପିଏଲ୍ ୨୦୨୪ ଖେଳି ପାରି ନ ଥିଲେ। ଅନ୍ୟପଟେ ମିଲର ଗତ ସିଜିନରେ ୯ଟି ମ୍ୟାଚ୍ରୁ ୨୧୦ ରନ କରିଥିଲେ।