ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପିଏ ଚଳାଉଛନ୍ତି କଂଗ୍ରେସ ଦଳ: ଗୌରବ ବଲ୍ଲଭ
ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ଉପରେ ଆକ୍ରମଣ ଜାରି ରଖିଛନ୍ତି ଗୌରବ ବଲ୍ଲଭ। କଂଗ୍ରେସ ପୂର୍ବତନ ନେତାଙ୍କ ପିଏ ଦ୍ୱାରା ଚାଲୁଛି। ଯିଏ ଜୀବନରେ ସ୍କୁଲି ମନିଟର ହୋଇ ନାହାନ୍ତି ସେମାନେ ଦଳ ଚଲାଉଛନ୍ତି ବୋଲି ଗୌରଭ ବଲ୍ଲଭ କହିଛନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କୁ ଟାର୍ଗେଟ୍ କରି ଏପରି ବୟାନ ଦେଇଛନ୍ତି ଗୌରବ।ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଗୌରବ ବଲ୍ଲଭ ପ୍ରଥମ ଜୟରାମଙ୍କ ନାଁ ନେଇ ନଥିଲେ। ହେଲେ ରିପୋର୍ଟରେ ଜୟରାମଙ୍କ ନାଁ ନେଲାପରେ ମୁଁ ମଧ୍ୟ ସେହି ବ୍ୟକ୍ତିଙ୍କ କଥା କହୁଛି ବୋଲି ଗୌରବ କହିଥିଲେ। ଜୟରାମଙ୍କୁ କଟାକ୍ଷ କରି ରମେଶ କହିଛନ୍ତି “ ମୁଁ କଂଗ୍ରେସ୍ରେ ଯୋଗ ଦେବା ବେଳେ ଦଳର ମାତ୍ର ୪୨ ସାଂସଦ ଥିଲେ। ଭାବିଥିଲି କଂଗ୍ରେସ ନୂଆ ବିଚାରକୁ ପ୍ରୋତ୍ସାହନ ଦେବ। କିନ୍ତୁ ଏମିତି କିଛି ହେଲାନି। ଉଦାହରଣ ସ୍ୱରୂପ ଗତ ୩୦ ବର୍ଷ ହେଲା ଜଣିଏ ବ୍ୟକ୍ତି କଂଗ୍ରେସର ନିର୍ବାଚନ ଇସ୍ତାହାର ବନାଉଛନ୍ତି। ଯଦି ସେହି ବ୍ୟକ୍ତିଙ୍କର ବିଚାର ମଜଭୁତ୍ ହୋଇଥାନ୍ତା ତେବେ ଆଜି ପାର୍ଟି ଏଭଳି ସ୍ଥିତିରେ ନଥାନ୍ତା।” ଗୌରବ ବଲ୍ଲଭ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଦଳକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପିଏ ସମ୍ଭାଳୁଛନ୍ତି । ନିର୍ବାଚନ କେମିତି ଲଢ଼ାଯାଏ ତାଙ୍କୁ ଜଣା ନାହିଁ। ଉତ୍ତର ପ୍ରଦେଶ ଓ ବିହାର ଦୁଇଟି ଅଲଗା ରାଜ୍ୟ ବୋଲି ବୋଧ୍ହୁଏ ସେ ଜାଣି ନାହାନ୍ତି। ତାଙ୍କୁ ଏ ବିଷୟରେ ପଚାରିଲେ ସେ
ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ଉପରେ ଆକ୍ରମଣ ଜାରି ରଖିଛନ୍ତି ଗୌରବ ବଲ୍ଲଭ। କଂଗ୍ରେସ ପୂର୍ବତନ ନେତାଙ୍କ ପିଏ ଦ୍ୱାରା ଚାଲୁଛି। ଯିଏ ଜୀବନରେ ସ୍କୁଲି ମନିଟର ହୋଇ ନାହାନ୍ତି ସେମାନେ ଦଳ ଚଲାଉଛନ୍ତି ବୋଲି ଗୌରଭ ବଲ୍ଲଭ କହିଛନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କୁ ଟାର୍ଗେଟ୍ କରି ଏପରି ବୟାନ ଦେଇଛନ୍ତି ଗୌରବ।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଗୌରବ ବଲ୍ଲଭ ପ୍ରଥମ ଜୟରାମଙ୍କ ନାଁ ନେଇ ନଥିଲେ। ହେଲେ ରିପୋର୍ଟରେ ଜୟରାମଙ୍କ ନାଁ ନେଲାପରେ ମୁଁ ମଧ୍ୟ ସେହି ବ୍ୟକ୍ତିଙ୍କ କଥା କହୁଛି ବୋଲି ଗୌରବ କହିଥିଲେ।
ଜୟରାମଙ୍କୁ କଟାକ୍ଷ କରି ରମେଶ କହିଛନ୍ତି “ ମୁଁ କଂଗ୍ରେସ୍ରେ ଯୋଗ ଦେବା ବେଳେ ଦଳର ମାତ୍ର ୪୨ ସାଂସଦ ଥିଲେ। ଭାବିଥିଲି କଂଗ୍ରେସ ନୂଆ ବିଚାରକୁ ପ୍ରୋତ୍ସାହନ ଦେବ। କିନ୍ତୁ ଏମିତି କିଛି ହେଲାନି। ଉଦାହରଣ ସ୍ୱରୂପ ଗତ ୩୦ ବର୍ଷ ହେଲା ଜଣିଏ ବ୍ୟକ୍ତି କଂଗ୍ରେସର ନିର୍ବାଚନ ଇସ୍ତାହାର ବନାଉଛନ୍ତି। ଯଦି ସେହି ବ୍ୟକ୍ତିଙ୍କର ବିଚାର ମଜଭୁତ୍ ହୋଇଥାନ୍ତା ତେବେ ଆଜି ପାର୍ଟି ଏଭଳି ସ୍ଥିତିରେ ନଥାନ୍ତା।”
ଗୌରବ ବଲ୍ଲଭ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଦଳକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପିଏ ସମ୍ଭାଳୁଛନ୍ତି । ନିର୍ବାଚନ କେମିତି ଲଢ଼ାଯାଏ ତାଙ୍କୁ ଜଣା ନାହିଁ। ଉତ୍ତର ପ୍ରଦେଶ ଓ ବିହାର ଦୁଇଟି ଅଲଗା ରାଜ୍ୟ ବୋଲି ବୋଧ୍ହୁଏ ସେ ଜାଣି ନାହାନ୍ତି। ତାଙ୍କୁ ଏ ବିଷୟରେ ପଚାରିଲେ ସେ ଜାଣିପାରିବେ ନାହିଁ। ଯଦି ଆପଣ ତାଙ୍କୁ ପଚାରିବେ ଯେ ଜାଲୋର ସରୋହୀ କେଉଁଠି ଅଛି ସେ କହିବେ ବୋଧ୍ହୁଏ ମଧ୍ୟ ପ୍ରଦେଶ ଅଛି। ଏଭଳି ନେତାଙ୍କର ଗ୍ରାଉଣ୍ଡ କନେକ୍ସନ ବହୁତ ଦୁର୍ବଳ ବୋଲି ଗୌରବ ବଲ୍ଲଭ କହିଛନ୍ତି।
ଜୟରାମଙ୍କୁ ଟାର୍ଗେଟ୍ କରି ବଲ୍ଲଭ କହିଛନ୍ତି “ମୁଁ କଲେଜ୍ରେ ପଢ଼ୁଥିବା ବେଳେ ସେ ବ୍ୟକ୍ତି ବର୍ଷାଧିକ ପୂର୍ବରୁ କଂଗ୍ରେସର ପ୍ରବକ୍ତା ଥିଲେ। ଏବେ ସେ କମ୍ୟୁନିକେସନ ସେଲ୍ ମୁଖ୍ୟ। ତାଙ୍କୁ କଂଗ୍ରେସ ବିଚାରଧାରାର କୌଣସି ଆଗ୍ରହ ନାହିଁ। ତାଙ୍କୁ କେବଳ ନିଜ ରାଜ୍ୟସଭା ଆସନ ବଞ୍ଚାଇ ରଖିବାର ଅଛି। ”