ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ, ଲଗାଇଲେ ରୋକ୍
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ବଣ୍ଡ ବ୍ଯବସ୍ଥା ଉପରେ କଟକଣା ଲଗାଇଛନ୍ତି... The post ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ, ଲଗାଇଲେ ରୋକ୍ appeared first on .
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ବଣ୍ଡ ବ୍ଯବସ୍ଥା ଉପରେ କଟକଣା ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଐତିହାସିକ ରାୟରେ କୋର୍ଟ କହିଛନ୍ତି- ନାଗରିକଙ୍କ ସୂଚନା ଅଧିକାରକୁ ବଣ୍ଡ ବ୍ଯବସ୍ଥା ଉଲ୍ଲଂଘନ କରୁଛି। ଏହା ଅସାମ୍ବିଧାନିକ। ଏହାର ଆଇନଗତ ବୈଧତାକୁ ଚାଲେଞ୍ଜ କରି ଆଗତ କେତେକ ପିଟିସନର ଶୁଣାଣି ପରେ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।
ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହି ବଣ୍ଡ ବ୍ଯବସ୍ଥା ଅସାମ୍ବିଧାନିକ। ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ଏହା ଏକ ବିବାଦୀୟ ବ୍ଯବସ୍ଥା। ଏହା ସହ ତୁରନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଦାନ ବନ୍ଦ ଲାଗି ସୁପ୍ରିମ କୋର୍ଟ ଷ୍ଟେଟବ୍ଯାଙ୍କକୁ ଦେଇଛନ୍ତି ନିର୍ଦ୍ଦେଶ। ଏହି ବ୍ଯବସ୍ଥା ସମ୍ବିଧାନର ଧାରା ୧୯(୧)କୁ କ୍ଷୁଣ୍ଣ କରୁଛି। ରାଜନୈତିକ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଲାଗି ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ।
୨୦୧୮ ଜାନୁଆରୀ ୨ର ଏହି ଯୋଜନା ଅନୁସାରେ ଆର୍ଥିକ ପ୍ରତିଷ୍ଠାନ କିମ୍ବା ବ୍ଯକ୍ତିବିଶେଷ ବ୍ୟାଙ୍କରୁ ବଣ୍ଡ କ୍ରୟ କରି କୌଣସି ରାଜନୈତିକ ଦଳକୁ ତାର ବ୍ୟବହାର ଉଦ୍ଦେଶ୍ୟରେ ଦେଇପାରିବେ। ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରାଜନୈତିକ ଦଳକୁ ନଗଦ ଅର୍ଥ ପ୍ରଦାନ ବଦଳରେ ଏହି ବ୍ୟବସ୍ଥା ଏକ ବିକଳ୍ପ ଥିଲା । ବିଭିନ୍ନ ଆବେଦନର ୩ ଦିନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୦୨୩ ନଭେମ୍ବର ୨ରେ ନିଜ ରାୟ ସଂରକ୍ଷିତ ରଖିଥିଲେ।
ନିଜର ଯୁକ୍ତି ଦର୍ଶାଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ- ବ୍ୟାଙ୍କ ଜରିଆରେ ରାଜନୈତିକ ଦଳକୁ ପାଣ୍ଠି ଯୋଗାଣ ସ୍ବଚ୍ଛତା ଉପାୟରେ କରାଯିବା ଲାଗି ଏହି ବ୍ଯବସ୍ଥା ହୋଇଛି। ଏହା ସହ ଆକ୍ରୋଶର ଶିକାର ହେବା ଆଶଙ୍କା କରି ଦାତାମାନଙ୍କ ନାମକୁ ଗୋପନ ରଖାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ- ଯଦି ସୁପ୍ରିମକୋର୍ଟ ଚାହାଁନ୍ତି ତେବେ ଇଲେକ୍ଟୋରାଲ ବଣ୍ଡ ଇସ୍ଯୁ ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଦଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ କ୍ଷମତା ପ୍ରଦାନ କରିପାରନ୍ତି । ଶୁଣାଣି ସମୟରେ ଇଲେକ୍ଟୋରାଲ ବଣ୍ଡଗୁଡିକର ସ୍ବଚ୍ଛତା ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରେ ଜାଲ୍ କମ୍ପାନି ସୃଷ୍ଟିକୁ ପ୍ରତିରୋଧ କରିଥାଏ ଏବଂ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିଥାଏ ।
ସେପଟେ ପିଟିସନରମାନେ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ଜନସାଧାରଣଙ୍କ ସୂଚନା ପାଇବାର ଅଧିକାରକୁ କ୍ଷୁଣ୍ଣ କରୁଛି ଦେଶରେ ଦୁର୍ନୀତି ବଢ଼ାଇବା ଦିଗରେ ଏହା କାର୍ଯ୍ୟ କରୁଛି। କଂଗ୍ରେସ ନେତା ଜୟ ଠାକୁରଙ୍କୁ ପ୍ରତିନିଧିତ୍ବ କରି ବରିଷ୍ଠ ଆଡଭୋକେଟ କପିଳ ସିବଲ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ତ୍ରୁଟିସମ୍ପନ୍ନ ଏବଂ ସୁଧମୁକ୍ତ ବଣ୍ଡଗୁଡିକରେ କୌଣସି ଘୋଷଣା ହୋଇ ନଥାଏ ତଥା ଅର୍ଥର ଉତ୍ସ ନେଇ ରାଜନୈତିକ ଦଳ ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । ତେଣେ ଦାତାମାନଙ୍କ ତଥ୍ୟ ଓ ସେମାନେ କାହାକୁ କେତେ ଦାନ କଲେ ତାହାର ତଥ୍ୟ ପ୍ରକାଶ କରୁନଥିବାରୁ ନିର୍ବାଚନ କମିଶନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।
The post ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ, ଲଗାଇଲେ ରୋକ୍ appeared first on .