ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ
କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି। କେବଳ ସରକାରୀ ଅର୍ଥରେ ଦଳର ପ୍ରଚାର କରାଯାଉଛି। ୧୭ ସେପ୍ଟେମ୍ବର ମଙ୍ଗଳବାର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଭାଜପା ସେବା ଦିବସ ଭାବେ ପାଳନ କରୁଥିବା ବେଳେ ସାରା ଦେଶର ଯୁବ କଂଗ୍ରେସ ପକ୍ଷରୁ ଏହାକୁ […] The post ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ appeared first on Dharitri Odia News.
କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି। କେବଳ ସରକାରୀ ଅର୍ଥରେ ଦଳର ପ୍ରଚାର କରାଯାଉଛି। ୧୭ ସେପ୍ଟେମ୍ବର ମଙ୍ଗଳବାର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଭାଜପା ସେବା ଦିବସ ଭାବେ ପାଳନ କରୁଥିବା ବେଳେ ସାରା ଦେଶର ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି l
ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଭି ଶ୍ରୀନିବାସଙ୍କ ଆହ୍ବନ କ୍ରମେ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇ ଚା’ ତିଆରି କରି ବିକିଥିଲେ।
ଏପରିକି ମୋଦି ବିରୋଧୀ ସ୍ଲୋଗାନ ଦେଇ ଶିକ୍ଷିତ ଯୁବତୀ, ଯୁବକଙ୍କୁ ଚାକିରି ନ ମିଳିବା ଅଭିଯୋଗ ଆଣି ମୋଦିଙ୍କୁ ସମାଲୋଚନା କରିଥିଲେ। ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ କଂଗ୍ରେସ ଏମ୍ପି ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପୂର୍ବତନ ତେଲକୋଇ କଂଗ୍ରେସ ବିଧାୟକ ନିର୍ମଳ ଚନ୍ଦ୍ର ନାଏକ, ପୂର୍ବତନ ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ, ଛାତ୍ର କଂଗ୍ରେସ ନେତା ଆଶିଷ କୁମାର ପାତ୍ର, ଯୁବ କଂଗ୍ରେସ ନେତା ମାନସ ବେହେରା, ସୌମ୍ୟରଞ୍ଜନ ପଲେଇ, ଆକାଶ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା, ସଞ୍ଜୟ ପରିହାଳ ପ୍ରମୁଖ ଉପସ୍ଥିତ ଥିଲେ।
The post ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ appeared first on Dharitri Odia News.