ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ

ଭଞ୍ଜନଗର,୫।୪ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ବାହାଡ଼ାପଦରରେ ଓଁକାର ଜେନାଙ୍କ ଘର ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ମହାମିଳନରେ କୁଲାଙ୍ଗୀ,ନାରୀଗୋଛା, ତାରସିଙ୍ଗି, ଝାଡ଼ଭୂମି,କୁଶପଲ୍ଲୀ ଦଣ୍ଡ ଦଳ ଅଂଶଗ୍ରହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଞ୍ଚୁଦଣ୍ଡ ଓ […] The post ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ appeared first on Dharitri Odia News.

ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ

ଭଞ୍ଜନଗର,୫।୪ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ବାହାଡ଼ାପଦରରେ ଓଁକାର ଜେନାଙ୍କ ଘର ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ମହାମିଳନରେ କୁଲାଙ୍ଗୀ,ନାରୀଗୋଛା, ତାରସିଙ୍ଗି, ଝାଡ଼ଭୂମି,କୁଶପଲ୍ଲୀ ଦଣ୍ଡ ଦଳ ଅଂଶଗ୍ରହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଞ୍ଚୁଦଣ୍ଡ ଓ ପଞ୍ଚଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଥିଲା। ତହସିଲଦାର ଅଭିନାଶ ମାହାର ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଠାକୁର ଦର୍ଶନ କରିଥିଲେ। ସାରେ ଆଳତି ଦେଖିବା ଲାଗି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୋଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ।

The post ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ appeared first on Dharitri Odia News.