ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ କେହି ଦେଖି ନ ଥିବା ବେଳେ ହଠାତ ମୃତ ଦେଖି ସେଠାକୁ ଦୈନନ୍ଦିନ ଆସୁଥିବା ଲୋକେ ଚକିତ ହୋଇଛନ୍ତି । ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମାଣ ହୋଇ ରାୟଗଡ଼ା ପୌରସଂସ୍ଥା ଦ୍ବାରା ପରିଚାଳିତ ହେଉଥିବା ଏହି ଛୋଟ ପାହାଡ଼ଟି ପର୍ଯ୍ୟଟକଙ୍କ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସେଠାରେ ଠେକୁଆଙ୍କ […] The post ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ appeared first on Dharitri Odia News.

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ କେହି ଦେଖି ନ ଥିବା ବେଳେ ହଠାତ ମୃତ ଦେଖି ସେଠାକୁ ଦୈନନ୍ଦିନ ଆସୁଥିବା ଲୋକେ ଚକିତ ହୋଇଛନ୍ତି । ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମାଣ ହୋଇ ରାୟଗଡ଼ା ପୌରସଂସ୍ଥା ଦ୍ବାରା ପରିଚାଳିତ ହେଉଥିବା ଏହି ଛୋଟ ପାହାଡ଼ଟି ପର୍ଯ୍ୟଟକଙ୍କ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସେଠାରେ ଠେକୁଆଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ଏନେଇ ରାୟଗଡ଼ା ରେଞ୍ଜର କାମେଶ୍ବର ଆଚାରୀଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ କୌଣସି ସ୍ଥାନରେ ଠେକୁଆ ଛଡ଼ା ଯାଇ ନ ଥିବା ସହିତ ଠେକୁଆ ଛାଡିଥିବା ନେଇ କୌଣସି ବ୍ୟକ୍ତି ସୂଚନା ମଧ୍ୟ ଦେଇନାହାନ୍ତି। ଏନେଇ ଏଠାକୁ ଦେନନ୍ଦିନ ଆସୁଥିବା ଓ୍ବାକର୍ସ କ୍ଲବର ଶଙ୍କର୍ଷଣ ମଙ୍ଗରାଜଙ୍କୁ ପଚାରିବାରୁ ଆମେ ବି ପୂର୍ବରୁ କେବେ ଏଠାରେ ଠେକୁଆଙ୍କୁ ଦେଖିନଥିବା ସହ ନିକଟରେ କେହି ଛାଡ଼ିଥିବା କଥା ସେ ଶୁଣିଛନ୍ତି ବୋଲି ପ୍ରକାଶ କରିଛନ୍ତି । କିଭଳି ପରିସ୍ଥିତିରେ ୫ଟି ଠେକୁଆର ମୃତ୍ୟୁ ହେଲା ଆସନ୍ତାକାଲି ଅର୍ଥାତ୍‌ ରେଞ୍ଜର ଆଚାରୀ ତଦନ୍ତ କରିବେ ବୋଲି କହିଛନ୍ତି।

The post ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ appeared first on Dharitri Odia News.